ଜରୁରୀକାଳୀନ ଡାଟା ଋଣ ସୁବିଧା ଆରମ୍ଭ କଲା ଜିଓ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ହାଇସ୍ପିଡ୍ ଡାଟା ବ୍ୟବହାର ଜାରି ରହିଥିବା ସମୟରେ ହଠାତ୍ ଦିନର ଧାର୍ଯ୍ୟ ହାଇସ୍ପିଡ୍ ଡାଟା ଶେଷ ହୋଇଗଲେ ପ୍ରତ୍ୟେକ ମୋବାଇଲ୍ ଡାଟା ବ୍ୟବହାରକାରୀ ତୁରନ୍ତ ଡାଟା ଟପ୍ ଅପ କରିଦିଆନ୍ତି । ରିଚାର୍ଜ କରିବାକୁ ବିଭିନ୍ନ କାରଣରୁ ସମର୍ଥ ହୋଇପାରନ୍ତି ନାହିଁ, ଏକଥା ଜିଓ ହୃଦୟଙ୍ଗମ କରିଛି ।

ସେଥିପାଇଁ ଗ୍ରାହକମାନଙ୍କ ସୁବିଧା ନିମନ୍ତେ ରିଲାଏନ୍ସ ଜିଓ ପକ୍ଷରୁ ଜରୁରୀକାଳୀନ ଡାଟା ଋଣ ସୁବିଧା ଆରମ୍ଭ କରାଯାଇଛି ଯାହାଦ୍ୱାରା ଜିଓ ଗ୍ରାହକମାନେ ଜରୁରୀ ସମୟରେ ଏହି ସୁବିଧାର ଲାଭ ନେଇ ନିରବଚ୍ଛିନ୍ନ ହାଇସ୍ପିଡ ଡାଟା ବ୍ୟବହାର ଜାରି ରଖିପାରିବେ ଏବଂ ଏଥିପାଇଁ ପରବର୍ତ୍ତୀ ସମୟରେ ଦେୟ ପ୍ରଦାନ କରିପାରିବେ ।

ନୂଆ ନୂଆ ଉତ୍ପାଦ ପ୍ରଚଳନ କରିବା ତଥା ଗ୍ରାହକଙ୍କୁ ନିଆରା ଅନୁଭୂତି ପ୍ରଦାନ କରିବାରେ ଜିଓ ଏବେ ଜିଓ ବ୍ୟବହାରକାରୀଙ୍କୁ ସରଳ ଅଥଚ ଶକ୍ତିଶାଳୀ ସମାଧାନ ଯୋଗାଇଦେବ, ଯାହା ସେମାନଙ୍କୁ ହାଇସ୍ପିଡ ଡାଟା ନିରବଚ୍ଛିନ୍ନ ବ୍ୟବହାର କରିବାର ଅନୁଭୂତିକୁ ସୁନିଶ୍ଚିତ କରିବ । ସୂଚନାଯୋଗ୍ୟ ଯେ ଜିଓ ନିଜର ଡାଟା କ୍ଷମତା ଓ ସ୍ପିଡକୁ ପ୍ରାୟତଃ ଦୁଇଗୁଣ କରିବାକୁ ନିକଟରେ ତାହାର ନେଟୱର୍କକୁ ଅଧିକ ସମୃଦ୍ଧ କରିଛି । ସେଥିପାଇଁ ଜିଓ ବ୍ୟବହାରକାରୀମାନେ ଉନ୍ନତ ନେଟୱର୍କ ସଂଯୋଗ ଏବଂ ଅଧିକ ସ୍ପିଡ ଅନୁଭବ କରିପାରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’