Masthead

ନିଆଁ ଲଗାଇବାରେ ଓଡ଼ିଶା ପ୍ରଥମ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଜଙ୍ଗଲ ଜଳାଇବାରେ ଓଡ଼ିଶା ଦେଶରେ ନମ୍ବର ୱାନ୍ । ୨୦୨୦ ନଭେମ୍ବରରୁ ୨୦୨୧ ଜୁନ ମଧ୍ୟରେ ଦେଶର ବିଭିନ୍ନ ଜଙ୍ଗଲରେ ୫୨ ହଜାର ଥର ନିଆଁ ଲାଗିଛି । ଏନେଇ ରାଜ୍ୟସଭାରେ ସାଂସଦ ଭାଇକୋଙ୍କ ପ୍ରଶ୍ନର ଉତ୍ତରରେ ଜଙ୍ଗଲ ପରିବେଶ ବିଭାଗ ମନ୍ତ୍ରୀ ଅଶ୍ବିନୀ କୁମାର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ୨୦୨୦ ନଭେମ୍ବରରୁ ୨୦୨୧ ଜୁନ ମଧ୍ୟରେ ଓଡ଼ିଶାରେ ଅଧିକ ଥର ଜଙ୍ଗଲ ଜଳିଛି ।

କେନ୍ଦ୍ର ସରକାରଙ୍କ ଏହି ତଥ୍ୟକୁ ଆଧାର କରି ବିରୋଧୀ ବିଜେଡିକୁ ଟାର୍ଗେଟ୍ କରିଛି । ରାଜ୍ୟସଭାରେ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଦେଇଥିବା ଉତ୍ତର ଅନୁସାରେ, ନଭେମ୍ବର ୨୦୨୦ରୁ ଜୁନ ୨୦୨୧ ମଧ୍ୟରେ ଓଡ଼ିଶାର ବିଭିନ୍ନ ଜଙ୍ଗଲରେ ୨୯ ହଜାର ୭୬୧ ଥର ନିଆଁ ଲାଗିଛି । ସର୍ବଭାରତୀୟ ସ୍ତରରେ ତୁଳନା କଲେ ଓଡ଼ିଶାର ବିଭିନ୍ନ ଜଙ୍ଗଲରେ ସବୁଠୁ ଅଧିକ ଥର ନିଆଁ ଲାଗିଛି । ନଭେମ୍ବର ୨୦୨୧୯ରୁ ଜୁନ ୨୦୨୦ ମଧ୍ୟରେ ବିଭିନ୍ନ ଜଙ୍ଗଲରେ ୧୦,୬୦୨ ଥର ନିଆଁ ଲାଗିଥିଲା । ସେହିପରି ନଭେମ୍ବର ୨୦୧୮ରୁ ଜୁନ ୨୦୧୯ ମଧ୍ୟରେ ରାଜ୍ୟରେ ୧୯,୧୬୯ଥର ଜଙ୍ଗଲରେ ନିଆଁ ଲାଗିଛି।

ଜଙ୍ଗଲରେ ନିଆଁ ଲିଭାଇବା ପାଇଁ କେନ୍ଦ୍ର ସରକାର ଫରେଷ୍ଟ ଫାୟାର ପ୍ରିଭେନସନ ଆଣ୍ଡ ମ୍ୟାନେଜମେଣ୍ଟ ସ୍କିମରେ ରାଜ୍ୟମାନଙ୍କୁ ଟଙ୍କା ଦେଇଥାନ୍ତି। ଏହି ସ୍କିମରେ ୨୦୧୮-୧୯ରେ ୪୩୫ କୋଟି, ୨୦୧୯-୨୦୨୦ରେ ୪୬୩.୬୪ କୋଟି ଓ ୨୦୨୦-୨୦୨୧ବର୍ଷରେ ୪୫୫.୧୮ କୋଟି ଟଙ୍କା ଓଡ଼ିଶାକୁ ମିଳିଛି ବୋଲି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ,ସୁରକ୍ଷା ନେଇ ଉଠିଲା ପ୍ରଶ୍ନ 🔴 ସିକ୍କିମରେ ପ୍ରବଳ ବର୍ଷାକୁ ନେଇ ବଡ଼ ଭୂସ୍ଖଳନ, ଅନେକ ଘର କ୍ଷତିଗ୍ରସ୍ତ 🔴 ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ,ସୁରକ୍ଷା ନେଇ ଉଠିଲା ପ୍ରଶ୍ନ 🔴 ସିକ୍କିମରେ ପ୍ରବଳ ବର୍ଷାକୁ ନେଇ ବଡ଼ ଭୂସ୍ଖଳନ, ଅନେକ ଘର କ୍ଷତିଗ୍ରସ୍ତ 🔴 ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ