Masthead

ଅଫିସ ଆସିବେନି ଗର୍ଭବତୀ, ଦିବ୍ୟାଙ୍ଗ କର୍ମଚାରୀ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦେଶରେ ବଢ଼ି ଚାଲିଛି କୋଭିଡ଼ ସଂକ୍ରମଣ । ବିଭିନ୍ନ ସମସ୍ୟା ମଧ୍ୟ ଦେଇ ଗତିକରୁଛି ସ୍ୱାସ୍ଥାବସ୍ଥା । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କର୍ମଚାରୀଙ୍କ ପାଇଁ ନିୟମ କୋହଳ କରିଛନ୍ତି । କେନ୍ଦ୍ରୀୟ କର୍ମଚାରୀଙ୍କ ଉପସ୍ଥାପନ ନିୟମରେ ସାମାନ୍ୟ କୋହଳ କରାଯାଇଛି । ଭିନ୍ନକ୍ଷମ ଓ ଗର୍ଭବତୀ କର୍ମଚାରୀମାନେ କାର୍ଯ୍ୟାଳୟକୁ ନଆସି ଘରେ ରହି କାର୍ଯ୍ୟ କରିପାରିବେ । ଏନେଇ ଏକ ସଂଶୋଧିତ ସର୍କ୍ୟୁଲାର ଗୁରୁବାର ଦିନ କେନ୍ଦ୍ର ସରକାର ଘୋଷଣା କରିଛନ୍ତି । କାର୍ଯ୍ୟସ୍ଥଳୀରେ ଜନଗହଳି ହଟାଇବାକୁ ଏହି ମାସରେ ସରକାରଙ୍କ ବିଭିନ୍ନ ବିଭାଗ ଅଲଗା ଅଲଗା କାର୍ଯ୍ୟ କରିବେ ।

ଅଣ୍ଡର ସେକ୍ରେଟେରି ଏବଂ ତାଙ୍କଠାରୁ ନିମ୍ନ ବର୍ଗର ୫୦% କର୍ମଚାରୀଙ୍କୁ ନେଇ ଅଫିସ କାର୍ଯ୍ୟ ଚାଲିବ । ମେ ୩୧ ତାରିଖ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି । ସେହିପରି କଣ୍ଟେନମେଣ୍ଟ ଜୋନରେ ଥିବା କର୍ମଚାରୀମାନେ କଣ୍ଟେନମେଣ୍ଟ ନଉଠିବା ପର୍ଯ୍ୟନ୍ତ ଘରେ ରହି କାର୍ଯ୍ୟ କରିପାରିବେ । ସେହିପରି ଅଫିସରେ କରୋନା ପଜିଟିଭ ଆସୁଥିବା ମାମଲା ଓ ଅଫିସ କାର୍ଯ୍ୟ ଚାଲିବା ଉପରେ ନଜର ରଖି କର୍ମଚାରୀଙ୍କ ଉପସ୍ଥାପନ ସେହି ବିଭାଗର ସଚିବ ନିର୍ଦ୍ଧାରଣ କରିପାରିବେ । ଅଫିସ ଆସୁଥିବା ସମସ୍ତ କର୍ମଚାରୀ କରୋନା ଗାଇଡ଼ଲାଇନ ମାନିବା ବାଧ୍ୟତାମୂଳକ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ