Masthead

ଚୀନକୁ ଚେତାବନୀ, ତଦନ୍ତରେ ସହଯୋଗ ନକଲେ ବାସନ୍ଦ ଦଣ୍ଡ

(ବଡ଼ ଖବର ବ୍ୟୁରୋ): ଚୀନକୁ ଚେତାବନୀ । ଆମେରିକାର ରାଷ୍ଟ୍ରୀୟ ନିରାପତ୍ତା ପରାମର୍ଶଦାତା ଜାକ ସୁଲିବନ ଚୀନକୁ ଚେତାବନୀ ଦେଇଛନ୍ତି । ସାରା ବିଶ୍ୱ ଏବେ କରୋନା ସହ ଲଢ଼ୁଛି । ଏହାର ଉତ୍ପତ୍ତିକୁ ନେଇ ହେଉଥିବା ତଦନ୍ତରେ ଚୀନ ଆଜି ପର୍ଯ୍ୟନ୍ତ ସହଯୋଗ କରୁନି । ଯଦି ବିଜିଂ ପକ୍ଷରୁ ସହଯୋଗ ନକରାଯାଏ, ତେବେ ଅନ୍ତର୍ଜାତୀୟ ସ୍ତରରେ ଚୀନକୁ ବାସନ୍ଦ ଦଣ୍ଡ ଭୋଗିବାକୁ ପଡ଼ିବ । ଏକ ସାକ୍ଷାତକାରରେ ସୁଲିବନ ଏହା କହିଛନ୍ତି । କରୋନାର ଉତ୍ପତ୍ତି ବିଷୟରେ ତଦନ୍ତ କରିବାକୁ ଜି-୭ ସଂଗଠନର ନେତାମାନେ କରୋନା ଭାଇରସ ସମ୍ବନ୍ଧୀୟ ତଦନ୍ତ ପ୍ରସଙ୍ଗରେ ଚୀନ ଉପରେ ଚାପ ପକାଇଛନ୍ତି । ଏ କ୍ଷେତ୍ରରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

ତେବେ କରୋନା ଭାଇରସର ଉତ୍ପତ୍ତି ଏପର୍ଯ୍ୟନ୍ତ ଏକପ୍ରକାର ରହସ୍ୟ ହୋଇ ରହିଛି । ଚୀନର ଉହାନ ଲ୍ୟାବରୁ ନାଁ ଅନ୍ୟ କୌଣସି ସ୍ଥାନରୁ ହେଉଛି ସେନେଇ ବହୁ ବିଶେଷଜ୍ଞ ତଦନ୍ତ କରିବାକୁ ଚାହୁଁଥିଲେ ମଧ୍ୟ ଚୀନ ଏହାକୁ ସମର୍ଥନ କରୁନି । ଜି-୭ର ସଦସ୍ୟମାନେ ପୁଣିଥରେ ଏହା ଉପରେ ତଦନ୍ତ କରିବାକୁ ଚୀନ ବିରୋଧରେ ସ୍ୱର ଉଠାଇଛନ୍ତି । ଏହି ବାବଦରେ ଚୀନ ଉପରେ ଚାପ ପ୍ରୟୋଗ ମଧ୍ୟ କରାଯାଉଛି । ଯଦି ଚୀନ ଏଥିରେ ସହଯୋଗ ନକରେ ତେବେ ଚୀନକୁ ଅନ୍ତର୍ଜାତୀୟ ସ୍ତରରେ ଏକ ଘରକିଆ କରାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ