Masthead

ସାଇବର ଠକେଇରେ ମିଠା ଦୋକାନୀ

ଭଣ୍ଡାରିପୋଖରୀ (ବଡ଼ ଖବର ବ୍ୟୁରୋ): ସାଇବର ଅପରାଧର ଠକେଇରେ ମିଠା ଦୋକାନୀ। ଏଭଳି ଭୟଙ୍କର ଠକେଇର ଶିକାର ହୋଇଛନ୍ତି ଧାମନଗର ବ୍ଲକ କୋଠର ଗ୍ରାମର ଅଭିଜିତ ପୁଣ୍ଟିଆ। କୋଠର ଛକରେ ମା’ ମଙ୍ଗଳା ସୁଇଟ ଷ୍ଟଲ ନାମରେ ଅଭିଜିତଙ୍କର ଏକ ଜଳଖିଆ ଦୋକାନ ରହିଛି। କିଛି ଦିନ ତଳେ ଅଭିଜିତଙ୍କ ଆକାଉଣ୍ଟ ଥିବା ଅସୁରାଳି ୟୁକୋ ବ୍ୟାଙ୍କକୁ ଆନ୍ଧ୍ର ପ୍ରଦେଶ ବିକ୍ରିକର ବିଭାଗ ପକ୍ଷରୁ ଏକ ଚିଠି ଆସିଥିଲା ।

ଚିଠିରେ ଉଲ୍ଲେଖ ଥିଲା ଅଭିଜିତ ଟ୍ରେଡର୍ସ ଏବଂ ପ୍ରାୟ ଆଣ୍ଡ କୋ ନାମରେ ଦୁଇଟି ବ୍ୟବସାୟକ ପ୍ରତିଷ୍ଠାନ ଜିଏସଟି ବାବଦରେ ୭୧ ଲକ୍ଷ ୧୯ ହଜାର ୬୨୭ ଟଙ୍କା କରିନାହାନ୍ତି। ଏପରି ନୋଟିସ ସହିତ ଅଭିଜିତଙ୍କ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ସିଜ କରାଯାଇଛି। ଏଭଳି ଘଟଣା ଜାଣିବା ପରେ ଅଭିଜିତ ଚିନ୍ତାରେ ପଡି ଯାଇଥିଲେ। ଅଭିଜିତଙ୍କ ଆଧାର କାର୍ଡ, ପାନ କାର୍ଡ ନେଇ ଏତେବଡ ଚଞ୍ଚକାତ କରି ଡକୁମେଣ୍ଟ ପ୍ରସ୍ତୁତ କରିବା ସହ ଲକ୍ଷ ଲକ୍ଷ ଟଙ୍କାର ଜିଏସଟି ଫାଙ୍କିବାକୁ ନେଇ ଅଭିଜିତଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଥିଲା।

ଅଭିଜିତ ଏଭଳି ସାଇବର କ୍ରାଇମର ଶିକାର ହୋଇଥିବା ଜାଣିବା ପରେ ଯାଜପୁର ରୋଡ଼ ଜିଏସଟି କାର୍ୟ୍ୟଳୟରେ ଏହା ବୁଝିଥିଲେ । ଏ ସମ୍ପର୍କରେ ସେ ଧୂଷୁରୀ ଥାନାରେ ଲିଖିତ ଅଭିଯୋଗ କରି ଠକେଇ ସହିତ ତାଙ୍କର କୈଣସି ଲିଙ୍କ୍ ନଥିବା ଦର୍ଶାଇ ସତ୍ୟାସତ୍ୟ ଅନୁସନ୍ଧାନ ପାଇଁ ଅନୁରୋଧ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ