ସରକାର ଗଡ଼ାଇଦେଲା ସଫ୍ଟୱେର?

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ବର୍ତ୍ତମାନ ସମୟରେ ଗୋଟିଏ ପରେ ଗୋଟିଏ ଗୁମର ପେଗାସେସକୁ ନେଇ ଭାରତରେ ଖୋଲିବାରେ ଲାଗିଲାଣି । ଆପଣଙ୍କର ମନେଥିବ ୨୦୧୯ ଜୁଲାଇରେ କର୍ଣ୍ଣାଟକରେ କୁମାରସ୍ୱାମୀ ସରକାରର ପତନ ହୋଇଥିଲା । ଆଉ ତଥ୍ୟ ଏୟା ଆସୁଛି ଯେ, ସରକାର ପତନରେ ଇସ୍ରାଏଲ ଏନଏସଓ ଗ୍ରୁପ୍ ପେଗାସେସର ଏହି ଆପକୁ ବ୍ୟବହାର କରିଥିଲା । ତତକାଳୀନ ମୁଖ୍ୟମନ୍ତ୍ରୀ ଏଚ. ଡି. କୁମାରସ୍ୱାମୀଙ୍କ ବ୍ୟକ୍ତିଗତ ସଚିବ ସତିଶ, ଉପମୁଖ୍ୟମନ୍ତ୍ରୀ ଜି. ପରମେଶ୍ୱର, ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୟାଙ୍କ ସଚିବ ଭେଙ୍କଟେଶ୍ୱରଙ୍କ ମୋବାଇଲେ ଏହି ସଫ୍ଟୱେରକୁ ଇନଷ୍ଟଲ କରାଯାଇଥିଲା । ସେମାନଙ୍କର ପ୍ରତିଟି କଥା ଏବଂ କାର୍ଯ୍ୟକଳାପକୁ ଏହି ଆପ୍ ଜରିଆରେ ନଜର ରଖାଯାଇଥିଲା ।

ମିଳିଥିବା ସୂଚନା ଅନୁଯାୟୀ, ଜେଡିଏସ- କଂଗ୍ରେସ ମେଣ୍ଟ ସରକାରର ପତନରେ ଏହା ପ୍ରମୁଖ ଭୂମିକା ନେବା ସହ ବିଜେପି ସରକାରକୁ ଫେରିଥିଲା । ବିଏସ ୟେଦିରପ୍ପା ଏହା ପରେ ସରକାର ଗଠନ କରିଥିଲେ । ୨ ବର୍ଷ ତଳେ ମେଣ୍ଟ ସରକାର ପତନ ବେଳେ ଜଡିତ ଥିବା ବ୍ୟକ୍ତିଙ୍କ ଫୋନ ଗୁଡ଼ିକ ପେଗାସେସ ଦ୍ୱାର ହ୍ୟାକ୍ ହୋଇଥିଲା । ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ କୁମାରସ୍ୱାମୀ ନିଜ ସରକାରଙ୍କୁ ବଞ୍ଚାଇବା ପାଇଁ ଉଦ୍ୟମ ଚଳାଇଥିବା ବେଳେ କିଛି ନିଦ୍ଦିଷ୍ଟ ବ୍ୟକ୍ତିବିଶେଷଙ୍କ ନମ୍ବରକୁ ହ୍ୟାକ୍ ପାଇଁ ଚିହ୍ନଟ କରାଯାଇଥିଲା । ସେତେବେଳେ ଶାସକ ଦଳର ୧୭ ବିଧାୟକ ଇସ୍ତଫା ଦେବା ପରେ ସରକାର ଆସ୍ଥା ଭୋଟର ସାମ୍ନା କରିଥିଲେ କିନ୍ତୁ ଏଥିରେ ବିଫଳ ହେବାରୁ ସରକାରର ପତନ ହୋଇଥିଲା । ବିଧାୟକମାନେ ମୁମ୍ବାଇର ଏକ ହୋଟେଲରେ ଦୀର୍ଘ ସମୟ ଧରି ରହିଥିଲେ । କଂଗ୍ରେସ ନେତା ଡି. ଶିବକୁମାର ସେମାନଙ୍କୁ ଭେଟିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଏଥିରେ ବିଫଳ ହୋଇଥିଲେ । ପରେ ଯେତେବେଳେ ବିଜେପି ସରକାର ଗଢିଲା ଏସମସ୍ତ ବିଧାୟକ ବିଜେପିରେ ସାମିଲ ହୋଇଥିଲେ । ଭାଜପା ଟିକଟରେ ସେମାନେ ପୁଣି ବିଜୟୀ ହୋଇ ପରେ କିଛି ଜଣ ମନ୍ତ୍ରୀପଦ ପାଇଥିଲେ । ଫ୍ରାନ୍ସର ଫରବିଡେନ ଷ୍ଟୋରିଜ ଗଣମାଧ୍ୟମ ସଂସ୍ଥା ହାଜରେ ଲାଗିଥିବା ଡାଟାବେସରୁ ଏହି ସମସ୍ତ ନମ୍ବର ପ୍ରଘଟ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!