Masthead

ପଡି ରହିଲା କୋଭିଡ ରୋଗୀଙ୍କ ମୃତଦେହ

ରାୟଗଡା(ବଡ଼ ଖବର ବ୍ୟୁରୋ): ଆନ୍ଦୋଳନରେ ମେଡିକାଲ କର୍ମଚାରୀ, ପଡି ରହିଲା କୋଭିଡ ରୋଗୀଙ୍କ ମୃତଦେହ । ଏଭଳି ଅଭାବନୀୟ ଖବର ଆସିଛି ରାୟଗଡା ଜିଲ୍ଲା ଜେକେପୁରରୁ । ଏଠାରେ କୋଭିଡ ମେଡିକାଲରେ କାର୍ଯ୍ୟ କରୁଥିବା ଅସ୍ଥାୟୀ କର୍ମଚାରୀମାନେ ଆଜିଠାରୁ ଆନ୍ଦୋଳନ ଆରମ୍ଭ କରିଛନ୍ତି । କରୋନାର ପ୍ରଥମ ଲହର ବେଳେ ମେଡିକାଲରେ କାମ କରୁଥିବା ମେହେନ୍ତର, ଆଟେଣ୍ଡାଣ୍ଟ ଓ ସୁରକ୍ଷାକର୍ମୀଙ୍କୁ ଦୈନିକ ୨୦୦ ଟଙ୍କାର ପ୍ରୋତ୍ସାହନ ରାଶିର ଘୋଷଣା କରାଯାଇଥିଲା । ସେହିଭଳି ମୃତକଙ୍କ ଶେଷକୃତ୍ୟ ସଂପନ୍ନ ପାଇଁ ମୃତଦେହ ପିଛା ୨ ହଜାର ଟଙ୍କା ଦେବାକୁ କୁହାଯାଇଥିଲା । ହେଲେ ବର୍ଷେ ବିତିଯାଇଥିିଲେ ମଧ୍ୟ କର୍ମଚାରୀମାନେ ସେମାନଙ୍କ ସଂପୂର୍ଣ୍ଣ ପ୍ରାପ୍ୟ ପାଇ ନ ଥିବା ଅଭିଯୋଗ କରିଛନ୍ତି । ଏହା ଭିତରେ ଦ୍ୱିତୀୟ ଲହର ଆରମ୍ଭ ହୋଇସାରିଛି । ପୂର୍ବ ପ୍ରାପ୍ୟ ପ୍ରଦାନ ଦାବିରେ ଚତୁର୍ଥ ଶ୍ରେଣୀର କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ତେବେ ଏହାରି ଭିତରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ କୋଭିଡ ରୋଗୀଙ୍କ ମୃତ୍ୟ ହୋଇଛି । କିନ୍ତୁ କର୍ମଚୀରଙ୍କ ଆନ୍ଦୋଳନ ପାଇଁ ମୃତଦେହ ଉଠାଯାଇ ପାରି ନ ଥିଲା । ୧୨ ଘଣ୍ଟାରୁ ଅଧିକ ସମୟ ଧରି ମୃତଦେହ ପଡି ରହିଥିଲା । ଏହା ହସ୍ପିଟାଲର ଅନ୍ୟ ରୋଗୀଙ୍କୁ ଭୟଭୀତ କରିଥିଲା । ଶେଷଖବର ସୁଦ୍ଧା, ବିଳମ୍ବରେ ହେଉ ପଛେ ପ୍ରଶାସନ ମୃତଦେହକୁ ହସ୍ପିଟାଲରୁ ନେଇ ଅନ୍ତିମ ସଂସ୍କାର କରିଛି । ଏପଟେ ଏବେ ବି କର୍ମଚାରୀଙ୍କ ଆନ୍ଦୋଳନ ଜାରି ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା