Masthead

ସରକାର ଗଡ଼ାଇଦେଲା ସଫ୍ଟୱେର?

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ବର୍ତ୍ତମାନ ସମୟରେ ଗୋଟିଏ ପରେ ଗୋଟିଏ ଗୁମର ପେଗାସେସକୁ ନେଇ ଭାରତରେ ଖୋଲିବାରେ ଲାଗିଲାଣି । ଆପଣଙ୍କର ମନେଥିବ ୨୦୧୯ ଜୁଲାଇରେ କର୍ଣ୍ଣାଟକରେ କୁମାରସ୍ୱାମୀ ସରକାରର ପତନ ହୋଇଥିଲା । ଆଉ ତଥ୍ୟ ଏୟା ଆସୁଛି ଯେ, ସରକାର ପତନରେ ଇସ୍ରାଏଲ ଏନଏସଓ ଗ୍ରୁପ୍ ପେଗାସେସର ଏହି ଆପକୁ ବ୍ୟବହାର କରିଥିଲା । ତତକାଳୀନ ମୁଖ୍ୟମନ୍ତ୍ରୀ ଏଚ. ଡି. କୁମାରସ୍ୱାମୀଙ୍କ ବ୍ୟକ୍ତିଗତ ସଚିବ ସତିଶ, ଉପମୁଖ୍ୟମନ୍ତ୍ରୀ ଜି. ପରମେଶ୍ୱର, ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୟାଙ୍କ ସଚିବ ଭେଙ୍କଟେଶ୍ୱରଙ୍କ ମୋବାଇଲେ ଏହି ସଫ୍ଟୱେରକୁ ଇନଷ୍ଟଲ କରାଯାଇଥିଲା । ସେମାନଙ୍କର ପ୍ରତିଟି କଥା ଏବଂ କାର୍ଯ୍ୟକଳାପକୁ ଏହି ଆପ୍ ଜରିଆରେ ନଜର ରଖାଯାଇଥିଲା ।

ମିଳିଥିବା ସୂଚନା ଅନୁଯାୟୀ, ଜେଡିଏସ- କଂଗ୍ରେସ ମେଣ୍ଟ ସରକାରର ପତନରେ ଏହା ପ୍ରମୁଖ ଭୂମିକା ନେବା ସହ ବିଜେପି ସରକାରକୁ ଫେରିଥିଲା । ବିଏସ ୟେଦିରପ୍ପା ଏହା ପରେ ସରକାର ଗଠନ କରିଥିଲେ । ୨ ବର୍ଷ ତଳେ ମେଣ୍ଟ ସରକାର ପତନ ବେଳେ ଜଡିତ ଥିବା ବ୍ୟକ୍ତିଙ୍କ ଫୋନ ଗୁଡ଼ିକ ପେଗାସେସ ଦ୍ୱାର ହ୍ୟାକ୍ ହୋଇଥିଲା । ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ କୁମାରସ୍ୱାମୀ ନିଜ ସରକାରଙ୍କୁ ବଞ୍ଚାଇବା ପାଇଁ ଉଦ୍ୟମ ଚଳାଇଥିବା ବେଳେ କିଛି ନିଦ୍ଦିଷ୍ଟ ବ୍ୟକ୍ତିବିଶେଷଙ୍କ ନମ୍ବରକୁ ହ୍ୟାକ୍ ପାଇଁ ଚିହ୍ନଟ କରାଯାଇଥିଲା । ସେତେବେଳେ ଶାସକ ଦଳର ୧୭ ବିଧାୟକ ଇସ୍ତଫା ଦେବା ପରେ ସରକାର ଆସ୍ଥା ଭୋଟର ସାମ୍ନା କରିଥିଲେ କିନ୍ତୁ ଏଥିରେ ବିଫଳ ହେବାରୁ ସରକାରର ପତନ ହୋଇଥିଲା । ବିଧାୟକମାନେ ମୁମ୍ବାଇର ଏକ ହୋଟେଲରେ ଦୀର୍ଘ ସମୟ ଧରି ରହିଥିଲେ । କଂଗ୍ରେସ ନେତା ଡି. ଶିବକୁମାର ସେମାନଙ୍କୁ ଭେଟିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଏଥିରେ ବିଫଳ ହୋଇଥିଲେ । ପରେ ଯେତେବେଳେ ବିଜେପି ସରକାର ଗଢିଲା ଏସମସ୍ତ ବିଧାୟକ ବିଜେପିରେ ସାମିଲ ହୋଇଥିଲେ । ଭାଜପା ଟିକଟରେ ସେମାନେ ପୁଣି ବିଜୟୀ ହୋଇ ପରେ କିଛି ଜଣ ମନ୍ତ୍ରୀପଦ ପାଇଥିଲେ । ଫ୍ରାନ୍ସର ଫରବିଡେନ ଷ୍ଟୋରିଜ ଗଣମାଧ୍ୟମ ସଂସ୍ଥା ହାଜରେ ଲାଗିଥିବା ଡାଟାବେସରୁ ଏହି ସମସ୍ତ ନମ୍ବର ପ୍ରଘଟ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼