Masthead

ଉତ୍ତରପ୍ରଦେଶ ରାଜନୀତି: ଦଳିତଙ୍କ ପରେ ବ୍ରାହ୍ମଣ

ଗୋରଖପୁର(ବଡ଼ ଖବର ବ୍ୟୁରୋ): ପୁଣି ଆଉ ଥରେ ଦେଶରେ ଜାତିବାଦ ରାଜନୀତି ସାମ୍ନାକୁ ଆସିଛି । କେତେବେଳେ ଦଳିତଙ୍କ ଭୋଟ ହାତେଇବା ପାଇଁ ଦଳିତ ନେତାଙ୍କୁ ମୁଖ୍ୟମନ୍ତ୍ରୀ ଘୋଷଣା କରାଯାଉଛି ତ ଆଉ କେତେବେଳେ ବ୍ରାହ୍ମଣଙ୍କୁ ନେଇ ରାଜନୀତି ଆରମ୍ଭ ହେଉଥିବାର ଦେଖିବାକୁ ମିଳିଛି । ତେବେ ଏଥର ପଞ୍ଜାବ ନୁହେଁ ବରଂ ଉତ୍ତରପ୍ରଦେଶରେ ଜାତିକୁ ନେଇ ରାଜନୀତି ଆରମ୍ଭ ହେବାକୁ ଯାଉଛି । ସାରା ଦେଶର ନଜର ବର୍ତ୍ତମାନ ଉତ୍ତରପ୍ରଦେଶ ରାଜନୀତି ଉପରେ ରହିଛି । ଏନେଇ ଅନେକ ଦଳ ନିଜ ନିଜର ରଣନୀତି ପ୍ରସ୍ତୁତ କରିବାରେ ଲାଗିପଡ଼ିଛନ୍ତି । ସେପଟେ ଛୋଟ ଦଳମାନଙ୍କୁ ନେଇ ରାଜନୀତି ଆରମ୍ଭ କରିବାକୁ ଯାଉଛି କଂଗ୍ରେସ । ଏହାର ଜବାବରେ ଶାସକ ଦଳ କେତେବେଳ ପଦଯାତ୍ରା ଆରମ୍ଭ କରିଛି ତ ଆଉ କେତେବେଳେ ଜନସମର୍ଥନ ପାଇବା ଅଶାରେ ୧୦୦ ଦିନରେ ୧୦୦ ଦଳୀୟ କାର୍ଯ୍ୟକ୍ରମର ଘୋଷଣା କରୁଛି । ସମସ୍ତଙ୍କର ଗୋଟିଏ ହିଁ ଟାର୍ଗେଟ କିପରି ଉତ୍ତରପ୍ରଦେଶ ଜନତାଙ୍କ ଆଶା ଓ ଭରସା ଜିତିପାରିବେ ।

ଏହା ମଧ୍ୟରେ ଜାତୀୟ କଂଗ୍ରେସ ତା’ର ପଞ୍ଜାବ ମଡେଲକୁ ଉତ୍ତରପ୍ରଦେଶରେ ଅନୁସରଣ କରିଛି । ତେବେ ୟୁପି ନିର୍ବାଚନରେ କଂଗ୍ରେସ ଜଣେ ବ୍ରାହ୍ମଣ ନେତାଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା କରିବାର କଥା ସାମ୍ନାକୁ ଆସିଛି । ଏ ଖବର ସାମ୍ନାକୁ ଆସିବା ପରେ ଉତ୍ତରପ୍ରଦେଶରେ ରାଜନୈତିକ ମାହୋଲ ସରଗରମ ହୋଇ ଉଠିଛି । ଏଥର ପୂର୍ଣ୍ଣ ପ୍ରସ୍ତୁତି ସହିତ ବିଧାନସଭା ନିର୍ବାଚନରେ ପ୍ରବେଶ କରିବାକୁ କଂଗ୍ରେସ ରଣନୀତି ପ୍ରସ୍ତୁତ କରିଛି । ତେଣୁ ନିଜ ମୁଖ୍ୟମମନ୍ତ୍ରୀ ଚେହେରାକୁ ମଧ୍ୟ ଦଳ ଖୁବଶୀଘ୍ର ସାମ୍ନାକୁ ଆଣିପାରେ । ସେପଟେ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ବାଡ୍ରାଙ୍କୁ ୟୁପି ଦାୟିତ୍ୱରେ ନିଯୁକ୍ତି କରାଯିବା ପରଠାରୁ ଦଳ ଗୋଟିଏ ପରେ ଗୋଟିଏ ନୂଆ ପ୍ରସଙ୍ଗରେ ନିରନ୍ତର ଆଲୋଚନା କରୁଛି । ବିଶେଷକରି ଆଇନ ଶୃଙ୍ଖଳା, ଅତ୍ୟାଚାର ଏବଂ କୃଷକମାନଙ୍କ ସମର୍ଥନରେ ବାରମ୍ବାର ସମର୍ଥନରେ ବାହାରିଛି କଂଗ୍ରେସ । ଅନ୍ୟପଟେ ୮୦ ଦଶକ ପର୍ଯ୍ୟନ୍ତ କଂଗ୍ରେସ ସରକାର ଅଧିକାଂଶ ରାଜ୍ୟରେ ନିଜର ଶାସନ ଚଳାଇଥିଲେ ।

ଏହା ମଧ୍ୟରେ ଦଳ ଛଅ ଜଣ ବ୍ରାହ୍ମଣଙ୍କୁ ମୁଖ୍ୟମନ୍ତ୍ରୀ କରାଇଛି । ଏପରିକି ଏନେଇ ବିଭିନ୍ନ ରାଜନୈତିକ ସମାବେଶରେ ଏହି ପ୍ରସଙ୍ଗକୁ ଉଠାଇବାରେ ମଧ୍ୟ ଦଳ ପଛେଇ ନଥାଏ । କାହିଁକିନା ଦଳ ବ୍ରାହ୍ମଣମାନଙ୍କ ଭୋଟକୁ ହାତେଇବା ଲକ୍ଷ୍ୟରେ ରହିଥାଏ । ସେପଟେ ଉତ୍ତରପ୍ରଦେଶରେ ବର୍ତ୍ତମାନ ବ୍ରାହ୍ମଣମାନଙ୍କର ଆନୁମାନିକ ସଂଖ୍ୟା ୧୦ ରୁ ୧୨ ପ୍ରତିଶତ । ଏହାକୁ ଦୃଷ୍ଟିରେ ରଖି କଂଗ୍ରେସ ଏଥର ମଧ୍ୟ ବ୍ରାହ୍ମଣଙ୍କୁ ନେଇ ରାଜନୀତି କରିବା କଥା ସ୍ପଷ୍ଟ ହୋଇଯାଉଛି । ଅନ୍ୟପଟେ କଂଗ୍ରେସ ପାଇଁ ଉତ୍ଥାନ ଓ ପତନ କିଛି ପୂରୁଣା ନୁହେଁ । ଏପରି ଅନେକ ଉଦାହରଣ ଅଛି ଯେଉଁଠି କଂଗ୍ରେସ ପୁଣିଥରେ ସତ୍ତାକୁ ଫେରିଛି । ହେଲେ ଏଥର ୟୁପି ନିର୍ବାଚନରେ କାଣ୍ଟେକା ଟକ୍କର ହେବାକୁ ଯାଉଛି ।

ଅର୍ଥାତ ଶାସକ ଦଳର ନେତା ଲଖିମପୁରରେ ଆନ୍ଦୋଳନରତ ଚାଷୀଙ୍କ ଉପରେ ଗାଡ଼ି ଚଢାଇ ଦେଇଥିଲେ । ଏହା ପରେ ସାରା ଦେଶରେ କୃଷକ ଆନ୍ଦୋଳନ ଜୋର ଧରିବାରେ ଲାଗିଛି । ସେପଟେ ଚାଷୀଙ୍କ ସମର୍ଥନରେ ବାହାରିଛି କଂଗ୍ରେସ । ଆସନ୍ତା ବିଧାନସଭା ନିର୍ବାଚନରେ ଏହି ପ୍ରସଙ୍ଗକୁ ନେଇ ରାଜନୀତି କରିବା ଲକ୍ଷ୍ୟରେ ରହିଛି ବିରୋଧୀ ଦଳ । ତେବେ ଶାସକ ଓ ବିରୋଧୀ ମଝିରେ କୃଷକଙ୍କ ନ୍ୟାୟ କେବେ ? ଏବଂ ଜାତିଭିତ୍ତିକ ରାଜନୀତିରେ କିଏ ସଫଳତା ସାଉଣ୍ଟୁଛି ତାହା ଦେଖିବାର ବିଷୟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ