Masthead

ଶବକୁ ସିନ୍ଦୁର ପିନ୍ଧାଇଥିଲା ଜଗନ୍ନାଥ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ବହୁଚର୍ଚ୍ଚିତ ଭିମଟାଙ୍ଗୀ ହତ୍ୟାକାଣ୍ଡ ଉପରୁ ପରଦା ହଟାଇଲା ପୋଲିସ । ହତ୍ୟାକାରୀ ଜଗନ୍ନାଥ ସୁସ୍ଥ ହେବା ପରେ ପୋଲିସ ପଚରା ଉଚରା କରିଥିଲା। ଶେଷରେ ସତ ମାନିଛି ଜଗନ୍ନାଥ। ଯାହାର ଖୁଲାସା କରିଛି କମିସନରେଟ ପୋଲିସ। ସେଦିନ ହତ୍ୟାକାରୀ ଜଗନ୍ନାଥ କେମିତି ଓ କେଉଁ ସ୍ଥିତିରେ ପ୍ରିୟଙ୍କାଙ୍କୁ ହତ୍ୟା କରିଥିଲା ତାହାର ଟିକିନିଖି କଥା ଓଗାଳିଛି ପୋଲିସ ଆଗରେ । ଜଗନ୍ନାଥ ପୂର୍ବରୁ ପ୍ରିୟଙ୍କା ସହ କଥା ହୋଇଥିଲା। କଥାବାର୍ତ୍ତାରେ ଉଭୟ ଉଭୟଙ୍କୁ ଭେଟିବାର ନିଷ୍ପତ୍ତି ମଧ୍ୟ ହୋଇଥିଲା । ଜଗନ୍ନାଥ ସାଙ୍ଗରେ ଆଣିଥିଲା ଚକଲେଟ, ଛୁରୀ ପ୍ରେମିକା ପ୍ରିୟଙ୍କାଙ୍କୁ ହତ୍ୟା କରିବା ପରେ ସିନ୍ଦୁର ପିନ୍ଧାଇଥିଲା ଜଗନ୍ନାଥ। ଭିମଟାଙ୍ଗୀ ହତ୍ୟାକାଣ୍ଡକୁ ନେଇ କମିସନରେଟ୍ ପୋଲିସ କରିଛି ବଡ଼ ଖୁଲାସା। ଏହାପରେ ଭୁବନେଶ୍ବର ଡିସିପି ଗଣମାଧ୍ୟମ ଆଗରେ ବଖାଣଛନ୍ତି ସମ୍ପୂର୍ଣ୍ଣ ଘଟଣା ।

ତଦନ୍ତ ବେଳେ ହତ୍ୟାକାରୀ ଜଗନ୍ନାଥ କହିଛି, ଘଟଣାର ୪ ଦିନ ପୂର୍ବରୁ ସେ ପ୍ରସ୍ତୁତ କରିଥିଲା ବ୍ଲୁ ପ୍ରିଣ୍ଟ । ହତ୍ୟା ପାଇଁ ରଚିଥିଲା ସମ୍ପୂର୍ଣ୍ଣ ଷଡ଼ଯନ୍ତ୍ର । ସାଥିରେ ନେଇ ଫେରାର କରିବ ନଚେତ ହତ୍ୟା କରିବ ବୋଲି ମନସ୍ଥ କରିସାରିଥାଏ ଜଗନ୍ନାଥ । ସେଦିନ ପ୍ରିୟଙ୍କାଙ୍କ ସ୍ୱାମୀ ଘରେ ନଥିବାବେଳେ ଘର ଭିତରକୁ ପ୍ରବେଶ କରିବାର ସୁଯୋଗ ପାଇଥିଲା ଜଗନ୍ନାଥ । ସେପଟେ ହତ୍ୟାକାଣ୍ଡ ଦିନ ସକାଳ ୯ଟା ବେଳେ ପ୍ରିୟଙ୍କାଙ୍କ ଘର ଭିତରକୁ ପ୍ରବେଶ କରିଥିଲା । ସାଥିରେ ଚକଲେଟ, ଛୁରୀ ମଧ୍ୟ ନେଇଥିଲା ଜଗନ୍ନାଥ । ଘରେ ପ୍ରବେଶ କରିବା ପରେ ପ୍ରିୟଙ୍କାକୁ ବିବାହ କରିବା ସହ ସାଥିରେ ଫେରାର ହେବାକୁ କହିଥିଲା । କିନ୍ତୁ ପ୍ରିୟଙ୍କା ଅଭିଯୁକ୍ତ ଜଗନ୍ନାଥ ସହିତ ଯିବା ପାଇଁ ମନା କରିଥିଲେ। ଏହି ସମୟରେ ଘର ମାଲିକ ଦହିବାର ଦେବାକୁ ଆସି କବାଟ ବାଡେଇଥିଲେ । ଧରା ପଡିଯିବା ଭୟରେ ଜଗନ୍ନାଥ ବାଥରୁମରେ ଲୁଚି ଯାଇଥିବା ପୋଲିସ ଆଗରେ କହିଛି । ଅନ୍ୟପଟେ ଘର ମାଲିକ ଦହିବାର ଦେବା ସମୟରେ ପ୍ରିୟଙ୍କାଙ୍କ କୁନି ପୁଅକୁ ସାଥିରେ ନେଇଯାଇଥିଲେ ।

ଜଗନ୍ନାଥ ପରେ ବାହାରି ପ୍ରୟଙ୍କାଙ୍କୁ ସାଥିରେ ଫେରାର ହୋଇଯିବା ନେଇ ଜିଦ୍ କରିଥିଲେ । କିନ୍ତୁ ପ୍ରିୟଙ୍କା ନାରାଜ ହୋଇଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ମଧ୍ୟ ହୋଇଥିବା ଜଣାପଡ଼ିଛି । ଅନ୍ୟପଟେ ପ୍ରିୟଙ୍କା ମନା କରିବା ପରେ ଉତ୍ତ୍ୟକ୍ତ ହୋଇ ଅଭିଯୁକ୍ତ ଛୁରୀରେ ଜଗନ୍ନାଥ ହତ୍ୟା କରିଥିବା ସ୍ୱୀକାର କରିଛି । ସେହିପରି ପ୍ରିୟଙ୍କାଙ୍କୁ ହତ୍ୟା କରିବା ପରେ ହତ୍ୟାକାରୀ ଜଗନ୍ନାଥ ସିନ୍ଦୂର ପିନ୍ଧାଇଥିବା ପୋଲି୍ସ ଆଗରେ କହିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ