ଭାରତକୁ ବିମାନ ଚଳାଚଳ ବନ୍ଦ କଲା ହଙ୍ଗକଙ୍ଗ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାରତକୁ ବିମାନ ଚଳାଚଳ ବନ୍ଦ କଲା ହଙ୍ଗକଙ୍ଗ । ଏପ୍ରିଲ ୨୦ରୁ ୨ ସପ୍ତାହ ପର୍ଯ୍ୟନ୍ତ ୨ ଦେଶ ମଧ୍ୟରେ ବିମାନ ଚଳାଚଳକୁ ବାତିଲ କରିଛି ହଙ୍ଗକଙ୍ଗ ପ୍ରଶାସନ । ହଙ୍ଗକଙ୍ଗରୁ ରବିବାର ଚିହ୍ନଟ ହୋଇଥିବା ୩୦ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୯ଟି ଦେଶ ବାହାରୁ ଆସିଥିବା କରୋନାର ନୂଆ ଷ୍ଟ୍ରେନ ଚିହ୍ନଟ ହେବା ପରେ ଏହି ନିଷ୍ପତି ନିଆଯାଇଥିବା କୁହାଯାଇଛି ।

ଏହାସହିତ କରୋନା ସଂକ୍ରମଣ ବଢୁଥିବାରୁ ଭାରତ ସହ ପାକିସ୍ତାନ ଓ ଫିଲିଫାଇନ୍ସରୁ ମଧ୍ୟ ବିମାନ ଚଳାଚଳକୁ ବାତିଲ କରିଛି ହଙ୍ଗକଙ୍ଗ । ଏହି ୩ ରାଷ୍ଟ୍ରକୁ ଅତି ବିପଦଜନକ ଦେଶ ତାଲିକାରେ ରଖି ଏଭଳି ନିଷ୍ପତି ନେଇଛି ହଙ୍ଗକଙ୍ଗ । ସୂଚନା ମୁତାବକ, ହଙ୍ଗକଙ୍କରୁ ଏବେ ସୁଦ୍ଧା ମୋଟ୍ ୧୧ ହଜାର ୬ ଶହ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ୨୦୯ ଜଣଙ୍କର ମୃତ୍ୟୁ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ