Masthead

ତାଲିବାନୀଙ୍କୁ ମହର୍ଷି ବାଲ୍ମିକୀଙ୍କ ସହ ତୁଳନା କଲେ କବି, ରୁଜୁ ହେଲା ଏଫଆଇଆର୍

ଭୋପାଳ(ବଡ଼ ଖବର ବ୍ୟୁରୋ): ତାଲିବାନ ଆତଙ୍କବାଦୀ ସଂଗଠନକୁ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ସହ ତୁଳନା କରିବାରେ ଲାଗିଛନ୍ତି କିଛି ଭାରତୀୟ । ନକଟରେ ତାଲିବାନକୁ ଭାରତର ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ସହ ତୁଳନା କରି ଆପର ଜଣେ ଏମପି ହଟ୍ଟହଟ୍ଟା ହୋଇଥିଲେ । ଆଉ ବର୍ତ୍ତମାନ ଜଣେ ପ୍ରସିଦ୍ଧ କବି ଆତଙ୍କବାଦୀ ସଂଗଠନକୁ ବାଲ୍ମିକୀଙ୍କ ସହ ତୁଳନା କରିଛନ୍ତି । ତେବେ ଏହାପରେ ବାଲ୍ମିକୀ ସମ୍ପ୍ରଦାୟ ତାଙ୍କୁ ସମାଲୋଚନା କରିଛନ୍ତି ।

ମଧ୍ୟପ୍ରଦେଶର ପ୍ରସିଦ୍ଧ କବି ମୁନାୱର ରାଣାଙ୍କ ବିରୋଧରେ ଗୁନାରେ ଏକ ଏଫଆଇଆର ରୁଜୁ କରାଯାଇଛି । ଦୁଇ ଦିନ ପୂର୍ବରୁ ବାଲ୍ମିକୀ ସମାଜ ଏହି ଅଭିଯୋଗ ଦାୟର କରାଯାଇଛି । ତେବେ ଏହି ଅଭିଯୋଗରେ କୁହାଯାଇଛି ମହର୍ଷି ବାଲ୍ମିକୀ ରାମାୟଣର ରଚୟିତା । ଠାକୁର ଭାବେ ତାଙ୍କୁ ପୂଜା କରାଯାଏ। କିନ୍ତୁ ମନାୱର ତାଙ୍କ ଅପମାନ କରିଛନ୍ତି। ମୁନାୱର ମହର୍ଷି ବାଲ୍ମିକୀଙ୍କ ତୁଳନା ତାଲିବାନ ଆତଙ୍କବାଦୀଙ୍କ ସହ କରି ତାଙ୍କୁ ଅପମାନ କରିଛନ୍ତି।

କେବଳ ସେତିକି ନୁହେଁ ସେ ଏଭଳି କହି ପୂରା ଦେଶକୁ ଅପମାନିତ କରିଛନ୍ତି। ସେପଟେ ଜଣେ ବିଜେପି ନେତା ମଧ୍ୟ ପ୍ରସିଦ୍ଧ କବି ମୁନାୱରଙ୍କ ଏଭଳି ମନ୍ତବ୍ୟକୁ ବିରୋଧ କରିଛନ୍ତି। ସେ କେବଳ ହିନ୍ଦୁ ଧର୍ମର ଅପମାନ କରିନାହାନ୍ତି ବାଲ୍ମିକୀଙ୍କୁ ପୂଜା କରୁଥିବା ଲୋକଙ୍କୁ ମଧ୍ୟ ଅପମାନ କରିଛନ୍ତି। ସେ ରାମାୟଣର ରଚନା କରିଥିଲେ। ଏଥିପାଇଁ ଭାରତ ସର୍ବଦା ତାଙ୍କର ଋଣି ରହିବ। ମୁନାୱର ହିନ୍ଦୁମାନଙ୍କୁ ଆଘାତ ଦେଇଛନ୍ତି ବୋଲି ସେ କହିଛନ୍ତି।

ମୁନାୱର ରାଣା କହିଥିଲେ, ‘ବାଲ୍ମିକୀ ପ୍ରଥମେ କ’ଣ ଥିଲେ ଏବଂ ପରେ କ’ଣ ହୋଇଗଲେ। ସେହିପରି ୧୦ ବର୍ଷ ପରେ ତାଲିବାନୀମାନେ ମଧ୍ୟ ବାଲ୍ମିକୀ ପାଲଟିଯିବେ। ସେମାନେ ଏବେ ବଦଳି ଯାଇଛନ୍ତି। ତାଲିବାନୀମାନେ ମଧ୍ୟ ପୂର୍ବଭଳି ଆଉ ରହିବେ ନାହିଁ।’ ଏହାକୁ ନେଇ ଏବେ ବିବାଦ ଉଗ୍ର ରୂପ ନେଇଛି। ତାଙ୍କ ବିରୋଧରେ ବାଲ୍ମିକୀ ସମାଜ ଲିଖିତ ଅଭିଯୋଗ କରିଛି। ଜାମିନବିହୀନ ଧାରା ଅନୁଯାୟୀ ଏଫ୍‌ଆଇଆର୍‌ ରୁଜୁ ହୋଇଛି। ଯଦି ସେ ଗିରଫ ହୁଅନ୍ତି ତେବେ ତାଙ୍କୁ ଜାମିନ ମିଳିପାରିବ ନାହିଁ। ଏଥିସହ ତାଙ୍କୁ ୩ ବର୍ଷ ଯାଏଁ ଜେଲ ଦଣ୍ଡ ଭୋଗିବାକୁ ମଧ୍ୟ ପଡିପାରେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର