Masthead

ସାପ ଛାଡି ସ୍ତ୍ରୀ ଓ ଝିଅକୁ ହତ୍ୟା ଘଟଣା, ହତ୍ୟାକାରୀ ସ୍ୱାମୀକୁ ଗିରଫ କଲା ପୋଲିସ

ଆସିକା (ବଡ଼ ଖବର ବ୍ୟୁରୋ):କବିସୂର୍ୟ୍ୟନଗରରେ ନାଗସାପ ଛାଡି ନିଜ ସ୍ତ୍ରୀ ଓ ଝିଅକୁ ହତ୍ୟା କରିଥିବା ଘଟଣା ଆଜି ନୂଆ ମୋଡ ନେଇଛି । ସ୍ୱାମୀ ନିଜେ ସାପ ଛାଡି ନିଜ ସ୍ତ୍ରୀ ଓ ଝିଅକୁ ହତ୍ୟା କରିଥିଲା । ଆଜି କବିସୂର୍ୟ୍ୟନଗର ପୋଲିସ ଅଭିଯୁକ୍ତ ସ୍ୱାମୀ କେ.ଗଣେଶ ପାତ୍ରଙ୍କୁ ଗିରଫ କରି କୋର୍ଟ ପଠାଇଥିବା କବିସୂର୍ୟ୍ୟନଗର ଥାନା ଅଧିକାରୀ ସୂଚନା ଦେଇଛନ୍ତି ।ଗତ ଅକ୍ଟୋବର ୭ ତାରିଖରେ କବିସୂର୍ୟ୍ୟନଗର ଥାନା ଅଢେଇ ବରଗାଁ ଗ୍ରାମ ଠାରେ କୋଳଥିଆ ନାଗସାପ କାମୁଡାରେ ମା ଓ ଶିଶୁ କନ୍ୟା ପ୍ରାଣ ହରାଇଥିଲେ । ମୃତକ ମାନେ ଅଭିଯୁକ୍ତ ସ୍ୱାମୀ କେ.ଗଣେଶ ପାତ୍ରଙ୍କ ସ୍ତ୍ରୀ କେ.ବାସନ୍ତି ପାତ୍ର(୨୩) ଓ ୨ ବର୍ଷର ଝିଅ ଦେବସ୍ମିତା ଥିଲେ । ।ବାସନ୍ତି ଓ ଦେବସ୍ମିତା ଶୋଇଥିବା ବେଳେ ହଠାତ ଉଭୟଙ୍କୁ ସାପଟି କାମୁଡି ଥିଲା । ଚିତ୍କାର ଶୁଣି ପରିବାର ବର୍ଗ ପହଁଚିବା ବେଳେ ନାଗସାପଟି ସେମାନଙ୍କ ଗୋଡ ପାଖରେ ଥିଲା । ଉଭୟଙ୍କୁ ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ଯୋଗେ ହିଞ୍ଜିଳିକାଟୁ ଉପଖଣ୍ଡ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ କବିସୂର୍ୟ୍ୟନଗର ପୋଲିସ ଦୁଇଟି ଅପମୃତ୍ୟୁ ମାମାଲା ରୁଜୁ କରିଥିଲେ । ଏହି ଘଟଣା ସେତେବଳେ ସମସ୍ତଙ୍କ ହୃଦୟକୁ ସ୍ତବ୍ଧ କରିଦେଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଯୁବତୀଙ୍କୁ ଦୁର୍ବ୍ୟବହାର ଉଦ୍ୟମ କରିବା ପଡିଲା ମହଙ୍ଗା 🔴 ଘଡ଼ଘଡ଼ି ସହ ବର୍ଷା 🔴 ଏବେ ସୁନା ନ କିଣିବାକୁ ମୋଦିଙ୍କ ପରାମର୍ଶ 🔴 ଆଜିଠୁ ଆରମ୍ଭ ହେବ ରତ୍ନଭଣ୍ଡାର ଅଳଙ୍କାରର ଗଣତି ମଣତି 🔴 ସୌମ୍ୟ ହତ୍ୟା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ 🔴 ପୂର୍ବଶତ୍ରୁତାକୁ କେନ୍ଦ୍ରକରି ବାପ-ପୁଅଙ୍କୁ ଆକ୍ରମଣ 🔴 ଶପଥ ପରେ ଆକ୍ସନ୍ ମୋଡ୍‌ରେ ବିଜୟ 🔴 ହିଜବୁଲ୍ଲାର ୫୮ ଠିକଣାକୁ ଟାର୍ଗେଟ୍ 🔴 ଓଡ଼ିଶାକୁ ଘାରିଲା ବାତ୍ୟା ଭୟ ! 🔴 ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ 🔴 ଯୁବତୀଙ୍କୁ ଦୁର୍ବ୍ୟବହାର ଉଦ୍ୟମ କରିବା ପଡିଲା ମହଙ୍ଗା 🔴 ଘଡ଼ଘଡ଼ି ସହ ବର୍ଷା 🔴 ଏବେ ସୁନା ନ କିଣିବାକୁ ମୋଦିଙ୍କ ପରାମର୍ଶ 🔴 ଆଜିଠୁ ଆରମ୍ଭ ହେବ ରତ୍ନଭଣ୍ଡାର ଅଳଙ୍କାରର ଗଣତି ମଣତି 🔴 ସୌମ୍ୟ ହତ୍ୟା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ 🔴 ପୂର୍ବଶତ୍ରୁତାକୁ କେନ୍ଦ୍ରକରି ବାପ-ପୁଅଙ୍କୁ ଆକ୍ରମଣ 🔴 ଶପଥ ପରେ ଆକ୍ସନ୍ ମୋଡ୍‌ରେ ବିଜୟ 🔴 ହିଜବୁଲ୍ଲାର ୫୮ ଠିକଣାକୁ ଟାର୍ଗେଟ୍ 🔴 ଓଡ଼ିଶାକୁ ଘାରିଲା ବାତ୍ୟା ଭୟ ! 🔴 ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ