Masthead

ଡିଆରଡିଓରେ ଗୁପ୍ତଚର!

ବାଲେଶ୍ୱର(ବଡ଼ ଖବର ବ୍ୟୁରୋ): ବାଲେଶ୍ୱର ଡିଆରଡିଓରେ ଲିକ୍ ହୋଇଛି ତଥ୍ୟ! ତଥ୍ୟ ଲିକ୍ ଘଟଣାରେ ୫ ସନ୍ଦିଗ୍ଧଙ୍କୁ ଅଟକ ରଖିଛି ବାଲେଶ୍ୱର ପୋଲିସ । ଚାନ୍ଦିପୁର କ୍ଷେପଣାସ୍ତ୍ର କେନ୍ଦ୍ରରେ ପୁଣି ଥରେ ଗୁଇନ୍ଦାଗିରି ହୋଇଥିବା କଥା ସାମ୍ନାକୁ ଆସିଛି । ୫ ଠିକା କର୍ମଚାରୀଙ୍କ ଏଥିରେ ସମ୍ପୃକ୍ତି ଥିବା କୁହାଯାଉଛି ।

ପଡୋଶୀ ଦେଶର ଏଜେଣ୍ଟଙ୍କୁ ପ୍ରତିରକ୍ଷା ବିଭାଗର ଅନେକ ଗୋପନୀୟ ତଥ୍ୟ ଏମାନେ ଯୋଗାଇଥିବା ନେଇ ଅଭିଯୋଗ ପରେ ଏମାନଙ୍କୁ ହେପାଜତକୁ ନେଇ ପଚରାଉଚରାକରୁଛି ପୋଲିସ । ଅଟକଙ୍କ ମଧ୍ୟରୁ ବସନ୍ତ ବେହେରା ନାମକ ଜଣେ ବ୍ୟକ୍ତି ଅଛନ୍ତି ଯିଏ ଲଞ୍ଚ ପ୍ୟାଡ ୩ରେ ଏସି ଅପରେଟର ଭାବେ କାମକରୁଥିଲେ । ଏଠାରେ ପ୍ୃଥ୍ୱୀ ଭଳି ଗୁରୁତ୍ୱପୂର୍ଣ୍ଣ ମିସାଇଲର ପରୀକ୍ଷଣ ହୋଇଥାଏ ।

ଅଟକ ବ୍ୟକ୍ତିଙ୍କ ମୋବାଇଲରୁ ଅନେକ ଅନ୍ତର୍ଜାତୀୟ କଲ ରେକର୍ଡ ଗୁଇନ୍ଦା ବିଭାଗ ଟ୍ରାକ କରି ଜାଣିବାକୁ ପାଇଛି । ରାଜସ୍ଥାନ ସୀମା ନିକଟରୁ ଏହି ଫୋନ କଲ ଆସୁଥିବା ଜଣାପଡ଼ିଛି । ଏସମସ୍ତ ଜଣାପଡ଼ିବା ପରେ ବାଲେଶ୍ୱର ପୋଲିସକୁ ଅବଗତ କରାଯାଇଥିଲା । ପୋଲିସ ଆଲର୍ଟ ହେବା ପରେ ସମସ୍ତଙ୍କ ଉପରେ ନଜର ରଖିବା ସହ ସେମାନଙ୍କୁ ରାତି ଅଧିଆ ଉଠାଇନେଇଛି ।

ଏନେଇ ପୋଲିସ ଡିଜି ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ।ô ପୂର୍ବରୁ ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରି ଜେଲରେ ଜୀବନ ସଜାକାଟୁଛନ୍ତି ଇଶ୍ୱର ବେହେରା । ସେ ଚାନ୍ଦିପୁର ପ୍ରତିରକ୍ଷା ବିଭାଗରେ ଠିକା ଫଟୋଗ୍ରାଫର ଭାବେ କାମକରୁଥିଲେ । ପରେ ତାଙ୍କୁ ଗିରଫ କରାଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼