Masthead

ଜାଣନ୍ତୁ କେଉଁଠି ପାଳନ ହେଉଛି ଫିସ୍ ଫେଷ୍ଟିଭାଲ

(ବଡ଼ ଖବର ବ୍ୟୁରୋ): କୋଭିଡ ନିୟମ ଉଲ୍ଲଘଂନ କରି ଲୋକମାନେ ମାଛ ଧରୁଛନ୍ତି । ହଜାରେରୁ ଅଧିକ ଲୋକ ମାଛ ଧରୁଛନ୍ତି। ନା ଅଛି ସାମାଜିକ ଦୂରତା, ନା ଅଛି କାହା ମୁହଁରେ ମାକ୍ସ । ଏ ହେଉଛି ତାମିଲନାଡୁର ଭିଲାରିପଟ୍ଟି ଗାଁର ଦୃଶ୍ୟ । ପ୍ରତିବର୍ଷ ଜୁଲାଇ ୪ରେ ଭିଲାଇପଟ୍ଟି ଅଞ୍ଚଳର ୪ଖଣ୍ଡ ଗାଁର ଲୋକମାନେ ପାଳିଆସୁଛନ୍ତି ମାଛଧରା ପର୍ବ ବା ଫିସ୍ ଫେଷ୍ଟିଭାଲ । ଗାଁ ନିକଟସ୍ଥ ଶିବଗଙ୍ଗାରେ ଏହା ପାଳିତ ହୋଇଥାଏ । ଏହି ପର୍ବ ଅତି ପୁରାତନ । ଶହେ ବର୍ଷରୁ ଅଧିକ ହେବ ଲୋକମାନେ ଫିସ୍ ଫେଷ୍ଟିଭାଲ ପାଳନ କରିଆସୁଛନ୍ତି ।

ବର୍ଷସାରା ଶିଗଙ୍ଗାରୁ କେହି ମାଛ ଧରନ୍ତି ନାହିଁ । ବର୍ଷକୁ ଥରେ ଅର୍ଥାତ୍ ଜୁଲାଇ ୪ରେ ଲୋକମାନେ ମିଳିତ ହୋଇ ମାଛ ଧରନ୍ତି । ଆଉ ଧରିଥିବା ମାଛ ନିଜେ ଭଜା, ତରକାରୀ କରି ଖାଆନ୍ତି, ଆଉ ସମ୍ପର୍କୀୟମାନଙ୍କୁ ବାଣ୍ଟନ୍ତି । ଲୋକଙ୍କ ବିଶ୍ୱାସ ଅଛି ଏହି ମାଛ ଖାଇଲେ ଦେହ ସୁସ୍ଥ ରହିବା ସହ ଫସଲ ଅମଳ ମଧ୍ୟ ଭଲ ହୋଇଥାଏ । ଗତ ୪ତାରିଖରେ ତାମିଲନାଡୁରେ ୩ହଜାର ୮୬୭ ନୂଆ କୋଭିଡ ରୋଗୀ ଚିହ୍ନଟ ହୋଇଥିବା ବେଳେ ୭୨ଜଣଙ୍କ ମୃତ୍ୟୁ ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ