Masthead

ଚାଷୀଙ୍କ ଦୁଃଖ ବୁଝିବ କିଏ ?

ଦେଓଗାଁ (ବଡ଼ ଖବର ବ୍ୟୁରୋ): ବୃଷ୍ଟିପାତ ଯୋଗୁଁ ଦେଓଗାଁ ବ୍ଲକ ପରେ ଗୁଡ଼ଭେଳା ବ୍ଳକ ଅଞ୍ଚଳରେ ବି ମରୁଡ଼ିର ଚିତ୍ର ଦେଖାଦେଇଛି। ଅଚଳ ହୋଇ ପଡ଼ିଥିବା ଉଠା ଜଳସେଚନ ପଏଣ୍ଟ ଗୁଡିକ ଶୀଘ୍ର ମରାମତି କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଏହି ନିର୍ଦ୍ଦେଶ କୁ ପାଣି ଭଳି ଉଡାଇଦେଇଛି ଗୁଡ଼ଭେଳା ଉଠାଜଳସେଚନ ବିଭାଗ। ତିନି ମାସ ହେଲା ଟ୍ରାନ୍ସଫର୍ମର ପୋଡିଥିଲେ ବି କୌଣସି ପଦକ୍ଷେପ ନେଉନାହାନ୍ତି ବିଭାଗୀୟ ଯନ୍ତ୍ରୀ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଏପରି ଜିଲ୍ଲାପାଳଙ୍କୁ ବି ଏ ବିଷୟରେ ଲିଖିତ ଅଭିଯୋଗ କରିଥିଲେ କୌଣସି ପଦକ୍ଷେପ ନେଉନଥିବାରୁ ଚାଷୀଙ୍କ ଦୁଃଖ ବୁଝିବ କିଏ ବୋଲି ପ୍ରଶ୍ନ ଛିଡା ହୋଇଛି।

ବଲାଙ୍ଗିର ଜିଲ୍ଲାର ଗୁଡ଼ଭେଳା ବ୍ଲକ ଜାମୁଟ ପଞ୍ଚାୟତର ଟିକ୍ରିପଡା ଗାଁ ର ୧ ନମ୍ବର ଉଠାଜଳସେଚନ ପଏଣ୍ଟ ଟ୍ରାନ୍ସଫର୍ମର ପୋଡି ଯିବାରୁ ଅଚଳ ହୋଇ ପଡ଼ି ରହିଛି । ଏହି ଉଠାଜଳ ସେଚନ ପ୍ରକଳ୍ପରୁ ଗାଁର ୬୦ ଏକର ଚାଷ ଜମିରେ ପାଣି ମାଡି ଚାଷ ହେଉଥିଲା। କିନ୍ତୁ ତିନି ମାସ ହେବ ଟାସଫରମର୍ ପୋଡି ଯିବା ଯୋଗୁଁ ଚାଷ ଜମିରେ ପାଣି ଶୁଖି ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି । ଧାନ ମରି ଯାଇ ପୁଆଲ ହୋଇଥିବାବେଳେ ଝୁଡୁଙ୍ଗ ଚାଷର ଗଛ ମଉଳି ଯାଉଛି। ଟ୍ରାନ୍ସଫର୍ମର ଯୋଗାଇ ଦେବାକୁ ତୁଷୁରା ଏସଡିଓକୁ ଟିକ୍ରିପଡା ଗ୍ରାମବାସୀ ଅଭିଯୋଗ କରିଥିଲେ। ହେଲେ ପ୍ରଥମେ ବକିଆ ବିଦ୍ୟୁତ ବିଲ ୫୦ହଜାର ଟଙ୍କା ଦେବା ପରେ ଟ୍ରାନସଫରମର ଦିଆଯିବ ବୋଲି ରୋକ ଠୋକ ଶୁଣାଇଦେବାରୁ ଭାଲେଣି ରେ ରହିଛନ୍ତି ଚାଷୀମାନେ।

ଅକ୍ଟୋବର ୨ ତାରଖରେ ବଲାଙ୍ଗିର ଜିଲ୍ଲାପାଳ ଙ୍କୁ ଅଭିଯୋଗ ମଧ୍ୟ କରିଛନ୍ତି ଅଭ । ହେଲେ ଆଜି ପର୍ଯ୍ୟନ୍ତ ଜିଲ୍ଲାପାଳ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିବାରୁ ଚାଷୀ ମହଲରେ ଅସନ୍ତୋଷର ଦାନା ବାନ୍ଧିଛି । ଖଡଙ୍ଗ ନଦୀ କୂଳରେ ଥିବା ଏହି ଉଠା ଜଳସେଚନ ପ୍ରକଳ୍ପର ପ୍ରାୟ ୬୦ ଏକର ଜମିରେ ଧାନ ଚାଷ ହେଉଥିବା ବେଳେ ୩୫ ରୁ ୪୦ ଏକର୍ ଜମିରେ ଝୁଡଙ୍ଗ ଚାଷ କରୁଛନ୍ତି ଚାଷୀ ମାନେ। ହେଲେ ଉକ୍ତ ଟ୍ରାନ୍ସଫର୍ମର ଫୋଡିଯିବାରୁ ସବୁ ଫସଲ ମରିଯିବାକୁ ବସିଲାଣି । କେବେ ସରକାର ଚାଷୀଙ୍କ ଦୁଃଖ ଶୁଣିବେ ସେହି ବାଟକୁ ଚାହିଁ ବସିଛନ୍ତି ଚାଷିକୂଳ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ