Masthead

ପାକିସ୍ତାନକୁ ବଡ ଝଟକା; ଟିମର ହେଡ କୋଚ ଦେଲେ ଇସ୍ତଫା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଅକ୍ଟୋବରରେ ହେବାକୁଥିବା ଟି-୨୦ ବିଶ୍ୱକପ ପୂର୍ବରୁ ପାକିସ୍ତାନକୁ ବଡ ଝଟକା ଲାଗିଛି । ଟିମର ହେଡ୍ କୋଚ୍ ମିସବା-ଉଲ୍-ହକ୍ ଓ ବୋଲିଂ କୋଚ୍ ୱାକର ୟୁନିସ୍ ଚୟନ ନିଜ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଆଉ ମାସକ ପରେ ଟି-୨୦ ମ୍ୟାଚ୍ ଥିବାରୁ ପାକିସ୍ତାନ ପାଇଁ ଏକ ବଡ କ୍ଷତିକାରକ ହୋଇପାରେ ବୋଲି ସୂଚନା ମିଳିଛି । ହଠାତ୍ ଏକା ସାଙ୍ଗରେ ଦୁଇ ଜଣଙ୍କ ଇସ୍ତଫା ନେଇ ଏବେ ପ୍ରଶ୍ନ ଉଠୁଛି ।

ମିସବାଙ୍କ କହିବା ଅନୁଯାୟୀ,୨୪ମାସ ଧରି ବାୟୋ-ବବଲ୍ ପରିବେଶରେ ରହିବା ଯୋଗୁ ସେ ତାଙ୍କ ପରିବାରକୁ ସମୟ ଦେଇପାରୁନାହାଁନ୍ତି । ଯଦିଓ କୋଚ ପଦରୁ ଇସ୍ତଫା ଦେବା ସହଜ ନୁହେଁ କିନ୍ତୁ ସେ ଆଗୁଆ ହେବାକୁ ଥିବା ମ୍ୟାଚ ଖେଳିବା ପାଇଁ ପ୍ରସ୍ତତ ନାହାଁନ୍ତି ବୋଲି ମିସବା କହିଛନ୍ତି । ମିସବା ଓ ୱାକରଙ୍କ ଇସ୍ତଫା ପରେ ସେମାନଙ୍କ ସ୍ଥାନରେ ପୂର୍ବତନ ସ୍ପିନର ସକଲେନ୍ ମୁସ୍ତାକ ପୂର୍ବତନ ଅଲରାଉଣ୍ଡର ଅବଦୁଲ ରଜାକଙ୍କୁ ନ୍ୟୁଜଲ୍ୟାଣ୍ଡ ବିପକ୍ଷ ସିରିଜ୍ ପାଇଁ ଅନ୍ତରୀଣ କୋଚ୍ କରାଯାଇଛି ।

ମିସବାଙ୍କ ଇସ୍ତଫା ଦେବା ପଛରେ ଅନ୍ୟ କିଛି କାରଣ ଥିବା ନେଇ ସନ୍ଦେହ କରାଯାଉଛି । କୁହାଯାଉଛି ଯେ ପିସିବିର ଚେୟାରମ୍ୟାନ ରମୀଜ ରାଜାଙ୍କ ସହ ମିସବା ଓ ୱାକରଙ୍କ ସମ୍ପର୍କ ଭଲ ନାହିଁ । ଯେଉଁଥିପାଇଁ ଉଭୟ ଦଳରୁ ଇସ୍ତଫା ନେଉଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା