Masthead

ରାଜ୍ୟରେ ପହଞ୍ଚିଲା କୋଭିସିଲ୍ଡ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରାଜ୍ୟରେ ପହଞ୍ଚିଲା ୨ଲକ୍ଷ ୨୭ହଜାର ୭୫୦ଡୋଜ କୋଭିସିଲ୍ଡ । ରାଜ୍ୟରେ ବ୍ୟାପକ ହେବ ଟିକାକରଣ ପ୍ରକ୍ରିୟା । ୧୮ ରୁ ୪୪ ବର୍ଷ ବର୍ଗଙ୍କୁ ଦିଆଯିବ ଟିକା । ରାଜ୍ୟରେ ୨ଲକ୍ଷ ୨୭ହଜାର ୭୫୦ଡୋଜ କୋଭିସିଲ୍ଡ ଟିକା ପହଞ୍ଚିଥିବା ବେଳେ ଜିଲ୍ଲାପାଳ, ମୁନିସିପାଲ କମିଶନରଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗର ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ଜୁନ ମାସରେ ୨୨ଜିଲ୍ଲା ମୁଖ୍ୟାଳୟରେ ଟିକାକରଣ କରାଯିବ ।

ଜୁନ ମାସରେ ଯୁବ ବର୍ଗଙ୍କୁ ଗୁରୁତ୍ୱ ଦିଆଯିବ । ଏଥିପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ତୃତୀୟ ପର୍ଯ୍ୟାୟରେ ୫ଟି ମହାନଗର ନିଗମ ଓ ୬ଟି ଜିଲ୍ଲା ହେଡକ୍ୱାଟରରେ ମେ ମାସରୁ ୧୮ରୁ ୪୪ବର୍ଷ ବର୍ଗଙ୍କୁ ଟିକାକରଣ ଆରମ୍ଭ ହୋଇଛି । ୨୨ଜିଲ୍ଲା ମୁଖ୍ୟାଳୟରେ ଯୁବ ବର୍ଗର ଟିକାକରଣ ସଂପ୍ରସାରଣ ପାଇଁ ଅନୁମତି ଦେଇଛନ୍ତି ସରକାର । ଜୁନ ମାସରେ ୩ଟି ପର୍ଯ୍ୟାୟରେ ରାଜ୍ୟକୁ ୬ ଲକ୍ଷ ୪୫ ହଜାର ୭୯୦ ଡୋଜ୍ କୋଭିସିଲ୍ଡ ଟିକା ଆସିବ ବୋଲି କହିଛନ୍ତି ପ୍ରଦୀପ୍ତ ମହାପାତ୍ର । ପ୍ରଥମ ଡୋଜ୍ ଟିକାକରଣ ପାଇଁ ଜିଲ୍ଲାଗୁଡିକ ମଧ୍ୟରେ ଏହାକୁ ବାଣ୍ଟି ଦିଆଯିବ । ୧୮ରୁ ୪୪ ବର୍ଷ ବର୍ଗରେ ଥିବା ଛାତ୍ରଛାତ୍ରୀ ଓ କ୍ରୀଡ଼ାବିତ୍, ଯେଉଁମାନେ ବିଦେଶ ଯିବାକୁ ଅପେକ୍ଷା କରିଥିବେ, ସେମାନଙ୍କୁ ଟିକାକରଣରେ ପ୍ରାଥମିକତା ଦେବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା