Masthead

ଅସହଯୋଗକୁ ଅସହଯୋଗ !

ଭୁବନେଶ୍ଵର: ଗତକାଲି ସାରା ଦେଶ ପାଳନ କରିଛି ମହାତ୍ମା ଗାନ୍ଧିଙ୍କ ଜୟନ୍ତୀ । ବାପୁଙ୍କ ସ୍ମୃତିକୁ ସମସ୍ତେ ମନେ ପକାଇଛନ୍ତି । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଚଳିତ ବର୍ଷ ମାତ୍ର ମାସେ ତଳେ ଦେଶର ସ୍ୱାଧୀନତା ସଂଗ୍ରାମ ସଂପର୍କିତ ଏକ ପ୍ରମୁଖ ଦିବସର ଶତବାର୍ଷିକୀ ଯାଇଛି । ଅଥଚ ସମସ୍ତେ ଯେମିତି ତାହାକୁ ଭୁଲିଯାଇଛନ୍ତି । ଆମେ କହୁଛୁ, ଅସହଯୋଗ ଆନ୍ଦୋଳନ କଥା । ଆମେ ସମସ୍ତେ ଜାଣିଛୁ, ମହାତ୍ମା ଗାନ୍ଧିଙ୍କୁ ସ୍ୱାଧୀନତା ଆନ୍ଦୋଳନରେ ସବୁଠୁ ବଡ଼ ଗ୍ରହଣୀୟତା ଯଦି କେଉଁ ଆନ୍ଦୋଳନ ଦେଇଥିଲା, ତାହା ହେଉଛି ଅସହଯୋଗ ଆନ୍ଦୋଳନ । ପୂର୍ଣ୍ଣ ସ୍ୱରାଜ ଲକ୍ଷ୍ୟରେ ଭାରତବର୍ଷ ନୂଆ ଉଦ୍ଦୀପନାର ସହ ସ୍ୱାଧୀନତା ଆନ୍ଦୋଳନରେ ଝାସ ଦେଲା । ଭାରତର ସ୍ୱାଧୀନତା ସଂଗ୍ରାମରେ ଏହା ଥିଲା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ କ୍ଷଣ । ଏହି ଐତିହାସିକ ଆନ୍ଦୋଳନ ଆରମ୍ଭ ହୋଇଥିଲା ୫ ସେପ୍ଟେମ୍ବର ୧୯୨୦ରେ । ଅର୍ଥାତ ଗତ ସେପ୍ଟେମ୍ବର ୫ ଥିଲା ଅସହଯୋଗ ଆନ୍ଦୋଳନର ଶହେ ବର୍ଷ ପୂର୍ତ୍ତି । ହେଲେ ଯେମିତି ସମସ୍ତେ ଏହାକୁ ଭୁଲି ଯାଇଥିଲେ । ସରକାରୀସ୍ତରରେ କାର୍ଯ୍ୟକ୍ରମ ତ ଦୂରର କଥା, କାହାରି ଗୋଟିଏ ଟ୍ୱିଟ୍ ବି ଦେଖିବାକୁ ମିଳିଲା ନାହିଁ । ଖାଲି ସରକାର କାହିଁକି, ଗାନ୍ଧି ନାଁକୁ ନେଇ ସବୁବେଳେ ରାଜନୀତି ଫାଇଦା ନେଉଥିବା କଂଗ୍ରେସ ନେତା ବି ଏତେବଡ଼ ଦିନ କଥା ଯେମିତି ଭୁଲି ଯାଇଥିଲେ । ଲାଗିଲା ଯେମିତି ଅସହଯୋଗକୁ ସମସ୍ତେ ଅସହଯୋଗ କରିବା ଅବସ୍ଥାରେ ଥିଲେ । ତେବେ ଆମେ ଆଶା କରିବୁ ଅନ୍ତତଃ ଆଗକୁ ସେହି ସଂଗ୍ରାମୀମାନଙ୍କୁ ଦେଶ କେବେ ବି ଭୁଲି ନ ଯାଉ, ଯେଉଁମାନଙ୍କ ପାଇଁ ଆମେ ସ୍ୱାଧୀନତାର ସ୍ୱାଦ ଚାଖିଛେ । ଦେଶର ପ୍ରତିଟି ସ୍ୱାଧୀନତା ସଂଗ୍ରାମୀଙ୍କୁ ‘ବଡ଼ ଖବର’ର ବିନମ୍ର ଶ୍ରଦ୍ଧାଞ୍ଜଳି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା