ବର୍ଷର ପ୍ରଥମ ମୁଣ୍ଡ ନେଲା ଡେଙ୍ଗୁ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଏବେ ଚିନ୍ତା ବଢାଇଲାଣି ଡେଙ୍ଗୁ । ଚଳିତବର୍ଷ ରାଜଧାନୀରେ ପ୍ରଥମ ମୁଣ୍ଡ ନେଲା ଡେଙ୍ଗୁ । ସୋମବାର ଜଣେ ଯୁବତୀ କିମ୍ସ ହସ୍ପିଟାଲରେ ପ୍ରାଣ ହରାଇଛନ୍ତି । ସପ୍ତାହେରୁ ଅଧିକ ଦିନ ଧରି ସେ ଅସୁସ୍ଥ ଥିଲେ । ଯୁବତୀ ଜଣଙ୍କ ଶୈଳଶ୍ରୀବିହାର ଅଞ୍ଚଳର । ତେବେ ଡେଙ୍ଗୁ ମୃତ୍ୟୁ ନେଇ ବିଏମ୍‌ସି କିମ୍ବା ମେଡିକାଲ କର୍ତୃପକ୍ଷ କିଛି କହିବାକୁ ମନା କରିଦେଇଛନ୍ତି। ଅନ୍ୟପକ୍ଷରେ ଯୁବତୀଙ୍କ ମୃତ୍ୟୁ ଖବର ପ୍ରସାରିତ ହେବା ପରେ ଶୈଳଶ୍ରୀବିହାର ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ତିନି ସପ୍ତାହରୁ ଅଧିକ ଦିନ ହେଲା ଏହି ଅଞ୍ଚଳରେ ଡେଙ୍ଗୁ କାୟା ମେଲାଇ ଚାଲିଥିଲେ ମଧ୍ୟ ଏହାକୁ ରୋ‌କିବାରେ ପ୍ରଶାସନ ବିଫଳ ହେଇଛି।

ଏଭଳି ସମୟରେ ଜଣଙ୍କର ମୃତ୍ୟୁ ହେବା ରାଜଧାନୀବାସୀଙ୍କୁ ଚିନ୍ତାରେ ପକାଇ ଦେଇଛି। ସୂଚନା ଅନୁସାରେ, ଯୁବତୀଙ୍କୁ ପ୍ରବଳ ଜ୍ବର ସହ ଥଣ୍ଡା ଲାଗି ରହିଥିଲା। ତାଙ୍କଠାରେ ଡେଙ୍ଗୁର ସମସ୍ତ ଲକ୍ଷଣ ଦେଖା ଦେବାରୁ ପରିବାର ଲୋକେ ଦୁଇଥର ହସ୍ପିଟାଲରେ ଚିକିତ୍ସା କରାଇଥିଲେ। ସୋମବାର ସେ ଶୈଳଶ୍ରୀବିହାରରେ ଥିବା ଏକ ଡାଇଗ୍ନୋଷ୍ଟିକ୍‌ ସେଣ୍ଟରରେ ଡେଙ୍ଗୁ ପରୀକ୍ଷା କରାଇଥିଲେ। ସେଠାରେ ତାଙ୍କ ରିପୋର୍ଟ ପଜେଟିଭ୍‌ ଆସିବା ପରେ ବିଳମ୍ବିତ ରାତିରେ ପରିବାର ଲୋକ ତାଙ୍କୁ କିମ୍ସ ହସ୍ପିଟାଲରେ ଭର୍ତ୍ତି କରାଇଥିଲା। ଡାକ୍ତରମାନଙ୍କ ସମସ୍ତ ଉଦ୍ୟମ ପରେ ଚିକିତ୍ସାଧୀନ ଅବସ୍ଥାରେ ଯୁବତୀ ଜଣକ ପ୍ରାଣ ହରାଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ