Masthead

ତହସିଲଦାରଙ୍କ ସଫେଇ

ଜଟଣୀ (ବଡ଼ ଖବର ବ୍ୟୁରୋ): ମୋରମ ଚୋରା ଚାଲାଣ ଓ ପୋଲିସ୍ ବଟି ନେଉଥିବା ଭାଇରାଲ ଅଡିଓ ଉପରେ ଜଟଣୀ ତହସିଲଦାର ତପନ କୁମାର ମହାପାତ୍ର ପତିକ୍ରିୟା ରଖିଛନ୍ତି। ନିଜ ଦୋଷ ଦୁର୍ବଳତାକୁ ଘୋଡାଇବାକୁ ଯାଇ ସେ କହିଛନ୍ତି ଯେଉଁ ଖଣି ଉପରେ ଅଡିଓ ଭାଇରଲ ହେଲା ଓ ଖବର ଲଗାତର ପ୍ରସାରଣ ହେଲା ସେ ଖଣି ଜଟଣୀ ତହସିଲ ଅଧୀନରେ ଯାଉନାହିଁ। ଜଟଣୀ ତହସିଲ ଅଧୀନରେ ଥିବା କୌଣସି ଖଣିରୁ ମୋରମ ଚୋରା ଚାଲାଣ ହେଉନାହିଁ।

ଅନ୍ୟ ତହସିଲ ଅଞ୍ଚଳ ଖଣିକୁ ଖନନ କରି ମୋରମ ବୋଝେଇ ଟ୍ରକ ଓ ହାଇୱା ଜଟଣୀ ତହସିଲ ରାସ୍ତା ଦେଇ ଯାଉଛି । ଜଟଣୀ ତହସିଲ ମୋରମ ଚାଲାଣ ଗାଡି ଧରିବା ଓ ଫାଇନ କରିବାରେ ଖୋର୍ଦ୍ଧା ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଛି। ଗତ ୪ମାସ ଭିତରେ ଜଟଣୀ ତହସିଲ ୨୧ ଲକ୍ଷରୁ ଅଧିକ ଟଙ୍କା ଫାଇନ ଆଦାୟ କରିଛି। ଖଣି ଉପରେ ଯେଉଁ ବ୍ୟକ୍ତି ଜଣକ ଅଡିଓ ଭାଇରାଲ କରିଛନ୍ତି ଓ ଅଭିଯୋଗ ଆଣିଛନ୍ତି ସେ ଜଣେ ଖଣି ଚୋର।

ସେଥିପାଇଁ ତା ସହ ଡିପ୍ଲୋମାଟିକ୍ ଭାବେ କଥା ହୋଇଥିଲି। ପୋଲିସ୍ ବଟି ନେବା ଉପରେ ତହସିଲଦାର କହିଛନ୍ତି ପୋଲିସ୍ ଆମକୁ ସାହାଯ୍ୟ କରୁଛି। ସେ ମଧ୍ୟ ଗାଡି ଧରି ଆମକୁ ଦେଉଛନ୍ତି। ପୋଲିସ୍ ବଟି ନେଉଥିବା କଥା ମାଫିଆମାନେ ଆମକୁ ଅଭିଯୋଗ କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼