Masthead

୯ ବର୍ଷରେ ୮ ବାତ୍ୟା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ୯ବର୍ଷରେ ୮ବାତ୍ୟାର ସମ୍ମୁଖୀନ କରିଛି ଓଡ଼ିଶା । ୩ ବର୍ଷରେ ୫ଟି ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ ପଡ଼ିଛି । ବ୍ୟାପକ କ୍ଷତି ହେବା ସହ ଧନ ଜୀବନ ମଧ୍ୟ ନଷ୍ଟ ହୋଇଛି । ୨୦୧୩ରୁ ଭାରତ କ୍ରମାଗତ ଭାବେ ବାତ୍ୟାର ସମ୍ମୁଖୀନ ହେଉଛି । ୨୦୧୩ରେ ଫାଇଲିନ, ୨୦୧୪ରେ ହୁଡ଼ୁହୁଡ଼ୁ, ୨୦୧୭ରେ ତିତିଲି, ୨୦୧୯ରେ ଫନି ଓ ବୁଲବୁଲ, ୨୦୨୦ ଅମ୍ଫାନ, ଏବଂ ୨୦୨୧ରେ ୟସ୍ ପୁଣି ଏବେ ବାତ୍ୟା ଗୁଲାବ ଓଡ଼ିଶାକୁ ମାଡ଼ କରିଛି ।
ପ୍ରାକୃତିକ ବିପର୍ଯ୍ୟୟରେ ଓଡ଼ିଶା ଅଧିକ ପ୍ରଭାବିତ ହୋଇଛି । ବିଶେଷ କରି ଧନ ଜୀବନ ସୁରକ୍ଷା କରି ଓଡ଼ିଶା ଏବେ ଦେଶର ଅନ୍ୟ ରାଜ୍ୟମାନଙ୍କ ପାଇଁ ପଥ ପ୍ରଦର୍ଶକ ପାଲଟିଛି । ମହାବାତ୍ୟା ପରେ ‘ଫାଇଲିନ୍‌’ ସବୁଠାରୁ ଅଧିକ ଭୟାବହ ଥିଲା। ୨୦୧୩ ଅକ୍ଟୋବରରେ ସଂଘଟିତ ଏହି ବାତ୍ୟାରେ ପବନର ବେଗ ଘଣ୍ଟା ପ୍ରତି ୨୨୦ କିମି ରହିଥିଲା। ସିଧାସଳଖ ଦକ୍ଷିଣ ଓଡ଼ିଶା ଉପକୂଳରେ ମାଡ଼ ହୋଇଥିବା ଏହି ବାତ୍ୟା ଦ୍ବାରା ରାଜ୍ୟର ୧୮ ହଜାର ୩୭୪ ଗ୍ରାମ ଏବଂ ୧୩.୨୪ ନିୟୁତ ଲୋକ ପ୍ରଭାବିତ ହୋଇଥିଲେ।
୨୦୧୪ ଅକ୍ଟୋବରରେ ‘ହୁଡ୍‌ହୁଡ୍‌’ ପବନର ବେଗ ଘଣ୍ଟାପ୍ରତି ୧୦୦ କିମି ରହିଥିଲା। ଯେଉଁଥିରେ ୯ ହଜାର ୬୫୭ ଗ୍ରାମର ୩. ୩୪ ନିୟୁତ ଲୋକ ପ୍ରଭାବିତ ହୋଇଥିଲେ। ୨୦୧୭ ଅକ୍ଟୋବରରେ ବାତ୍ୟା ‘ତିତଲି’ ଆସିଥିଲା। ଘଣ୍ଟାପ୍ରତି ୧୩୦ କିମି ବେଗରେ ପବନ ବହିବାରୁ ୮ହଜାର ୬୯୧ ଗ୍ରାମର ୬ ନିୟୁତରୁ ଅଧିକ ଲୋକଙ୍କ ଉପରେ ପ୍ରଭାବ ପଡ଼ିଥିଲା।
୨୦୧୯ରେ ବାତ୍ୟା ‘ଫନି’ ଉପକୂଳ ଓଡ଼ିଶାର ଚିତ୍ର ବଦଳାଇ ଦେଇଥିଲା। ବିଶେଷକରି ପୁରୀ ଓ ଖୋର୍ଦ୍ଧା ଜିଲ୍ଲା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା। ଅନ୍ୟ ବାତ୍ୟାଗୁଡ଼ିକ ଭଳି ଏହା ମୌସୁମୀ ପରର ବାତ୍ୟା ନ ଥିଲା। ବରଂ ପ୍ରାକ୍‌ ମୌସୁମୀ ବାତ୍ୟା ରହିଥିଲା। ମେ’ ମାସରେ ହୋଇଥିବା ଏହି ବାତ୍ୟାରେ ପବନର ବେଗ ୧୮୦ କିମି ଛୁଇଁଥିଲା। ବାତ୍ୟା ମାଡ଼ରେ ଶ୍ରୀ‌କ୍ଷେତ୍ର ଶ୍ରୀହୀନ ହୋଇ ପଡ଼ିଥିବା ବେଳେ ରାଜଧାନୀର ରୂପ ବଦଳାଇ ଦେଇଥିଲା। ବାତ୍ୟା ପ୍ରଭାବରେ ୨୦ ହଜାର ୩୬୭ ଗାଁର ୧୫.୬୬ ନିୟୁତ ଲୋକ କ୍ଷତିଗ୍ରସ୍ତ ହୋଇଥିଲେ।
ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି