Masthead

ପିପିଇକିଟ୍ ପିନ୍ଧି କରାଇଲେ ପ୍ରସବ

ପାପଡ଼ାହାଣ୍ଡି()କରୋନାକୁ ଭୟ ନକରି ଉଦାହରଣ ସୃଷ୍ଟି କଲେ ଡାକ୍ତର । ପିପିଇକିଟ୍ ପିନ୍ଧି କରାଇଲେ ପ୍ରସବ । ପାପଡାହାଣ୍ଡି ବ୍ଲକ ମାଝୀଗୁଡା ପଂଚାୟତ, ଚିକିଲିଆଗୁଡା ଗ୍ରାମର ଜଣେ ମହିଳା ପ୍ରସବ ଯନ୍ତ୍ରଣାରେ ଛଟପଟ ହେବାରୁ ପରିବାର ଲୋକେ ତାଙ୍କୁ ମଇଦଲପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପ୍ରଥମେ ଗର୍ଭବତୀଙ୍କ କରୋନା ପରୀକ୍ଷା କରଯାଇଥିଲା। ଟେଷ୍ଟ ପରେ ମହିଳା ଜଣକ କରୋନା ପଜିଟିଭ ଥିବା ଜଣାପଡିଥିଲା । ଦେଇଥିଲେ । କାର୍ୟ୍ୟରତ ଡାକ୍ତର ମୋହନ ଦାସ ପଜିଟିଭ କଥା ଶୁଣି ବ୍ୟତିବ୍ୟସ୍ତ ହେଇଯାଇଥିଲେ । ଗର୍ଭବତୀ ମହିଳାଙ୍କ ପ୍ରସବ ଯନ୍ତ୍ରଣା ଅଧିକ ହେଉଥିବା ଜାଣି ଡାକ୍ତର ସଙ୍ଗେ ସଙ୍ଗେ ପିପିଇକିଟ ପିନ୍ଧି ଚିକିତ୍ସାରେ ଲାଗିପଡିଲେ । ମହିଳା ଜଣକ ଗୋଟିଏ ପୁତ୍ରସନ୍ତାନକୁ ଜନ୍ମ ଦେଇଥିଲେ ।

ଜୀବନକୁ ବାଜି ଲଗାଇ ମଇଦଲପୁର ସ୍ୱାସ୍ଥ୍ୟକେନ୍ଦ୍ରର ମହିଳା ସ୍ୱାସ୍ଥ୍ୟକର୍ମୀ ରଶ୍ମିତା ବାଗ ଓ ସହାୟିକା ପଦ୍ମା ଭତ୍ରା ପିପିଇକିଟ ପିନ୍ଧି ପ୍ରସବ କରାଇବାରେ ଡାକ୍ତରଙ୍କୁ ସହଯୋଗ କରିଥିଲେ। ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଏଭଳି କାର୍ୟ୍ୟ ପାଇଁ ଚାରିଆଡୁ ପ୍ରଶଂସାର ସୁଅ ଛୁଟିଛି । ଏବେ ମାଆ ଓ ଶିଶୁ ସୁସ୍ଥ ଥିବା ଡାକ୍ତର ସୂଚନା ଦେଇଛନ୍ତି । ଉଭୟଙ୍କୁ ସେମାନଙ୍କ ଘରକୁ ପଠାଇ ଦିଆଯାଇଛି । ଘରେ ସଂଘରୋଧରେ ରହିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି । ଚିକିଲିଆଗୁଡା ଗ୍ରାମକୁ କଣ୍ଟାକ୍ଟ ଟ୍ରେସିଂ କରି ଗାଁ ଲୋକଙ୍କର କରୋନା ପରୀକ୍ଷା କାରାଯିବାକୁ ସାଧାରଣରେ ଦାବି ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ