Masthead

ନବୀନ ବାବୁଙ୍କ ନିମନ୍ତ୍ରଣରେ ଦର କେତେ?

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରାଜଧାନୀରେ ଖୋଲିଛି ରାଜ୍ୟ ସରକାରଙ୍କ ଦୋକାନ, ନିମନ୍ତ୍ରଣ ରେଷ୍ଟ୍ରୁରାଣ୍ଟ । ବିଧାନସଭାକୁ ଯାଉନଥିବା ନବୀନ ବାବୁ ନିଜେ ଯାଇ ଏହାର ଉଦଘାଟନ କରିଛନ୍ତି । ଓଟିଡିସି ପକ୍ଷରୁ ଭୁବନେଶ୍ୱର ଜନପଥରେ ଏହି ରେଷ୍ଟ୍ରୁରାଣ୍ଟ ଖୋଲିଛି । ଯେଉଁଠି ଓଡ଼ିଆ ଖାଦ୍ୟର ମଜା ମିଳିବା ସହ ଓଡ଼ିଆ ଖାଦ୍ୟର ପ୍ରଚାର ପ୍ରସାର ମଧ୍ୟ ହୋଇପାରିବ । ରେଷ୍ଟ୍ରୁରାଣ୍ଟକୁ ନେଇ ଅନେକ ଲୋକଙ୍କ ମନରେ ଖୁବ ଏକ୍ସାଇଟମେଣ୍ଟ ରହିଛି । କିନ୍ତୁ ଓଡ଼ିଆ ଖାଦ୍ୟର ମୂଲ୍ୟ କେତେ ରହିଛି ତାହା ଆପଣ ଜାଣିଲେ ଆପଣଙ୍କ ହୋସ ଉଡ଼ିଯିବ ନିଶ୍ଚୟ । ୟେ ହେଉଛି ରମାଦେବୀ ବିଶ୍ୱବିଦ୍ୟାଳୟ ପାଖରେ ଖୋଲିଥିବା ରାଜ୍ୟ ସରକାରଙ୍କ ନିମନ୍ତ୍ରଣ ରେଷ୍ଟୁରାଣ୍ଟ ।

ବିଧାନସଭାକୁ ଯାଉନଥିବା ମୁଖ୍ୟମନ୍ତ୍ରୀ ଗତ ୩ ତାରିଖରେ ନିଜେ ଯାଇ ଏହାର ଉଦଘାଟନ କରିଛନ୍ତି । ଓଡିଆ ଖାଦ୍ୟ ଖାଇବାକୁ ହେଲେ ଆପଣଙ୍କୁ ଏଇଠି ପହଞ୍ଚିବାକୁ ହେବ । ଓଡିଆ ଖାଦ୍ୟର ପ୍ରଚାର ପ୍ରସାର ପାଇଁ ସରକାର ନିଶ୍ଚୟ ବହୁତ ଭଲ ବ୍ୟବସ୍ଥା କରିଥିବେ ସେ ଆଶା ଆମର ରହିଛି । ତେବେ ଏଠାକୁ ଯାଇ ଆପଣ କିଛି ଖାଆନ୍ତୁ ନ ଖାଆନ୍ତୁ, ଭାତଟେ ଖାଇବେ, ଡାଲମାଟେ ଖାଇବେ । ଶାଗ ଭଜାଟେ ନେବେ । ବଡି ଚୁରାଟେ ନେବେ । ଟିକେ କାଞ୍ଜି ତୋରାଣି । ଆଉ ଟିକେ କଣ ତରକାରୀ । ଏଇଟା ତ ସର୍ବନିମ୍ନ ଅର୍ଡର । ତା ଉପରକୁ ଭେଜ୍, ନନଭେଜର ବହୁତ ଗୁଡା ଆଇଟମ ଅଛି । ବଡି ଚୁରା ଓଡିଆ ଘରର ଅତି ଆପଣାର ଖାଦ୍ୟ । କିନ୍ତୁ ବଡି ଚୁରା ଅର୍ଡର କରିବା ପୂର୍ବରୁ ଟିକେ ଦର ଉପରେ ନଜର ପକାଇ ନିଅନ୍ତୁ । ନବୀନ ବାବୁଙ୍କ ଦୋକାନକୁ ଗଲେ ଖାଲି ବଡି ଚୁରା ଦାମ୍ ୮୦ ଟଙ୍କା । ହଁ ଆଜ୍ଞା. ଅଶୀ ଟଙ୍କା । ପୁଣି ଏହା ଉପରେ ଜିଏସଟି ୫ ପ୍ରତିଶତ ଏକ୍ସଟ୍ରା । ସେହିପରି ସୁପ୍ ତାଲିକାରେ ଅଛି କାଞ୍ଜି ତୋରାଣି । କାଞ୍ଜି ତୋରାଣିର ଦାମ୍ କେତେ ଜାଣିବାକୁ ଚାହୁଁଛନ୍ତି କି? ଜଣେ ବ୍ୟକ୍ତି ପାଇଁ କାଞ୍ଜି ତୋରାଣି ୭୦ ଟଙ୍କା ।

ଏହାପରେ ଆପଣ ନିଶ୍ଚୟ ମେନ କୋର୍ସକୁ ଯିବେ । ଭାତ ଡାଲମା ଅର୍ଡର ଦେବାକୁ ଭାବିବେ । ତେବେ ଜାଣିନିଅନ୍ତୁ ଏଠାରେ ଭାତ ଗୋଟେ ପ୍ଲେଟର ଦାମ୍ ହେଉଛି ୧୨୦ ଟଙ୍କା । ବଡି ଚୁରା ୮୦, କାଞ୍ଜି ତୋରାଣି ୭୦, ଏବେ ଭାତ ଗୋଟେ ପ୍ଲେଟ୍ ୧୨୦ । ଓଡିଆ ଖାଦ୍ୟ ଖାଇବା ମାନେ ଭାତ ସହ ଡାଲମା ଖାଇବା ଡାଲମା ଦର ଦେଖନ୍ତୁ ୧୪୦ । ଏବେ ଶାଗ ଭଜାଟେ ନିହାତି ଦରକାର । ତେବେ ଶାଗ ଭଜାର ଦାମ ୭୦ ଟଙ୍କା । ଶାଗ ଟିକେ ଖାଇଲେ ନବୀନ ବାବୁଙ୍କ ରେଷ୍ଟୁରାଣ୍ଟରେ ଦେବାକୁ ହେବ ୭୦ ଟଙ୍କା । ଭାତ, ଡାଲମା, ବଡି ଚୁରା, ଶାଗରେ ହୋଇଗଲା ୪୧୦ ।

କାଞ୍ଜି ତୋରାଣି ମିଶେଇ ଦେଲେ ୪୯୦ ଟଙ୍କା । ଦରଦାମ ଦେଖି ଆଉ କିଛି ମଗେଇବା ସମ୍ଭବ ନୁହେଁ । କାରଣ ପନିର, ମସ୍ରୁମ କି ମଟନ ଦର ଦେଖିଲେ ହୋସ ଉଡ଼ିଯିବ । ସେହପରି ସନ୍ତୁଳା ଦର ୧୪୦ ଟଙ୍କା । ତେବେ ଏଠି ନିମନ୍ତ୍ରଣ କରି ପୂରା ଲୁଟିବା ବ୍ୟବସ୍ଥା କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଗଞ୍ଜାମରେ ଡାଇରିଆ ଆତଙ୍କ 🔴 ଆଜି ଅଧରପଣା ନୀତି 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଗଞ୍ଜାମରେ ଡାଇରିଆ ଆତଙ୍କ 🔴 ଆଜି ଅଧରପଣା ନୀତି 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ!