ଶେଷ ହୋଇନି ଯୁଦ୍ଧ, ଜାରି ରହିଛି ସଂଘର୍ଷ

(ବଡ଼ ଖବର ବ୍ୟୁରୋ): ପଞ୍ଜଶୀର ଘାଟି ପାଇଁ ସରି ନାହିଁ ଲଢେଇ । ତାଲିବାନ ଓ ବିଦ୍ରୋହୀ ସେନା ମଧ୍ୟରେ ଭୟଙ୍କର ଲଢେଇରେ କମାଣ୍ଡରଙ୍କ ମୃତ୍ୟୁ ହୋଇଛି । କମାଣ୍ଡର ସାଲେହ ଅହମ୍ମଦଙ୍କ ମୃତ ଘଟିଛି । ବିଦ୍ରୋହ ସେନା ପଞ୍ଜଶୀର ଛାଡୁଥିବା ଦେଖିବାକୁ ମିଳିଛି । କିନ୍ତୁ ଶେଷ ହୋଇନି ଯୁଦ୍ଧ, ଜାରି ରହିଛି ସଂଘର୍ଷ । ଏହାରି ଭିତରେ ପଞ୍ଜଶୀର ଘାଟୀରେ କିଛି ଅଜ୍ଞାତ ସୈନ୍ୟ ବିମାନ ଆକ୍ରମଣ କରିଥିବା ସୂଚନା ମିଳିଛି । ତାଲିବାନୀଙ୍କ ଆଡ୍ଡାକୁ ଟାର୍ଗେଟ୍ କରି ଏହି ଆକ୍ରମଣ କରାଯାଇଥିବା କୁହାଯାଉଛି ।

ପୂର୍ବରୁ ସୋମବାର ତାଲିବାନୀମାନେ ପଞ୍ଜଶୀରରେ ପ୍ରବେଶ କରିଥିଲେ । ପଞ୍ଜଶୀରର ମୁଖ୍ୟ ପ୍ରବେଶ ପଥ ଓ ଗଭର୍ଣ୍ଣର ଅଫିସରେ ନିଜର ପତାକା ଉଡାଇଥିଲେ । ତେବେ ପଞ୍ଜଶୀରକୁ ସମ୍ପୂର୍ଣ୍ଣ ରୂପେ ନିଜ ଅକ୍ତିଆରକୁ ନେଇଥିବା ତାଲିବାନୀ ଦାବି କରିବା କିଛି ସମୟ ପରେ ନର୍ଦନ ଆଲାଏନ୍ସର ନେତା ଅହମ୍ମଦ ମାସୁଦଙ୍କ ପ୍ରତିକ୍ରିୟା ଆସିଥିଲା ।

ନର୍ଦନ ଆଲାଏନ୍ସର ଯୋଦ୍ଧାମାନେ ରକ୍ତର ଶେଷ ବିନ୍ଦୁ ପର୍ଯ୍ୟନ୍ତ ଲଢେଇ ଜାରି ରହିବ ବୋଲି କହିଛନ୍ତି । ଏହାସହ ମଧ୍ୟ ଦାବି କରିଥିଲେ ଯେ, ପଞ୍ଜଶୀରର ଯୋଦ୍ଧାମାନେ ପାକିସ୍ତାନର ଜେଟ୍‌କୁ ଧ୍ଵଂସ କରିଛନ୍ତି । ପଞ୍ଜଶୀର ପାହାଡ଼ ଉପରେ ଥିବା ନର୍ଦନ ଆଲାଏନ୍ସର ଯୋଦ୍ଧାମାନେ ଗରିଲା ଯୁଦ୍ଧ ଜରିଆରେ ତାଲିବାନୀଙ୍କୁ ଚ୍ୟାଲେଞ୍ଜ ଦେଉଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ