Masthead

ପଶୁ ଶୀକାରବେଳେ ହେଲା ମଣିଷ ଶିକାର !

କାଶୀପୁର : ରାୟଗଡା ଜିଲା କାଶୀପୁର ବ୍ଲକ ଅଣ୍ଡିରାକଞ୍ଚ ଥାନା ଅନ୍ତର୍ଗତ କାଳିଆଯୋଡି ଗ୍ରାମରେ ଏକ ଅଭାବନିୟ ଘଟଣା ଘଟିଯାଇଛି।ମିଳିଥିବା ଖବର ଅନୁଯାଇ ଗତ କାଲି ବିଳମ୍ବିତ ରାତିରେ କାଳିଆଯୋଡି ଗ୍ରାମ ଏବଂ କଞ୍ଚୁଗୁମା ଗ୍ରାମର ଦୁଇ ଦଳ ପ୍ରାୟ ୧୫ ରୁ ୨୦ ଜଣ ଲୋକେ ଶିକାରପାଇ ଭୁତମାଳି ଜଙ୍ଗଲକୁ ଯାଇଥିଲେ।ଶିକାର ସମୟରେ ଏକ ଦଳର ଗୁଳି ଆସି କାଳିଆଯୋଡି ଗ୍ରାମର ଖଗେଶ୍ବର ଝୋଡିଆଙ୍କ ପଛପଟ ମୁଣ୍ଡରେ ଗୁଳି ବାଜିଥିଲା।ଗୁଳି ବାଜିବା କ୍ଷଣି ଉକ୍ତ ସ୍ଥାନରେ ଟଳିପଡିଥିଲେ ଖଗେଶ୍ବର ଝୋଡିଆ ଏବଂ ଦିର୍ଘ କିଛି ସମୟପରେ ମୃତ୍ୟୁ ଘଟିଥିଲା।ଫଳ ସୂରୁପ ମୃତ ଖଗେଶ୍ବର ଝୋଡିଆଙ୍କୁ କାଳିଆଯୋଡି ନିକଟରେ ଥିବା ଏକ ଶ୍ମସାନରେ ଶବଦାହ କରୁଥିବା ସମୟର ଅଣ୍ଡିରାକଞ୍ଚ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ଶବକୁ ଜବତ କରିଥିଲେ।ଏହାପରେ ଘଟଣା ସ୍ଥଳରେ ମାଜିଷ୍ଟେଡ ଦାଇତ୍ବରେ କାଶୀପୁର ତହସିଲଦାର ଶରତ ଶବରଙ୍କ ଉପସ୍ଥିତିରେ ଶବକୁ ଜବତ କରାଯାଇଛି।ଏନେଇ ଶିକାରରେ ବ୍ୟବହୃତ ହୋଇଥିବା ଏକ ବନ୍ଧୁକକୁ ଅଣ୍ଡିରାକଞ୍ଚ ପୋଲିସ ଜବତ କରିଥିବା ସୂଚନା ମିଳିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼