ଭିତର କାମ ରେଳ ବିଭାଗ, ବାହାର କାମ କରିବେ ରାଜ୍ୟ ସରକାର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଭୁବନେଶ୍ୱର ରେଳଷ୍ଟେସନ ବିକାଶ ନେଇ ପ୍ରଶ୍ନ କାଳରେ ଉଦବେଗ ପ୍ରକାଶ କଲେ ବିରୋଧୀ। କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ପ୍ରଶ୍ନ ଭୁବନେଶ୍ୱର ରେଳଷ୍ଟେସନ ବିକାଶ ପାଇଁ ରାଜ୍ୟ ସରକାର କ’ଣ ପଦକ୍ଷେପ ନେଇଛନ୍ତି। ମନ୍ତ୍ରୀ ପ୍ରତାପ ଜେନା ଏହା ଉପରେ ଗୃହରେ ରଖିଲେ ଉତ୍ତର।

ଭୁବନେଶ୍ୱର ରେଳଷ୍ଟେସନକୁ ବିଶ୍ୱସ୍ତରୀୟ କରିବା ପାଇଁ ରେଳ ବିଭାଗକୁ ରାଜ୍ୟ ସରକାରଙ୍କ ତରଫରୁ ଦୀର୍ଘ ଫିନ ଦୃଷ୍ଟି ଆକର୍ଷଣ କରଯାଉଛି। ରେଳ ବିଭାଗ କୌଣସି ପଦକ୍ଷେପ ନ ନେବାରୁ ରାଜ୍ୟ ସରକାର ଏହାର ବିକାଶ କାମ ନିଜ ହାତକୁ ନେଇଛନ୍ତି। ତେବେ ପରବର୍ତ୍ତୀ ସମୟରେ ଭୁବନେଶ୍ୱର ଷ୍ଟେସନ ଭିତରର ବିକାଶ କାମ ରେଳ ବିଭାଗ କରିବାକୁ ନିଷ୍ପତି ନେଇଛି।

ବାହାର କାମ ରାଜ୍ୟସରକାର ନିଜସ୍ୱ ପାଣ୍ଠିରୁ କରିବେ । ସେଠାରେ ୧୯ ମହଲା ବିଶିଷ୍ଟ ମଲ୍ଟି ମଡାଲ ହବ ନିର୍ମାଣ ହେବ। ଭୁବନେଶ୍ୱର ଏୟାପୋର୍ଟ ଅଥୋରିଟି ଏନେଇ ଅନୁମତି ଦେଇଛି। ତାସହ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି। ଖୁବ ଶୀଘ୍ର କାମ ଆରମ୍ଭ ହେବ ବୋଲି ଗୃହରେ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ