ଏଣିକି ଜାତୀୟ ରାଜପଥରେ ଜରୁରୀ ଅବତରଣ କରିବ ବାୟୁସେନା ବିମାନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଏଣିକି ଜାତୀୟ ରାଜପଥରେ ଜରୁରୀ ଅବତରଣ କରିବ ବାୟୁସେନା ବିମାନ । ଏନେଇ ଚଳିତ ସପ୍ତାହରେ ରାଜସ୍ଥାନର ବାଡ଼ମେରର ଏକ ଜାତୀୟ ରାଜପଥରେ ଜରୁରୀ ଅବତରଣ ଅଭ୍ୟାସ କରିବ । ଏହି ବିମାନରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ସଡକ ପରିବହନ ମନ୍ତ୍ରୀ ନିତିନ ଗଡକରୀ ରହିବେ ବୋଲି ସୂଚନା ମିଳିଛି ।

ଏହା ସହ ଉଭୟ ମନ୍ତ୍ରୀ ଏହି ସପ୍ତାହରେ ବାଡ଼ମେର ଜାତୀୟ ରାଜପଥରେ ୩.୫ କିଲୋମିଟର ଲମ୍ବର ଏୟାରଷ୍ଟ୍ରିପ ଉଦଘାଟନ କରିବେ । ମିଳିଥିବା ସୂଚନା ଅନୁସାରେ ଭାରତର ପ୍ରଥମ ଜାତୀୟ ରାଜପଥ ହେବ ଯାହା ଭାରତୀୟ ବାୟୁସେନା ବିମାନର ଜରୁରୀ ଅବତରଣ ପାଇଁ ବ୍ୟବହୃତ ହେବ। ଅକ୍ଟୋବର ୨୦୧୭ ରେ, ବାୟୁସେନାର ଯୁଦ୍ଧ ବିମାନ ଲଖନଉ- ଆଗ୍ରା ଏକ୍ସପ୍ରେସୱେରେ ଏକ ଅବତରଣ ଅଭ୍ୟାସ କରିଥିଲା ଜ୍ଝ ତେବେ ଲଖନଉ-ଆଗ୍ରା ଏକ୍ସପ୍ରେସୱେ ଉତ୍ତରପ୍ରଦେଶ ସରକାରଙ୍କ ଅଧୀନରେ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’