Masthead

ଯୁଗ୍ମ ସଚିବଙ୍କ ସମେତ ୬ ଜଣ ୫୦ ହଜାର ଟଙ୍କା ତଣ୍ଡ ଗଣିଵେ !

ସୁପ୍ରିମକୋର୍ଟରେ ମାମଲା ପରିଚାଳନାରେ ବିଳମ୍ବ । ଏଥିଯୋଗୁଁ
ରାଜ୍ୟ ସରକାରଙ୍କ ୬ଜଣ ଅଧିକାରୀଙ୍କୁ ତଣ୍ଡ ଗଣିବାକୁ ପଡ଼ିଛି। ଏହି ଅବହେଳା ପାଇଁ ଅର୍ଥବିଭାଗର ଯୁଗ୍ମ ସଚିବଙ୍କ ସମେତ ପରାମର୍ଶଦାତା, ଆଇନ ବିଭାଗ, ଜଳସମ୍ବଦ ବିଭାଗର ଅଧିକାରୀମାନଙ୍କୁ ମଧ୍ୟ ସୁପ୍ରିମକୋର୍ଟଙ୍କ ନିକଟରେ ପଚାଶ ହଜାର ଟଙ୍କା ଜୋରିମାନା ଗଣିବାକୁ ପଡ଼ିଛି। କାର୍ଯ୍ୟରେ ଅବହେଳା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ଅଧିକାରୀଙ୍କୁ ଏହି ତଣ୍ଡ ମିଳିଥିବା ବେଳେ ପରବର୍ତ୍ତି ପର୍ଯ୍ୟାୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ଅନ୍ୟାନ୍ୟ ପଦକ୍ଷେପ ଗ୍ରହଣ କରାଯାଇ ପାରେ ବୋଲି ସୂଚନା ମିଳୁଛି ।

ଏ ସଂକ୍ରାନ୍ତରେ ଜଳସମ୍ପଦ ବିଭାଗ ପ୍ରମୁଖ ସଚିବ ବୁଧବାର ଆଇନ ବିଭାଗ ପ୍ରମୁଖ ସଚିବଙ୍କ ସହିତ ଅର୍ଥବିଭାଗ ପ୍ରମୁଖ ସଚିବ ଏବଂ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ପତ୍ର ଲେଖି ଅବଗତ କରାଇଛନ୍ତି। ଏକ ଏସଏଲପି ମାମଲାରେ ବିଳମ୍ବ ଯୋଗୁଁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ୫୦ ହଜାର ଟଙ୍କା ଜୋରିମାନା କରାଯାଇଥିଲା। ତାହା ପୁଣି ୨୪ ତାରିଖ ସୁଦ୍ଧା ପଇଠ କରିବାକୁ ନିର୍ଦେଶ ରହିଥିଲା। ତେବେ ୫୩୧ଦିନ ବିଳମ୍ବ ହୋଇଥିବାରୁ ଦିନକ ପିଛା ୯୪.୧୬ଟଙ୍କା ହିସାବରେ ଉକ୍ତ ଅର୍ଥ ସୁପ୍ରିମକୋର୍ଟରେ ଦେବାକୁ ପଡ଼ିବ ବୋଲି ନିର୍ଦେଶ ରହିଛି। ଏସଏଲପି ବିଳମ୍ବ ପାଇଁ ଯେଉଁ ଅଧିକାରୀମାନେ ଦାୟୀ ସେମାନେ ଉକ୍ତ ଅର୍ଥ ଭରଣା କରିବାକୁ ପଡ଼ିବ। ତେବେ ଉକ୍ତ ମାମଲା ପରିଚାଳନାରେ ବିଳମ୍ବ ଲାଗି ଅର୍ଥବିଭାଗର ଯୁଗ୍ମସଚିବ ଶାନ୍ତନୁ କୁମାର ସାହୁଙ୍କୁ ୮୩୩୪ଟଙ୍କା ଦେବାକୁ ପଡ଼ିବ। ସେହିପରି ଉକ୍ତ ବିଭାଗର ପରାମର୍ଶ ଦାତା, ଆଇନ ବିଭାଗର ଏଏସଓ, ସର୍ବୋଚ୍ଚ ଯନ୍ତ୍ରୀ କାର୍ଯ୍ୟାଳୟର ଏସ୍‍ଓ, ଜଳସମ୍ପଦ ବିଭାଗର ଏଏସଓ ଏବଂ ଡେସ୍କ ଅଫିସରଙ୍କୁ ଦାୟୀ କରାଯାଇଛି। ତେଣୁ ତାଙ୍କଠାରୁ ୮୩୩୪ଟଙ୍କା ଲେଖାଏଁ ତୁରନ୍ତ ବ୍ୟାଙ୍କରେ ଜମା ଦେବାକୁ କୁହାଯାଇଛି। ସଂପୃକ୍ତ ଅଧିକାରୀମାନେ ଟଙ୍କା ପଇଠ କରିବା ପରେ ବିଭାଗୀୟ ମୁଖ୍ୟଙ୍କୁ ପ୍ରମାଣପତ୍ର ଦେବାକୁ ପଡ଼ିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’