Masthead

‘ବଡ଼ ଖବର’ ବଡ଼ ପ୍ରଭାବ: ଖପ୍ରାଖୋଲ ରେଞ୍ଜର ବଦଳି

ବଲାଙ୍ଗିର(ବଡ଼ ଖବର ବ୍ୟୁରୋ): ‘ବଡ଼ ଖବର’ ବଡ଼ ପ୍ରଭାବ । ମହାଙ୍ଗା ପଡିଲା ଗଣମାଧ୍ୟମର କଣ୍ଠରୋଧ ଉଦ୍ୟମ । ବଲାଙ୍ଗିର ଖପ୍ରାଖୋଲର ବିବାଦୀୟ ରେଞ୍ଜର ଶ୍ରୀବତ୍ସ କୁମୁରାଙ୍କୁ ବଦଳି କରାଯାଇଛି । ଶ୍ରୀବତ୍ସଙ୍କୁ ଖପ୍ରାଖୋଲରୁ ବୌଦ୍ଧ ମାଧପୁରକୁ ସ୍ଥାନାନ୍ତର କରାଯାଇଛି । ଏନେଇ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । କୁମୁରାଙ୍କ ଜାଗାରେ ମାଧପୁର ରେଞ୍ଜର ସରୋଜ ମିଶ୍ରଙ୍କୁ ନିଯୁକ୍ତି ଦିଆଯାଇଛି ।

ଘଟଣା ଅନୁଯାୟୀ, ଗନ୍ଧମାର୍ଦନ ଜଙ୍ଗଲ ଜମିରୁ ବେଆଇନ ମାଟି ଉଠାଇ ବିବାଦ ଘେରକୁ ଆସିଥିଲେ କୁମୁରା । ରେଞ୍ଜରଙ୍କ ଏହି ବେଆଇନ ଖବରକୁ ବଡ଼ ଖବରରେ ପ୍ରସାରଣ ପରେ ବଡ଼ ଖବର ପ୍ରତିନିଧିଙ୍କୁ ହତ୍ୟା ଧମକ ବି ଦେଇଥିଲେ । ପରେ ଆଜି ତାଙ୍କୁ ବଦଳି କରାଯାଇଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁବନେଶ୍ୱରରେ ହେବ ଭିସା ସେଣ୍ଟର 🔴 ମଣ୍ଡେଇ ମହୋତ୍ସବରେ ମନ୍ତ୍ରୀ-ବିଧାୟକ ମୁହାଁମୁହିଁ 🔴 କଂଗ୍ରେସ ସହ ଅଛି, ଥିଲି, ରହିବି…ମୋକିମ 🔴 ମହମ୍ମଦ ମୋକିମଙ୍କୁ ଶକ୍ତ ଝଟକା 🔴 ଦୁଇ ସପ୍ତାହ କଲବଲ କରିବ ଜାଡ଼ 🔴 ବିଦ୍ୟାଳୟରୁ ତାଲା ଭାଙ୍ଗି ଲୁଟ୍ 🔴 ଅଡୁଆରେ ବାଣପୁର ଥାନା ପୋଲିସ 🔴 ବିପଦରେ ମେଘନାଦ ପାଚେରି 🔴 ଦିଲ୍ଲୀ ବିସ୍ଫୋରଣ ଘଟଣା, ଓଡ଼ିଶା ଲିଙ୍କ୍‌ 🔴 କଲବଲ କରୁଛି ପ୍ରବଳ ଥଣ୍ଡା 🔴 ଭୁବନେଶ୍ୱରରେ ହେବ ଭିସା ସେଣ୍ଟର 🔴 ମଣ୍ଡେଇ ମହୋତ୍ସବରେ ମନ୍ତ୍ରୀ-ବିଧାୟକ ମୁହାଁମୁହିଁ 🔴 କଂଗ୍ରେସ ସହ ଅଛି, ଥିଲି, ରହିବି…ମୋକିମ 🔴 ମହମ୍ମଦ ମୋକିମଙ୍କୁ ଶକ୍ତ ଝଟକା 🔴 ଦୁଇ ସପ୍ତାହ କଲବଲ କରିବ ଜାଡ଼ 🔴 ବିଦ୍ୟାଳୟରୁ ତାଲା ଭାଙ୍ଗି ଲୁଟ୍ 🔴 ଅଡୁଆରେ ବାଣପୁର ଥାନା ପୋଲିସ 🔴 ବିପଦରେ ମେଘନାଦ ପାଚେରି 🔴 ଦିଲ୍ଲୀ ବିସ୍ଫୋରଣ ଘଟଣା, ଓଡ଼ିଶା ଲିଙ୍କ୍‌ 🔴 କଲବଲ କରୁଛି ପ୍ରବଳ ଥଣ୍ଡା