ଶିକୁଳିରେ ବନ୍ଧା ଜୀବନ

ଭଣ୍ଡାରିପୋଖରୀ (ବଡ଼ ଖବର ବ୍ୟୁରୋ): ଅର୍ଥ ସାଜିଛି ବାଧକ । ଭେଣ୍ଡିଆ ବୟସରେ ପରିବାର ପ୍ରତି ପୋଷଣ କରିବା ବଦଳରେ ଏବେ ଶିକୁଳିରେ ବନ୍ଧା ପଡିଛି ଜୀବନ । ବୃଦ୍ଧ ବୟସରେ ବାବା ମାଙ୍କ ଉପରେ ଏବେ ବୋଝ ହୋଇ ବିଛଣାରେ ଅଭିଶପ୍ତ ଜୀବନ ଜିଉଛନ୍ତି ଅମର । ପକ୍ଷାଘାତ ରୋଗରେ ଶିକାର ବାପାଙ୍କ ପାଇଁ ପାଲଟିଛି ଦୁଃଖର ଯନ୍ତ୍ରଣା । ଦୀର୍ଘ ୩ବର୍ଷ ହେବ ଶିକୁଳିରେ ହାତ ଗୋଡ଼ ବନ୍ଧା ହୋଇ ରହିଛନ୍ତି  ଅମର । ଅସହାୟ ପିଲାଟିର ଚିକିତ୍ସା ରେ ଅର୍ଥ ସାଜିଛି ବାଧକ । ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ବନ୍ଦାଳୋ ମଢିଆଳି ପଞ୍ଚାୟତ  ବଳିପୁର ଗ୍ରାମରେ ।

ପୁଅ ଅମର  ବାପାଙ୍କ କାମରେ ସାହାଯ୍ୟ କରିବା ସହ କିଛି ରୋଜଗାର କରୁଥିଲେ । ଅମରଙ୍କ ବାପା ପକ୍ଷାଘାତ ରୋଗରେ ଶିକାର ହେଲେ ପରେ କିଛି ବର୍ଷ ପରେ ପୁଅ ଅମର ମାନସିକ ବିକାରଗ୍ରସ୍ତ ହୋଇଗଲେ । ପୁଅ ଟି ପାଗଳ ହୋଇ ବାପା ମାଆଙ୍କୁ କାମୁଡିବା, ମାରିବା, ଘର ଦ୍ୱାରା ଭାଙ୍ଗିବା, ସହ ପଡୋଶୀଙ୍କୁ ମଧ୍ୟ ମାର ଧର କରୁଛି । ସେଥିପାଇଁ ପାଗଳ ଅବସ୍ଥାରେ ଜୀବନ ଜିଉଁଥିବା ଅମର ର ହାତ ଗୋଡ଼ ବାନ୍ଧି ଘରେ ରଖିଛନ୍ତି ପରିବାର ଲୋକ । ପୁଅଟିକୁ ଭଲ କରିବା ପାଇଁ ଆକୁଳ ନିବେଦନ କରିଛନ୍ତି ବାପା, ମାଆ । ଯଦି କିଛି ସରକାରୀ ସହାୟତା ମିଳନ୍ତା ତେବେ ପୁଅ ଭଲ ହୋଇପାରନ୍ତା ବୋଲି କହିଛନ୍ତି ପରିବାର ଲୋକେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!