Masthead

୨୦୩୧ରେ ସୂର୍ଯ୍ୟ ପାଖ ଦେଇ ଗତି କରିବ ବର୍ଣ୍ଣାର୍ଡିନେଲି–ବର୍ଣ୍ଣଷ୍ଟିଲ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ୩୦ଲକ୍ଷ ବର୍ଷ ହେଲା ସୌରମଣ୍ଡଳକୁ ପ୍ରବେଶ କରିନାହିଁ ଏଭଳି ଏକ ଧୂମକେତୁ ଯାହାର ନା ହେଲା ‘ହାଲି’ । ଯାହା ବୈଜ୍ଞାନିକମାନେ ସନ୍ଧାନ କରି ପାଇଛନ୍ତି । ଏହି ଧୂମକେତୁର ଦୈର୍ଘ୍ୟ ସାଢେ ୩ ମାଇଲ । କିନ୍ତୁ ନବାବିଷ୍କୃତ ବର୍ଣ୍ଣାର୍ଡିନେଲି –ବର୍ଣ୍ଣଷ୍ଟିଲ ନାମକ ଧୂମକେତୁର ଲମ୍ବ ୧୨୦ ମାଇଲ ଓ ବ୍ୟାସ ପ୍ରାୟ ୯୭ ମାଇଲ ବା ୧୫୬ କିମି । ଏହା ୨୦୩୧ ମସିହା ସୁଦ୍ଧା ସୂର୍ଯ୍ୟ ପାଖ ଦେଇ ଗତି କରିବ ।

ଏଥି ଯୋଗୁଁ ପୃଥିବୀର କୌଣସି କ୍ଷତି କରିବ ନାହିଁ ବୋଲି ଦୈନିକ ସମ୍ବାଦପତ୍ର ନ୍ୟୁୟର୍କ ପୋଷ୍ଟରେ ପ୍ରକାଶ ପାଇଛି । ସେଥିରେ କୁହାଯାଇଛି ଏହି ଧୂମକେତୁ ମହାକାଶର ଉର୍ଟ କ୍ଲାଉଡ ନାମକ କ୍ଷେତ୍ରରୁ ଆସୁଛି । ଏହା ଗବେଷଣା କରାଗଲେ ସୌରମଣ୍ଡଳର ଅନେକ ରହସ୍ୟ ଉଦଘାଟିତ ହେବ । ବର୍ଣ୍ଣାର୍ଡିନେଲ –ବର୍ଣ୍ଣଷ୍ଟିଲ ୩୦ ଲକ୍ଷ ବର୍ଷ ହେଲା ସୌରମଣ୍ଡଳକୁ ଆସିନାହିଁ । ୪୦୫ ଶହ କୋଟି ବର୍ଷ ପୂର୍ବେ ଏହା ଗଠିତ ହୋଇଥିଲେ ହେଁ ଏପର୍ୟ୍ୟନ୍ତ ଏହାର ଆକାର ବଦଳି ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ