Masthead

ବାୟୁ ପ୍ରଦୂଷଣ ପାଇଁ ୭୦ ଲକ୍ଷ ଲୋକଙ୍କ ଜୀବନ ଗଲାଣି

ଜେନେଭା( ବଡ଼ ଖବର ବ୍ୟରୋ):  ଜୀବଜଗତ ବଞ୍ଚିବା ପାଇଁ ବାୟୁ ଏକ ଅପରିହାର୍ଯ୍ୟ ଉପାଦାନ । ତେବେ ଦୀର୍ଘ ୧୫ ବର୍ଷ ପରେ ବାୟୁର ଗୁଣାବତ୍ତାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଗାଇଡଲାଇନ ଜାରି ହୋଇଛି । ପୂର୍ବରୁ ୨୦୦୫ରେ ହୁ’ ପକ୍ଷରୁ ବାୟୁର ଗୁଣାବତ୍ତାକୁ ନେଇ ଗାଇଡଲାଇନ ଜାରି ହୋଇଥିଲା । ତେବେ ବାୟୁ ପ୍ରଦୂଷଣ ଯୋଗୁ ବର୍ଷକୁ ପ୍ରାୟ ୭୦ ଲକ୍ଷ ଲୋକଙ୍କ ଜୀବନ ଯାଉଥିବା ନେଇ ହୁ’ ପକ୍ଷରୁ କୁହାଯାଇଛି । ବାୟୁ ପ୍ରଦୂଷଣ ପାଇଁ ଶରୀରରେ ସୃଷ୍ଟି ହେଉଥିବା ରୋଗ ଉପରେ ରୋକ ଲଗାଇବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏପରି ଗାଇଡଲାଇନ ଜାରି କରାଯାଇଛି । ନୂଆ ଗାଇଡଲାଇନରେ ଜୀବାଷ୍ମ ଇନ୍ଧନରୁ ମିଳୁଥିବା କଣିକା ମ୍ୟାଟର ଓ ନାଇଟ୍ରୋଜେନ୍ ଡାଇଅକ୍ସାଇଡର ସ୍ତରକୁ ହ୍ରାସ କରିବା ପାଇଁ ସୁପାରିସ କରାଯାଇଛି । ବାୟୁ ପ୍ରଦୂଷଣ ଜଳବାୟୁ ପରିବର୍ତ୍ତନର ପ୍ରମୁଖ କାରଣ । ଏହା ସହ ଲୋକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପାଇଁ ସବୁଠାରୁ ବଡ ବିପଦ ।

ବାୟୁ ପ୍ରଦୂଷଣ ଯୋଗୁ ପ୍ରତି ବର୍ଷ ପ୍ରାୟ ୭୦ ଲକ୍ଷ ଲୋକଙ୍କ ଜୀବନ ଯାଉଛି । ଯଦି ବାୟୁ ପ୍ରଦୂଷଣ ସମସ୍ୟାକୁ ସୁଧାରି ହୁଅନ୍ତା ତେବେ ଅନେକ ଜୀବନ ରକ୍ଷା ପାଇ ପାରନ୍ତା । ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରଦୂଷଣକୁ ହ୍ରାସ କରିବା ପାଇଁ ପିଏମର ବାର୍ଷିକ ହାରାହାରି ପିଏମ ୨.୫ ସ୍ତରକୁ ୧୦ ମାଇକ୍ରୋଗ୍ରାମ ପ୍ରତି କ୍ୟୁବିକ ମିଟର ୫କୁ ହ୍ରାସ କରିଛି । ସେହିପରି ପିଏମ ୧୦ର ସ୍ତରକୁ ୨୦ ମାଇକ୍ରୋଗ୍ରାମ୍ସରୁ ୧୫କୁ ହ୍ରାସ କରାଯାଇଛି । ବର୍ତ୍ତମାନ ବିଶ୍ୱରେ ଜାରି ରହିଥିବା ବାୟୁ ପ୍ରଦୂଷଣକୁ ଯଦି ହ୍ରାସ କରାଯାଇପାରିବ ତେବେ ପିଏମ୨.୫ ସହ ଜଡିତ ମୃତ୍ୟୁକୁ ପ୍ରାୟ ୮୦% ହ୍ରାସ କରାଯାଇପାରନ୍ତା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ