Masthead

ଚୀନକୁ ଚେତାବନୀ, ତଦନ୍ତରେ ସହଯୋଗ ନକଲେ ବାସନ୍ଦ ଦଣ୍ଡ

(ବଡ଼ ଖବର ବ୍ୟୁରୋ): ଚୀନକୁ ଚେତାବନୀ । ଆମେରିକାର ରାଷ୍ଟ୍ରୀୟ ନିରାପତ୍ତା ପରାମର୍ଶଦାତା ଜାକ ସୁଲିବନ ଚୀନକୁ ଚେତାବନୀ ଦେଇଛନ୍ତି । ସାରା ବିଶ୍ୱ ଏବେ କରୋନା ସହ ଲଢ଼ୁଛି । ଏହାର ଉତ୍ପତ୍ତିକୁ ନେଇ ହେଉଥିବା ତଦନ୍ତରେ ଚୀନ ଆଜି ପର୍ଯ୍ୟନ୍ତ ସହଯୋଗ କରୁନି । ଯଦି ବିଜିଂ ପକ୍ଷରୁ ସହଯୋଗ ନକରାଯାଏ, ତେବେ ଅନ୍ତର୍ଜାତୀୟ ସ୍ତରରେ ଚୀନକୁ ବାସନ୍ଦ ଦଣ୍ଡ ଭୋଗିବାକୁ ପଡ଼ିବ । ଏକ ସାକ୍ଷାତକାରରେ ସୁଲିବନ ଏହା କହିଛନ୍ତି । କରୋନାର ଉତ୍ପତ୍ତି ବିଷୟରେ ତଦନ୍ତ କରିବାକୁ ଜି-୭ ସଂଗଠନର ନେତାମାନେ କରୋନା ଭାଇରସ ସମ୍ବନ୍ଧୀୟ ତଦନ୍ତ ପ୍ରସଙ୍ଗରେ ଚୀନ ଉପରେ ଚାପ ପକାଇଛନ୍ତି । ଏ କ୍ଷେତ୍ରରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

ତେବେ କରୋନା ଭାଇରସର ଉତ୍ପତ୍ତି ଏପର୍ଯ୍ୟନ୍ତ ଏକପ୍ରକାର ରହସ୍ୟ ହୋଇ ରହିଛି । ଚୀନର ଉହାନ ଲ୍ୟାବରୁ ନାଁ ଅନ୍ୟ କୌଣସି ସ୍ଥାନରୁ ହେଉଛି ସେନେଇ ବହୁ ବିଶେଷଜ୍ଞ ତଦନ୍ତ କରିବାକୁ ଚାହୁଁଥିଲେ ମଧ୍ୟ ଚୀନ ଏହାକୁ ସମର୍ଥନ କରୁନି । ଜି-୭ର ସଦସ୍ୟମାନେ ପୁଣିଥରେ ଏହା ଉପରେ ତଦନ୍ତ କରିବାକୁ ଚୀନ ବିରୋଧରେ ସ୍ୱର ଉଠାଇଛନ୍ତି । ଏହି ବାବଦରେ ଚୀନ ଉପରେ ଚାପ ପ୍ରୟୋଗ ମଧ୍ୟ କରାଯାଉଛି । ଯଦି ଚୀନ ଏଥିରେ ସହଯୋଗ ନକରେ ତେବେ ଚୀନକୁ ଅନ୍ତର୍ଜାତୀୟ ସ୍ତରରେ ଏକ ଘରକିଆ କରାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ପାଠ୍ୟପୁସ୍ତକ ତ୍ରୁଟି ଉପରେ ମୁଖ୍ୟମନ୍ତ୍ରୀଙ୍କ କଡା ଆଭିମୁଖ୍ୟ , ତଦନ୍ତ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ପାଠ୍ୟପୁସ୍ତକ ତ୍ରୁଟି ଉପରେ ମୁଖ୍ୟମନ୍ତ୍ରୀଙ୍କ କଡା ଆଭିମୁଖ୍ୟ , ତଦନ୍ତ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି