Masthead

ପଡି ରହିଲା କୋଭିଡ ରୋଗୀଙ୍କ ମୃତଦେହ

ରାୟଗଡା(ବଡ଼ ଖବର ବ୍ୟୁରୋ): ଆନ୍ଦୋଳନରେ ମେଡିକାଲ କର୍ମଚାରୀ, ପଡି ରହିଲା କୋଭିଡ ରୋଗୀଙ୍କ ମୃତଦେହ । ଏଭଳି ଅଭାବନୀୟ ଖବର ଆସିଛି ରାୟଗଡା ଜିଲ୍ଲା ଜେକେପୁରରୁ । ଏଠାରେ କୋଭିଡ ମେଡିକାଲରେ କାର୍ଯ୍ୟ କରୁଥିବା ଅସ୍ଥାୟୀ କର୍ମଚାରୀମାନେ ଆଜିଠାରୁ ଆନ୍ଦୋଳନ ଆରମ୍ଭ କରିଛନ୍ତି । କରୋନାର ପ୍ରଥମ ଲହର ବେଳେ ମେଡିକାଲରେ କାମ କରୁଥିବା ମେହେନ୍ତର, ଆଟେଣ୍ଡାଣ୍ଟ ଓ ସୁରକ୍ଷାକର୍ମୀଙ୍କୁ ଦୈନିକ ୨୦୦ ଟଙ୍କାର ପ୍ରୋତ୍ସାହନ ରାଶିର ଘୋଷଣା କରାଯାଇଥିଲା । ସେହିଭଳି ମୃତକଙ୍କ ଶେଷକୃତ୍ୟ ସଂପନ୍ନ ପାଇଁ ମୃତଦେହ ପିଛା ୨ ହଜାର ଟଙ୍କା ଦେବାକୁ କୁହାଯାଇଥିଲା । ହେଲେ ବର୍ଷେ ବିତିଯାଇଥିିଲେ ମଧ୍ୟ କର୍ମଚାରୀମାନେ ସେମାନଙ୍କ ସଂପୂର୍ଣ୍ଣ ପ୍ରାପ୍ୟ ପାଇ ନ ଥିବା ଅଭିଯୋଗ କରିଛନ୍ତି । ଏହା ଭିତରେ ଦ୍ୱିତୀୟ ଲହର ଆରମ୍ଭ ହୋଇସାରିଛି । ପୂର୍ବ ପ୍ରାପ୍ୟ ପ୍ରଦାନ ଦାବିରେ ଚତୁର୍ଥ ଶ୍ରେଣୀର କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ତେବେ ଏହାରି ଭିତରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ କୋଭିଡ ରୋଗୀଙ୍କ ମୃତ୍ୟ ହୋଇଛି । କିନ୍ତୁ କର୍ମଚୀରଙ୍କ ଆନ୍ଦୋଳନ ପାଇଁ ମୃତଦେହ ଉଠାଯାଇ ପାରି ନ ଥିଲା । ୧୨ ଘଣ୍ଟାରୁ ଅଧିକ ସମୟ ଧରି ମୃତଦେହ ପଡି ରହିଥିଲା । ଏହା ହସ୍ପିଟାଲର ଅନ୍ୟ ରୋଗୀଙ୍କୁ ଭୟଭୀତ କରିଥିଲା । ଶେଷଖବର ସୁଦ୍ଧା, ବିଳମ୍ବରେ ହେଉ ପଛେ ପ୍ରଶାସନ ମୃତଦେହକୁ ହସ୍ପିଟାଲରୁ ନେଇ ଅନ୍ତିମ ସଂସ୍କାର କରିଛି । ଏପଟେ ଏବେ ବି କର୍ମଚାରୀଙ୍କ ଆନ୍ଦୋଳନ ଜାରି ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ପେନସନ୍ 🔴 ସ୍କୁଲରେ ମାରପିଟ୍, ୩ଶିକ୍ଷକ ନିଲମ୍ବିତ 🔴 ୨୧ରେ ପୁଣି ଭାରତ ପାକିସ୍ତାନ ମୁକାବିଲା 🔴 ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ 🔴 ମାଆକୁ ଟାଙ୍ଗିଆ ରେ ହାଣି ହତ୍ୟା କଲା ପୁଅ 🔴 ରାଜଧାନୀରୁ ନିଖୋଜ, ଘଟଗାଁରୁ ମିଳିଲା ମୃତଦେହ! 🔴 ଦେବଭୂମିରେ ପୁଣି ଜଳପ୍ରଳୟ, ୧୩ ମୃତ 🔴 ଶ୍ରୀମୟୀଙ୍କ ନିଶାନାରେ ପାଣ୍ଡିଆନ 🔴 ଉତ୍ତରାଖଣ୍ଡରେ ପ୍ରକୃତିର ତାଣ୍ଡବ 🔴 ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ସର୍ବଦଳୀୟ ବୈଠକ 🔴 ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ପେନସନ୍ 🔴 ସ୍କୁଲରେ ମାରପିଟ୍, ୩ଶିକ୍ଷକ ନିଲମ୍ବିତ 🔴 ୨୧ରେ ପୁଣି ଭାରତ ପାକିସ୍ତାନ ମୁକାବିଲା 🔴 ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ 🔴 ମାଆକୁ ଟାଙ୍ଗିଆ ରେ ହାଣି ହତ୍ୟା କଲା ପୁଅ 🔴 ରାଜଧାନୀରୁ ନିଖୋଜ, ଘଟଗାଁରୁ ମିଳିଲା ମୃତଦେହ! 🔴 ଦେବଭୂମିରେ ପୁଣି ଜଳପ୍ରଳୟ, ୧୩ ମୃତ 🔴 ଶ୍ରୀମୟୀଙ୍କ ନିଶାନାରେ ପାଣ୍ଡିଆନ 🔴 ଉତ୍ତରାଖଣ୍ଡରେ ପ୍ରକୃତିର ତାଣ୍ଡବ 🔴 ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ସର୍ବଦଳୀୟ ବୈଠକ