Masthead

ଆଜିଠୁ ଆନ୍ତଃରାଜ୍ୟ ବସ ଚଳାଚଳ ବନ୍ଦ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜିଠୁ ବନ୍ଦ ରହିବ ଆନ୍ତଃରାଜ୍ୟ ବସ୍ ଚଳାଚଳ । ଓଡ଼ିଶାରୁ ଅନ୍ୟ ରାଜ୍ୟକୁ ଯିବା ଆସିବା କରୁଥିବା ସମସ୍ତ ବସ ବନ୍ଦ ରହିବ । ରାଜ୍ୟ ସରକାରଙ୍କ ନୂଆ ଗାଇଡ଼ଲାଇନ ଅନୁଯାୟୀ ଆନ୍ତଃରାଜ୍ୟ ବସ ଚଳାଚଳକୁ ବନ୍ଦ କରାଯାଇଛି । କିନ୍ତୁ ପୂର୍ବପରି ରାଜ୍ୟ ମଧ୍ୟରେ ବସ୍ ଚଳାଚଳ ସ୍ୱଭାବିକ ରହିବ । ଗାଇଡ଼ଲାଇନ ଅନୁଯାୟୀ, ବସରେ କେବଳ ଯାତ୍ରୀମାନେ କୋଭିଡ଼ ଗାଇଡଲାଇନ ମାନି ସିଟିଂରେ ଯାଇପାରିବେ ।

ଏହା ସହିତ ଅଟୋ ଏବଂ ରିକ୍ସାରେ କେବଳ ୨ ଜଣଙ୍କୁ ଯିବାକୁ ଅନୁମତି ମିଳିବ । ସେହିପରି ଆଜିଠାରୁ ମଧ୍ୟ ରାଜ୍ୟରେ ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଓ ହଷ୍ଟେଲ ମଧ୍ୟ ବନ୍ଦ ରହିବ । ସୋମବାର ସୁଦ୍ଧା ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ହଷ୍ଟେଲ ଖାଲି କରିବାକୁ ନିର୍ଦ୍ଦେଶ ଦେବା ପରେ ଏବେ ଘରମୁହାଁ ହୋଇଛନ୍ତି ଛାତ୍ରଛାତ୍ରୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ