ତହସିଲଦାରଙ୍କ ସଫେଇ

ଜଟଣୀ (ବଡ଼ ଖବର ବ୍ୟୁରୋ): ମୋରମ ଚୋରା ଚାଲାଣ ଓ ପୋଲିସ୍ ବଟି ନେଉଥିବା ଭାଇରାଲ ଅଡିଓ ଉପରେ ଜଟଣୀ ତହସିଲଦାର ତପନ କୁମାର ମହାପାତ୍ର ପତିକ୍ରିୟା ରଖିଛନ୍ତି। ନିଜ ଦୋଷ ଦୁର୍ବଳତାକୁ ଘୋଡାଇବାକୁ ଯାଇ ସେ କହିଛନ୍ତି ଯେଉଁ ଖଣି ଉପରେ ଅଡିଓ ଭାଇରଲ ହେଲା ଓ ଖବର ଲଗାତର ପ୍ରସାରଣ ହେଲା ସେ ଖଣି ଜଟଣୀ ତହସିଲ ଅଧୀନରେ ଯାଉନାହିଁ। ଜଟଣୀ ତହସିଲ ଅଧୀନରେ ଥିବା କୌଣସି ଖଣିରୁ ମୋରମ ଚୋରା ଚାଲାଣ ହେଉନାହିଁ।

ଅନ୍ୟ ତହସିଲ ଅଞ୍ଚଳ ଖଣିକୁ ଖନନ କରି ମୋରମ ବୋଝେଇ ଟ୍ରକ ଓ ହାଇୱା ଜଟଣୀ ତହସିଲ ରାସ୍ତା ଦେଇ ଯାଉଛି । ଜଟଣୀ ତହସିଲ ମୋରମ ଚାଲାଣ ଗାଡି ଧରିବା ଓ ଫାଇନ କରିବାରେ ଖୋର୍ଦ୍ଧା ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଛି। ଗତ ୪ମାସ ଭିତରେ ଜଟଣୀ ତହସିଲ ୨୧ ଲକ୍ଷରୁ ଅଧିକ ଟଙ୍କା ଫାଇନ ଆଦାୟ କରିଛି। ଖଣି ଉପରେ ଯେଉଁ ବ୍ୟକ୍ତି ଜଣକ ଅଡିଓ ଭାଇରାଲ କରିଛନ୍ତି ଓ ଅଭିଯୋଗ ଆଣିଛନ୍ତି ସେ ଜଣେ ଖଣି ଚୋର।

ସେଥିପାଇଁ ତା ସହ ଡିପ୍ଲୋମାଟିକ୍ ଭାବେ କଥା ହୋଇଥିଲି। ପୋଲିସ୍ ବଟି ନେବା ଉପରେ ତହସିଲଦାର କହିଛନ୍ତି ପୋଲିସ୍ ଆମକୁ ସାହାଯ୍ୟ କରୁଛି। ସେ ମଧ୍ୟ ଗାଡି ଧରି ଆମକୁ ଦେଉଛନ୍ତି। ପୋଲିସ୍ ବଟି ନେଉଥିବା କଥା ମାଫିଆମାନେ ଆମକୁ ଅଭିଯୋଗ କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’