Masthead

ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କ କମାଲ, ତିଆରି କଲେ ଅଦ୍ଭୁତ ହେଲମେଟ୍

ଲକ୍ଷ୍ନୌ (ବଡ଼ ଖବର ବ୍ୟୁରୋ): ଦେଶରେ ଯେଉଁ ଭଳି ଭାବେ ସଂକ୍ରମିତ ବଢିବାରେ ଲାଗିଛି ସମସ୍ତେ ଚିନ୍ତାରେ ରହିଛନ୍ତି । ଏଥିରୁ ରକ୍ଷା ପାଇବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଯେପରିକି ମାସ୍କ ପିନ୍ଧିବା , ସାମାଜିକ ଦୂରତା ଅବଲମ୍ବନ କରିବା । କିନ୍ତୁ କରୋନାରୁ ରକ୍ଷା ପାଇବା ପାଇଁ ଉତ୍ତର ପ୍ରଦେଶ ବାରଣାସୀର ଷଷ୍ଠ ଶ୍ରେଣୀର ଛାତ୍ରୀ ପ୍ରସ୍ତୁତ କରିଛନ୍ତି ନିଆରା ହେଲମେଟ ।ଯାହା ଶୁଣିବା ପାଇଁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ଏହା ସତ । ଏହା ଏମିତି ଏକ ହେଲମେଟ ଯେଉଁଥିରେ ଭୂତାଣୁ ମୁକ୍ତ ହେବା ସହ ଅଟୋମେଟିକ ସାନିଟାଇଜର ମଧ୍ୟ ସିଷ୍ଟମ ରହିଛି ।

ଲକଡାଉନରେ ପିଲାମାନେ ଘରେ ରହି ଅନଲାଇନରେ ପଢୁଥିବାବେଳେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀ ପ୍ରସ୍ତୁତ କରିଛନ୍ତି କୋଭିଡ ସୁରକ୍ଷା ହେଲମେଟ। ଏହି ସ୍ବତନ୍ତ୍ର ହେଲମେଟ ସୁରକ୍ଷା ଦେବା ସହିତ ମେଡିକାଲ ଏମରଜେନ୍ସିରେ ମଧ୍ୟ ସହାୟକ ହେବ। ଏହି ହେଲମେଟ ବାୟୁକୁ ପରିମଳ କରିବା ସହିତ ଭୂତାଣୁ ମୁକ୍ତ କରିବାରେ ସକ୍ଷମ ଅଟେ। ହେଲମେଟର ଡାହାଣ ପାର୍ଶ୍ୱରେ ଆଇଆର ସେନସର ରହିଛି । ଯଦି କୌଣସି ବସ୍ତୁ ସେନସର ସମ୍ମୁଖରେ ଆସେ, ତେବେ ହେଲମେଟରେ ଥିବା ସାନିଟାଇଜର ସିଷ୍ଟମ ଟର୍ନ୍ ଅନ୍ ହୋଇଯିବ।

ଫଳରେ ତାହା ଅଟୋମେଟିକ ଭାଇରସ ମୁକ୍ତ ହୋଇଯିବ । ତେବେ ଏହି ହେଲମେଟର ଦାମ ରହିଛି ମାତ୍ର ୧୫୦୦ ଟଙ୍କା । ଏହା ଏକ ଘଣ୍ଟା ଚାର୍ଜ କଲେ ଦୁଇ ଦିନ ଧରି କାର୍ଯ୍ୟକ୍ଷମ ହେବ । ସବୁଠୁ ଆଶ୍ଚର୍ଯ୍ୟ କଥାହେଲା ଏହାକୁ ତିଆରି କରିବା ପାଇଁ ଅଦରକାରୀ ଖେଳନାର ଅଂଶ, ରିଲ, ଆଇଆର ସେନ୍ସର, ନଟ-ଭୋଲ୍ଟ ବ୍ୟାଟେରୀ ବ୍ୟବହାର କରାଯାଇଛି । ଏହା ସହିତ, ଏହି ହେଲମେଟରେ ଏକ ଡାକ୍ତରୀ ଜରୁରୀକାଳୀନ କଲ୍ ଅଛି, ଯେଉଁଥିରେ ଆପଣ, ଆପଣଙ୍କ ଡାକ୍ତରଙ୍କ ନମ୍ବର ମଧ୍ୟ ସେଟ୍ କରିପାରିବେ । ଯାହା ଦ୍ବାରା କୌଣସି ପ୍ରକାରର ଡାକ୍ତରୀ ଜରୁରୀକାଳୀନ ପରିସ୍ଥିତିରେ ଆପଣ ଥରେ ବଟନ୍ ଦବାଇ ଠିକ୍ ସମୟରେ ଡାକ୍ତରଙ୍କ ସହିତ ଯୋଗାଯୋଗ କରିପାରିବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା