Masthead

ଦେଶରେ ଅଛି ୨୪ ନକଲି ବିଶ୍ୱବିଦ୍ୟାଳୟ, ଓଡ଼ିଶାରେ ୨

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦେଶରେ ରହିଛି ୨୪ଟି ନକଲି ବିଶ୍ୱବିଦ୍ୟାଳୟ । ଏହି ନକଲି ବିଶ୍ୱବିଦ୍ୟାଳୟଗୁଡିକୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ଚିହ୍ନଟ କରିଛି। ଏହି ତାଲିକାରେ ଓଡ଼ିଶାର ୨ଟି ଶିକ୍ଷାନୁଷ୍ଠାନ ରହିଛି। ସେଥିମଧ୍ୟରୁ ଗୋଟିଏ ହେଉଛି, ରାଉରକେଲାସ୍ଥିତ ନବଭାରତ ଶିକ୍ଷା ପରିଷଦ। ଅନ୍ୟଟି ହେଉଛି ନର୍ଥ ଓଡିଶା ୟୁନିଭର୍ସିଟି ଅଫ୍ ଏଗ୍ରିକଲ୍‌ଚର ଆଣ୍ଡ୍ ଟେକ୍ନୋଲୋଜି। ସଂସଦରେ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସୂଚନା ଦେଇଛନ୍ତି।

ଛାତ୍ରଛାତ୍ରୀ, ଅଭିଭାବକ ଓ ସାଧାରଣ ଜନତାଙ୍କ ଅଭିଯୋଗକୁ ଭିତ୍ତିକରି ୟୁଜିସି୨୪ଟି ପ୍ରତିଷ୍ଠାନକୁ ନକଲି ବିଶ୍ୱବିଦ୍ୟାଳୟ ଘୋଷଣା କରିଛି। ସର୍ବାଧିକ ସଂଖ୍ୟକ ୮ଟି ନକଲି ବିଶ୍ୱବିଦ୍ୟାଳୟ ଅଛି ଉତ୍ତରପ୍ରଦେଶରେ। ସେହିପରି ଦିଲ୍ଲୀରେ ୭ଟି ନକଲି ବିଶ୍ୱବିଦ୍ୟାଳୟ ଅଛି। ଓଡ଼ିଶା ଓ ପଶ୍ଚିମବଙ୍ଗରେ ମଧ୍ୟ ଦୁଇଟି ଲେଖାଏ ନକଲି ବିଶ୍ବବିଦ୍ୟାଳୟ ରହିଛି ।

ଅନ୍ୟପଟେ ଓଡ଼ିଶାର ରାଉରକେଲାରେ ‘ନବଭାରତ ଶିକ୍ଷା ପରିଷଦଦ କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସ୍ବର୍ଗତ ଚନ୍ଦନ ବେହେରା ୧୯୯୭ ମସିହାରେ ‘ନବଭାରତ ଶିକ୍ଷା ପରିଷଦ ପ୍ରତିଷ୍ଠା କରିଥିଲେ। ୨୦୦୧ ମସିହାରେ ଏହା ୟୁଜିସି ଦ୍ବାରା ପଞ୍ଜିକୃତ ହୋଇଥିଲା। ଏହା ଶକ୍ତିନଗର ପାଣିଟାଙ୍କି ରୋଡ୍‌ ସ୍ଥିତ ଅନ୍ନପୂର୍ଣ୍ଣା ଭବନ ପାଖେ ସ୍ଥାପିତ ହୋଇଥିଲା । ଏହି ବିଶ୍ୱବିଦ୍ୟାଳୟରେ ଦୁଇ ବର୍ଷିଆ ‘ଟିଚର ଟ୍ରେନିଂ ପ୍ରୋଗ୍ରାମ୍‌ ଶିକ୍ଷା ଦିଆଯାଉଥିଲା। ଯୁକ୍ତଦୁଇ ଓ ଯୁକ୍ତତିନି ପାସ୍‌ କରିଥିବା ଛାତ୍ରଛାତ୍ରୀଙ୍କୁ ଜାଲ ବି.ଇଡି, ସିଟି ସାର୍ଟିଫିକେଟ୍‌ ଦିଆଯାଉଥିଲା। ସାର୍ଟିଫିକେଟ ପିଛା ୬୦ ହଜାରରୁ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ନିଆଯାଉଥିଲା।

ଏହି ବିଶ୍ୱବିଦ୍ୟାଳୟରେ ୧୦ ଜଣ ଅଧ୍ୟାପକ ନିଯୁକ୍ତ ହୋଇଥିଲେ । ସେମାନେ ଛାତ୍ରଛାତ୍ରୀଙ୍କୁ ପ୍ରାକ୍ଟିକାଲ ଶିକ୍ଷା ଦେଉଥିଲେ। ପ୍ରାୟ୨୦ ବର୍ଷ ଭିତରେ ଶହେରୁ ଅଧିକ ଯୁବକଯୁବତୀଙ୍କଠାରୁ ନକଲି ସାର୍ଟିଫିକେଟ୍‌ ବିକି ନବଭାରତ ଶିକ୍ଷା ପରିଷଦ କୋଟି କୋଟି ଟଙ୍କା ଠକେଇ କରିଥିଲା। ଛାତ୍ରଛାତ୍ରୀମାନେ ଅଭିଯୋଗ କରିବା ସହ ଶ୍ରୀ ବେହେରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ତଦନ୍ତ ଆରମ୍ଭ ହେବା ପୂର୍ବରୁ ଶ୍ରୀ ବେହେରା ୨୦୧୫ ମସିହାରେ ଅନୁଷ୍ଠାନକୁ ବନ୍ଦ କରିଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼