Masthead

ଆଜିଠୁ ଯୁକ୍ତ୩ ଦ୍ୱିତୀୟ ବର୍ଷ କ୍ଲାସରୁମ୍‌ ପାଠପଢ଼ା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): କରୋନା ସଂକ୍ରମଣ ଧିରେ ଧିରେ କମିବାପରେ ଏବେ ଯୁକ୍ତ ୩ ଦ୍ବିତୀୟ ବର୍ଷର କ୍ଲାସ ରୁମ ପାଠପଢା ଆରମ୍ଭ ହେବ । ସୋମବାରଠୁ କ୍ଲାସ ରୁମରେ ପାଠପଢିବେ ଛାତ୍ରଛାତ୍ରୀ । କଟକଣା ମଧ୍ୟରେ ଚାଲିବ କ୍ଲାସ । ମାସ୍କ, ସାମାଜିକ ଦୂରତା ବା‌ଧ୍ୟତାମୂଳକ । କଣ୍ଟେନମେଣ୍ଟ ଜୋନ୍‌ ଭିତରେ ରହିଥିବା ଶିକ୍ଷକ, କର୍ମଚାରୀ ଓ ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନକୁ ଆସିବେ ନାହିଁ। ନିୟମିତ ବ୍ୟବଧାନରେ କ୍ଲାସରୁମ୍‌, ଲାଇବ୍ରେରି, ଲାବରେଟୋରି ଆଦି ସ୍ଥାନରେ ସାମାଜିକ ଦୂରତା ଉପରେ ପ୍ରାଥମିକତା ଦିଆଯିବାକୁ କୁହାଯାଇଛି। କାଶିବା, ଛିଙ୍କିବା ସମୟରେ ମୁହଁ ଓ ନାକକୁ ରୁମାଲରେ ଘୋଡ଼ାଇବାକୁ ପରାମର୍ଶ ଦିଆଯାଇଛି। ଅସୁସ୍ଥତା ଅନୁଭବ କଲେ କର୍ତୃପକ୍ଷଙ୍କୁ ଜଣାଇବାକୁ କୁହାଯାଇଛି।

କୌଣସି ପ୍ରକାର ଜରୁରୀ ଆବଶ୍ୟକତା ପଇଁ କ୍ୟାମ୍ପସରେ ଆଇସୋଲେସନ ରୁମ୍‌ ପ୍ରସ୍ତୁତ ରଖିବାକୁ ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର ସମସ୍ତ କଲେଜ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କ୍ଲାସରୁମ୍‌ ପାଠପଢ଼ା ଆରମ୍ଭ ହେବା ପୂର୍ବରୁ ସମସ୍ତ ଶିକ୍ଷାନୁଷ୍ଠାନ ହଷ୍ଟେଲ ଯୁକ୍ତ୩ ଦ୍ବିତୀୟ ବର୍ଷ ପିଲାଙ୍କ ପାଇଁ ଖୋଲାଯାଇଛି। କୋଭିଡ୍‌-୧୯ କଟକଣା ମଧ୍ୟରେ ହଷ୍ଟେଲ ଚାଲୁ ରଖିବାକୁ ପରାମର୍ଶ ଦିଆଯାଇଛି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼