ଅଫିସ ଆସିବେନି ଗର୍ଭବତୀ, ଦିବ୍ୟାଙ୍ଗ କର୍ମଚାରୀ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦେଶରେ ବଢ଼ି ଚାଲିଛି କୋଭିଡ଼ ସଂକ୍ରମଣ । ବିଭିନ୍ନ ସମସ୍ୟା ମଧ୍ୟ ଦେଇ ଗତିକରୁଛି ସ୍ୱାସ୍ଥାବସ୍ଥା । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କର୍ମଚାରୀଙ୍କ ପାଇଁ ନିୟମ କୋହଳ କରିଛନ୍ତି । କେନ୍ଦ୍ରୀୟ କର୍ମଚାରୀଙ୍କ ଉପସ୍ଥାପନ ନିୟମରେ ସାମାନ୍ୟ କୋହଳ କରାଯାଇଛି । ଭିନ୍ନକ୍ଷମ ଓ ଗର୍ଭବତୀ କର୍ମଚାରୀମାନେ କାର୍ଯ୍ୟାଳୟକୁ ନଆସି ଘରେ ରହି କାର୍ଯ୍ୟ କରିପାରିବେ । ଏନେଇ ଏକ ସଂଶୋଧିତ ସର୍କ୍ୟୁଲାର ଗୁରୁବାର ଦିନ କେନ୍ଦ୍ର ସରକାର ଘୋଷଣା କରିଛନ୍ତି । କାର୍ଯ୍ୟସ୍ଥଳୀରେ ଜନଗହଳି ହଟାଇବାକୁ ଏହି ମାସରେ ସରକାରଙ୍କ ବିଭିନ୍ନ ବିଭାଗ ଅଲଗା ଅଲଗା କାର୍ଯ୍ୟ କରିବେ ।

ଅଣ୍ଡର ସେକ୍ରେଟେରି ଏବଂ ତାଙ୍କଠାରୁ ନିମ୍ନ ବର୍ଗର ୫୦% କର୍ମଚାରୀଙ୍କୁ ନେଇ ଅଫିସ କାର୍ଯ୍ୟ ଚାଲିବ । ମେ ୩୧ ତାରିଖ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି । ସେହିପରି କଣ୍ଟେନମେଣ୍ଟ ଜୋନରେ ଥିବା କର୍ମଚାରୀମାନେ କଣ୍ଟେନମେଣ୍ଟ ନଉଠିବା ପର୍ଯ୍ୟନ୍ତ ଘରେ ରହି କାର୍ଯ୍ୟ କରିପାରିବେ । ସେହିପରି ଅଫିସରେ କରୋନା ପଜିଟିଭ ଆସୁଥିବା ମାମଲା ଓ ଅଫିସ କାର୍ଯ୍ୟ ଚାଲିବା ଉପରେ ନଜର ରଖି କର୍ମଚାରୀଙ୍କ ଉପସ୍ଥାପନ ସେହି ବିଭାଗର ସଚିବ ନିର୍ଦ୍ଧାରଣ କରିପାରିବେ । ଅଫିସ ଆସୁଥିବା ସମସ୍ତ କର୍ମଚାରୀ କରୋନା ଗାଇଡ଼ଲାଇନ ମାନିବା ବାଧ୍ୟତାମୂଳକ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’