ଅପେକ୍ଷା କରିପାରିଲେ ନାହିଁ, ପରର ହାତ ଧରିଲେ ସ୍ତ୍ରୀ

ନୟାଗଡ଼ (ବଡ଼ ଖବର ବ୍ୟୁରୋ): ୧୨ ବର୍ଷ ତଳେ ସ୍ମୃତିଶକ୍ତି ହରାଇ ଗାଁରୁ କେଉଁଆଡ଼େ ଚାଲି ଯାଇଥିଲେ । ଦୀର୍ଘ ୧୨ ବର୍ଷ ପରେ ସ୍ମୃତିଶକ୍ତି ଫେରି ପାଇ ଗାଁ ମାଟିକୁ ଆସିଲା ବେଳକୁ ଆଉ ନଥିଲା ତାଙ୍କର ସଂସାର । ପତ୍ନୀ ଅନ୍ୟତ୍ର ବିବାହ କରିସାରିଥିବା ବେଳେ ନିଜ ପିଲାମାନେ ମଧ୍ୟ ଅନ୍ୟର ହୋଇଯାଇଥିଲେ । ନୟାଗଡ଼ ନୂଆଗାଁରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଗୁମୀ ଗାଁର ଜନ ନାୟକ । ତାଙ୍କର ମଧ୍ୟ ଘର ସଂସାର ଥିଲା । ସ୍ତ୍ରୀ ଆଉ ଦୁଇ ପିଲା ମଧ୍ୟ ଥିଲେ । ଶ୍ରମିକ ଭାବେ କାମ କରି ଜନ ମଧ୍ୟ ନିଜର ତେଲ ଲୁଣର ସଂସାର ଚଳାଉଥିଲେ ।

ହଠାତ ଜନଙ୍କର ସ୍ମୃତିଶକ୍ତି ଲୋପ ହୋଇଗଲା । ଗତ ୧୨ ବର୍ଷ ତଳେ ଗାଁ ଛାଡି ଜନ କାମଦାମ ସନ୍ଧାନରେ ମୁମ୍ବାଇକୁ ଚାଲିଯାଇଥିବା ବେଳେ ସେଠାରେ ନିଜର ସ୍ମୃତିଶକ୍ତି ହରାଇ ଭିକ୍ଷାବୃତ୍ତି କରୁଥିଲେ । ମାତ୍ର, ମୁମ୍ବାଇ ସ୍ଥିତ ଶ୍ରଦ୍ଧା ଫାଉଣ୍ଡେସନର କର୍ମକର୍ତା ଜନଙ୍କୁ ଉଦ୍ଧାର କରି ସେଠାରେ ତାଙ୍କର ଚିକିତ୍ସା ଜାରି ରଖିଥିଲେ । ୧୨ ବର୍ଷ ପରେ ଜନ ନିଜର ସ୍ମୃତିଶକ୍ତି ଫେରିଆସିବା ପରେ ତାଙ୍କୁ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଗୁମି ଗ୍ରାମକୁ ଫେରାଇ ଆଣିଛନ୍ତି । ଦୀର୍ଘ ୧୨ ବର୍ଷ ପରେ ଜନ ଗାଁକୁ ଫେରି ଆସିବାକୁ ନେଇ ସାରା ଗାଁରେ ଖୁସିର ଲହରୀ ଖେଳି ଯାଇଥିବା ବେଳେ ୧୨ ବର୍ଷ ଭିତରେ ନିଜର ପିଲା ଛୁଆ ସଂସାରକୁ ହରାଇ ଦେଇଛନ୍ତି ଜନ ।

ମୁମ୍ବାଇର ଶ୍ରଦ୍ଧା ଫାଉଣ୍ଡେସନର ସ୍ବେଛାସେବୀଙ୍କ ସହାୟତାରେ ଗାଁକୁ ୧୨ ବର୍ଷ ପରେ ଜନ ସୁସ୍ଥ ହୋଇ ଘରକୁ ଫେରିବା ପରେ ନିଜ ପୁରୁଣା ଦିନକୁ ଝୁରି ହେଉଛନ୍ତି । ଭାଗ୍ୟର ବିଡମ୍ବନା ଗାଁକୁ ଫେରିବା ପରେ ଜନ ଜାଣିପାରିଲେ ସେ ୧୨ ବର୍ଷ ତଳେ ବିବାହ କରିଥିବା ପତ୍ନୀ ପିଲା ମାନଙ୍କୁ ଧରି ଅନ୍ୟତ୍ର ବିବାହ କରି ଚାଲି ଯାଇଛନ୍ତି । ଜନ୍ମ କଲା ବାପା ମା ବି ସବୁଦିନ ପାଇଁ ତାଙ୍କୁ ଛାଡ଼ି ଆରପାରିକୁ ଚାଲି ଯାଇଛନ୍ତି । ଗାଁରେ କେବଳ ଜନଙ୍କ ଭାଇ ଭାଉଜକୁ ଛାଡିଦେଲେ ନିଜର ବୋଲି ଆଉ କେହି ନାହାନ୍ତି । ଗାଁ ଏବଂ ନିଜ ଜନ୍ମ ମାଟିକୁ ଫେରିବାର ଖୁସି ଅନୁଭବ କରିବା ବେଳେ ନିଜର ସବୁ କିଛି ହରାଇବାର ଦୁଃଖ ଜନଙ୍କୁ ଆଶ୍ଚର୍ଯ୍ୟ କରିଛି । ବିଧିର ବିଧାନ ବଡ଼ ବିଚିତ୍ର ସତରେ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’