ଡ୍ରେନ ନିର୍ମାଣରେ ଅନିୟମିତତା

କୋଣାର୍କ (ବଡ଼ ଖବର ବ୍ୟୁରୋ): ଡ୍ରେନ ନିର୍ମାଣ ରେ ବ୍ୟାପକ ଅନିୟମିତତା । କୋଣାର୍କ ଏନଏସି ୧୦ ନମ୍ବର ୱାର୍ଡରୁ ଆସିଲା ଦୁର୍ନୀତି ର ସାଂଘାତିକ ଚିତ୍ର । ଲକ୍ଷାଧିକ ଟଙ୍କାର ବିନିଯୋଗରେ ଚାଲିଥିବା ଏହି ଡ୍ରେନଟି ନିମ୍ନ ମାନର ନିର୍ମାଣ ହେଉଥିବା ଅଭିଯୋଗ ଆସିଛି। ଏହି ଡ୍ରେନ ନିର୍ମାଣରେ ଦେଖିବାକୁ ମିଳିଛି ସାଙ୍ଘାତିକ ଅନିୟମିତତା। ଆଣ୍ଠୁଏ ପାଣିରେ ହେଉଛି ମେଟାଲିଙ୍ଗ ଓ ପଡୁଛି ଢଳେଇ। ଲୋକଙ୍କ ଅଭିଯୋଗ ଅନୁସାରେ କୋଣାର୍କ ଏନଏସିପକ୍ଷରୁ ଏଠାରେ ନିର୍ମାଣ ହେଉଥିବା ଡ୍ରେନଟି ଅତ୍ୟନ୍ତ ନିମ୍ନମାନର ।

ବିନା ଭାଇବ୍ରେଟର ବ୍ୟବହାରରେ କରୁଛନ୍ତି ମେଟାଲିଙ୍ଗ। କିଛି ମାସ ପୂର୍ବରୁ ଗ୍ରୀଷ୍ମ ଋତୁ ଯାଇଥିଲେ ମଧ୍ୟ ସେହି ସମୟରେ ଏହି ନିର୍ମାଣ କାର୍ଯ୍ୟ ନହୋଇ ବର୍ଷା ଦିନରେ ଏହା ନିର୍ମାଣ ହେଉଥିବା ଯୋଗୁଁ ଅସନ୍ତୁଷ୍ଟ ସାଧାରଣଲୋକ । ଲୋକଙ୍କ ସମସ୍ୟାର ସମାଧାନ ପାଇଁ ସରକାରୀ ଅର୍ଥ ବିନିଯୋଗରେ ଡ୍ରେନ ନିର୍ମାଣ ହେଉଥିଲାବେଳେ ଏଠି ଠିକାଦାର କରୁଛନ୍ତି ସରକାରୀ ଅର୍ଥ ହଡ଼ପ ଓ ଚଳାଇଛନ୍ତି ମନମୁଖୀ କାର୍ଯ୍ୟ ।

ଠିକାଦାରଙ୍କ ଏପରି କାମରୁ ଲୋକଙ୍କ ସମସ୍ୟା କମାଇବା ପରିବର୍ତ୍ତେ ନିମ୍ନ ମାନର କାମ ହେଉଥିବାରୁ ଆଗାମୀ ଦିନରେ ଏହା ଲୋକଙ୍କ ସମସ୍ୟା ବଢ଼ାଇବ ବୋଲି ଅଭିଯୋଗ କରିଛନ୍ତି ସାଧାରଣ ଲୋକ। ତେବେ ଏଠାରେ ନିମ୍ନ ମାନର କାମ ନକରାଇ ଲୋକଙ୍କ ସୁବିଧା ପାଇଁ ଏହାକୁ ଠିକ ଭାବେ କରାଯାଉ ବୋଲି ସାଧାରଣ ରେ ମତ ପ୍ରକାଶ ପାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ