Masthead

ଅମ୍ଲଜାନ ମାଗିବାରୁ କେସ୍ ଖାଇଲେ

ଆମେଥି (ବଡ଼ ଖବର ବ୍ୟୁରୋ): ସାରା ଦେଶକୁ କଲବଲ କଲାଣି କରୋନା । ଅମ୍ଲଜାନ ନପାଇ ଅନେକ ଲୋକେ ଜୀବନ ମଧ୍ୟ ହାରିବାର ଖବର ପ୍ରତିଦିନସମ୍ନାକୁ ଆସୁଛି । ଅମ୍ଲାଜନ ଅଭାବ ଥିବାନେଇ ପ୍ରତିଦିନ ଗଣମାଧ୍ୟମ ଓ ସାମଜିକ ଗଣମାଧ୍ୟମରେ ଖବ ପ୍ରକାଶ ପାଉଛି । ଏହାରି ଭିତରେ ଏମିତି ଖବର ଆସୁଛି ଯେ ଜଣେ ବ୍ୟକ୍ତି ସୋଶିଆଲ ସାଇଟ ଟୁଇଟରରେ ଅମ୍ଲଜାନ ପାଇଁ ସହାୟାତା ମାଗିବାରୁ ତାଙ୍କ ନାଁରେ ଏତଲା ଦାୟର କରିଛି ପୋଲିସ । ଉତ୍ତରପ୍ରଦେଶରୁ ଆସିଛି ଏଭଳି ଏକ ଅଭିଯୋଗ । କରୋନା ସଂକଟ ସମୟରେ ଜଣେ ବ୍ୟକ୍ତି ଅମ୍ଲଜାନ ପାଇଁ ସହାୟାତା ମାଗିବାରୁ ତାଙ୍କ ନାଁରେ ଏହି ଏଫଆଇଆର ଦାୟର କରିଛି ଆମେଥି ପୋଲିସ । ବ୍ୟକ୍ତି ଜଣକ ନିଜ ଟଇଟର ଆକାଉଣ୍ଟରେ ଅମ୍ଲଜାନ ପାଇଁ ସହାୟାତା ମାଗିଥିଲେ । ତେବେ ରାଜ୍ୟରେ ଅମ୍ଲଜାନ ପର୍ଯ୍ୟାପ୍ତ ପରିମାଣରେ ଥିବା ସହ ଏହି ଖବରକୁ ଗୁଜବ ବୋଲି କହି ପୋଲିସ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଏତଲା ଦାୟର କରିଛି । ଗୁଜବକୁ ଦୂର କରିବା ପାଇଁ ଏଭଳି ପଦକ୍ଷପ ନିଆଯାଇତିବା କହିଛି ଆମେଥି ପୋଲିସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା