Masthead

ପରଲୋକରେ ଗୋପିନାଥ ମହାନ୍ତି

ଭୁବନେଶ୍ଵର (ବଡ଼ ଖବର ବ୍ୟୁରୋ): ପୂର୍ବତନ ସଂସ୍କୃତି ବିଭାଗ ସଚିବ ତଥା ବରିଷ୍ଠ ଆଇଏଏସ୍‌ ଅଫିସର ଗୋପିନାଥ ମହାନ୍ତି(୭୨)ଙ୍କ ସୋମବାର ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି। ସେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ। ପୂର୍ବତନ ସଚିବ ଗୋପିନାଥ ମହାନ୍ତିଙ୍କ ଘର ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ଶ୍ରୀଜଙ୍ଗ ପଞ୍ଚାୟତ ଇଙ୍କଡ଼ ସାହିରେ। ରାଜ୍ୟ ସରକାରଙ୍କ ବିଭିନ୍ନ ପଦପଦବୀରେ ରହି ସେ ବେଶ୍ ଦକ୍ଷତାର ସହ କାର୍ଯ୍ୟ କରିଥିଲେ ।

ଢେଙ୍କାନାଳ ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ବିଦ୍ୟୁତ୍‌ ବିଭାଗର ଯୁଗ୍ମ ସଚିବ, ସଂସ୍କୃତି ସଚିବ, ଗଣଶିକ୍ଷା ବିଭାଗ ନିର୍ଦ୍ଦେଶକ ଭଳି ପଦବୀରେ ସେ କାର୍ଯ୍ୟ କରିଥିଲେ। ଗ୍ରାମରେ ଜଗନ୍ନାଥ ମନ୍ଦିର ସହ ବାପାଙ୍କ ନାମରେ ହାଇସ୍କୁଲ, ମା’ଙ୍କ ନାମରେ ଏମଇ ସ୍କୁଲ ଏବଂ ଶ୍ରୀଜଙ୍ଗ ସ୍ବାଧୀନତା ସଂଗ୍ରାମୀ ସ୍ମୃତି ପରିଷଦ ଗଠନ କରିଥିଲେ। ଏଥିସହିତ ରାଜ୍ୟର ବିଭିନ୍ନ ଜିଲାର ସାଂସ୍କୃତିକ ଇତିହାସ ସଙ୍କଳନ କରିଥିଲେ। ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ (ଓଡ଼ିଶା)ର ପ୍ରତିଷ୍ଠାତା ତଥା ସ୍ଥାୟୀ ସଭାପତି, ଫକୀରମୋହନ ସ୍ମୃତି ସଂସଦର ସମ୍ପାଦକ ଭାବେ କାର୍ଯ୍ୟ କରିଆସୁଥିଲେ। ତାଙ୍କ ପ୍ରଚେଷ୍ଟାରେ ଜିଲ୍ଲାରେ ଥିବା ଐତିହାସିକ ଶାନ୍ତିକାନନ ସୌନ୍ଦର୍ୟ୍ୟକରଣ ହୋଇପାରିଥିଲା। ସେ ସଂସ୍କୃତି ସଚିବ ଥିବା ବେଳେ ରାଜ୍ୟରେ ନୃତ୍ୟ ଓ ସଂଗୀତକୁ ବିଶ୍ବ ସ୍ତରରେ ପହଁଚାଇବା ପାଇଁ ଚେଷ୍ଟା କରିଥିଲେ।

ସରକାରୀ ଚାକିରୀରୁ ଅବସର ନେବା ପରେ ସେ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାରରେ କାର୍ଯ୍ୟ କରୁଥିଲେ। ଶ୍ରୀ ମହାନ୍ତି ଓଡିଶା ଇତିହାସ ତଥା ଜଗନ୍ନାଥ ସଂସ୍କୃତି ଉପରେ ମଧ୍ୟ ଗବେଷଣା କରିଛନ୍ତି। ସ୍ୱର୍ଗତଃ ମହାନ୍ତି ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ଭାବେ ରାଜ୍ୟର ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟୀତ୍ୱ ସୁଚାରୁ ରୂପେ ନିର୍ବାହ କରିଥିଲେ । ସ୍ୱର୍ଗତଃ ମହାନ୍ତି ଏକଧାରାରେ ଜଣେ ଜଗନ୍ନାଥ ସଂସ୍କୃତି ଗବେଷକ, ଗାଳ୍ପିକ, ଔପନାସିକ, ସୁଲେଖକ ମଧ୍ୟ ଥିଲେ। ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର ପାଇଁ ବିଶ୍ୱ ଦରବାରରେ ତାଙ୍କର ଅବଦାନ ଅତ୍ୟନ୍ତ ପ୍ରଶଂସନୀୟ । ବ୍ୟାସକବି ଫକୀର ମୋହନ ସେନାପତି ଜୟନ୍ତୀ କମିଟିର ଅନ୍ୟତମ ସ୍ରଷ୍ଟା ଥିଲେ। ବହୁ ପ୍ରତିଭା ସଂପନ୍ନ ଅଧିକାରୀ ସ୍ୱର୍ଗତଃ ମହାନ୍ତି ସର୍ବଦା ସ୍ମରଣୀୟ ହୋଇ ରହିବେ । ସ୍ୱର୍ଗତଃ ମହାନ୍ତି ହେଲେ ପୂର୍ବତନ କୋରେଇ ବିଧାୟିକା ତଥା ବରିଷ୍ଠ ନେତ୍ରୀ ସଂଚିତା ମହାନ୍ତିଙ୍କ ସ୍ୱାମୀ । ତାଙ୍କର ୨ ପୁଅ, ପୁତ୍ରବଧୁ ଏବଂ ନାତିନାତୁଣୀ ଅଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ