Masthead

ରାଫେଲ ଯୁଦ୍ଧବିମାନରେ ଉଡିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଜି ରାଫେଲ ଯୁଦ୍ଧବିମାନରେ ଉଡିବେ ରାଷ୍ଟ୍ରପତି । ସଶସ୍ତ୍ର ବାହିନୀର ସର୍ବୋଚ୍ଚ କମାଣ୍ଡର, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ବାୟୁସେନାର ଏକ ଯୁଦ୍ଧବିମାନରେ ଉଡିବେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ହରିୟାଣାର ଅମ୍ବାଲା ଗସ୍ତ କରିବା ସେଠାରୁ ରାଫେଲ ଯୁଦ୍ଧବିମାନରେ ବୁଲିବେ । ଏହା ପୂର୍ବରୁ ଅପ୍ରେଲ ୮, ୨୦୨୩ରେ ରାଷ୍ଟ୍ରପତି ଆସାମର ତେଜପୁର ଆଇଏଏଫ୍ ଷ୍ଟେସନରେ ଏକ ସୁଖୋଇ ୩୦ ଏମକେଆଇ ଯୁଦ୍ଧବିମାନରେ ଉଡିଥିଲେ ।

ତେବେ ଦ୍ରୌପଦୀ ମୁର୍ମୁ ଆଇଏଏଫ ସବୁଠାରୁ ଆଧୁନିକ ରାଫେଲ ଯୁଦ୍ଧବିମାନରେ ଉଡାଣ ଭରିବା ପ୍ରଥମ ରାଷ୍ଟ୍ରପତି ହେବେ । ରାଷ୍ଟ୍ରପତି ମୁର୍ମୁ ଅକ୍ଟୋବର ୧୮ ତାରିଖରେ ଅମ୍ବାଲା ଗସ୍ତ କରିବାକୁ ଯୋଜନା କରିଥିଲେ, କିନ୍ତୁ କୌଣସି କାରଣରୁ ତାଙ୍କର ଗସ୍ତ ସ୍ଥଗିତ ରଖାଯାଇଥିଲା । ରାଫାଲ ଜେଟକୁ ୪.୫ ଜେନେରେସନ୍ ଯୁଦ୍ଧବିମାନ ଭାବେ ବିବେଚନା କରାଯାଏ । ଏଥିରେ ଅତୁଳନୀୟ ଅସ୍ତ୍ରଶସ୍ତ୍ର ଏବଂ ସେନ୍ସର ସହିତ ବହୁମୁଖୀ କ୍ଷମତା ରହିଛି । ଶତ୍ରୁ ରାଡାରକୁ ଜାମ୍ କରିବା ବ୍ୟତୀତ, ରାଫେଲରେ ୩୦୦ କିଲୋମିଟରରୁ ଦୂରରୁ ରେଞ୍ଜରୁ ଶତ୍ରୁ ଟାର୍ଗେଟ କରିବାର କ୍ଷମତା ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ..