ବୋଲଗଡ଼ (ବଡ଼ ଖବର ବ୍ୟୁରୋ): ଦେଶ ତଥା ରାଜ୍ୟର ବିଭିନ୍ନ ସ୍ଥାନରେ ଦଶହରା ପାଳନ କରାଯାଉଛି । କିନ୍ତୁ ଏହାରି ଭିତରେ ଖୋର୍ଦ୍ଧା ଜିଲ୍ଲା ଓ ନୟାଗଡ ଜିଲ୍ଲା ସିମାବର୍ତ୍ତୀ ଏକ ଗାଁ ମାଣିକାଗୋଡାର ଦଶହରାର ରହିଛି ଏକ ସ୍ଵତନ୍ତ୍ର ପରିଚୟ । ଏହି ଗାଁରେ କେବଳ ହିନ୍ଦୁ ନୁହନ୍ତି ମୁସଲମାନ ସଂମ୍ପ୍ରଦାୟ ମଧ୍ୟ ଏହି ପୂଜାରେ ସାମିଲ ହୋଇ ସୃଷ୍ଟି କରିଛନ୍ତି ସାରା ଦେଶରେ ଏକ ନିଅ।ରା ଉଦାହରଣ । ସାଧାରଣତଃ ଦଶହରା ହିନ୍ଦୁମାନଙ୍କର ପର୍ବ ହୋଇଥିବାବେଳେ ଏହି ପର୍ବରେ ଦେବୀ ଦୁର୍ଗାଙ୍କୁ ପୂଜା କରାଯାଇଥାଏ । କିନ୍ତୁ ମାଣିକାଗୋଡା ଗାଁରେ ଦେବୀଙ୍କ ପୂଜାରେ ମୁଖ୍ୟ ପୁରୋଧା ସାଜନ୍ତି ମୁସଲମାନ ଦଳବେହେରା ।
ହିନ୍ଦୁ ବ୍ରାହ୍ମଣଙ୍କ ସହ ମୁସଲମାନ ଦଳବେହେରା ମୁଖ୍ୟ ପୁରୋଧା ହୋଇ ସର୍ବ ଧର୍ମ ସମନ୍ଵୟର ଦେଉଛନ୍ତି ବାର୍ତ୍ତା । ପିଢି ପରେ ପିଢି ଏହି ପରମ୍ପରା ଚାଲିଅ।ସିଥିବା ବେଳେ ଚଳିତ ବର୍ଷ କରୋନା କଟକଣା ଯୋଗୁଁ ଫିକା ପଡିଯାଇଛି ପୂଜାର ସ୍ଵତନ୍ତ୍ରତା । ଖୋର୍ଦ୍ଧା ଜିଲ୍ଲାର ସିମାବର୍ତ୍ତୀ ଗାଁ ମାଣିକାଗୋଡା । ଯେଉଁ ଗାଁ ସାମ୍ପ୍ରଦାୟକ ସଦଭାବନାର ଦେଉଛି ବାର୍ତ୍ତା । ଦଶହରା ଅ।ସିଲେ ଏହି ଗାଁର ସ୍ଵତନ୍ତ୍ରତା ବାରିହୋଇ ପଡେ । କାରଣ ଦଶହରା ଅ।ସିଲେ ହିନ୍ଦୁଙ୍କ ଅପେକ୍ଷା ଅଧିକ ଉତ୍ସାହିତ ହୋଇପଡନ୍ତି ମୁସଲମାନ ସମ୍ପ୍ରଦାୟ । କାରଣ ଏଠାରେ ଦଶହରା ପୂଜାର ମୁଖ୍ୟ ପୁରୋଧା ସାଜନ୍ତି ମୁସଲମାନ ସମ୍ପ୍ରଦାୟ । ହିନ୍ଦୁଙ୍କ ଅରାଧ୍ୟା ଦେବୀ ମାଁ କନକ ଦୁର୍ଗାଙ୍କୁ ସପ୍ତମୀ ତିଥିରୁ ୫ ଦିନ ଧରି ପୁଜାକରନ୍ତି ମୁସଲମାନ ଦଳବେହେରା । ଗାଁରେ ଥିବା ଭଗବତୀ ପୀଠରେ ଦିଦ୍ୟସିଂହପୁରୁ ଶାସନରୁ ମୁସଲମାନ ଦଳବେହେରାଙ୍କ ଘରୁ ଖଣ୍ଡା , କରଣ ଘରୁ ତାଳପତ୍ରପୋଥି ଏବଂ ଗାଁରେ ଥିବା ମହିଷାମର୍ଦ୍ଦିନୀଙ୍କ ଚଳନ୍ତି ପ୍ରତିମା କଟୁରି ଅ।ସିବା ପରେ ୫ ଦିନ ଧରି ଏହି ପର୍ବ ପାଳନ କରାଯାଏ ।
ମୁସଲମାନ ଦଳବେହେରା ଶୋଭାଯାତ୍ରାରେ ବାହାରି ଭଗବତୀ ପୀଠରେ ଢାଲ ଖଣ୍ଡା ସ୍ଥାପନା କରିବା ପରେ ଦିବ୍ୟସିଂହପୁରୁ ଶାସନ ଗାଁ ମନ୍ଦିରରେ ଅ।ରମ୍ଭ ହୋଇଥାଏ ଅପରାଜିତା ହୋମ । ଅ।ଉ ଏହି ହୋମରେ କର୍ତ୍ତାଭାବେ କାର୍ଯ୍ୟ ତୁଲାଇ ଥାଅ।ନ୍ତି ହିନ୍ଦୁ ବ୍ରାହ୍ମଣଙ୍କ ସହ ମୁସଲମାନ ଦଳବେହେରା । ମା’ଙ୍କର ଏହି ଦଶହରା ପର୍ବପାଇଁ ମାଣିକାଗୋଡା ଗାଁର ଉଭୟ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟ ଲାଗିପଡିଥାଅ।ନ୍ତି । ଯାହାକି ଏହି ପର୍ବକୁ ଦେଇଛି ଏକ ସ୍ଵତନ୍ତ୍ର ପରିଚୟ । କାହିଁ କେଉଁ ଯୁଗରୁ ପିଢି ପରେ ପିଢି ଏପରି ପରମ୍ପରା ଚାଲିଅ।ସିଥିବା ବେଳେ ଏହି ପର୍ବପାଇଁ ଉଭୟ ସଂମ୍ପ୍ରଦାୟ ଭିତରେ ଜାରିରହିଛି ଏକ ଭିନ୍ନ ଅତ୍ମିୟତା ।
ସାମ୍ପ୍ରଦାୟୀକ ସଦଭାବନା ସୃଷ୍ଟିକରି ଦଶହରା ରେ ସ୍ଵତନ୍ତ୍ରତା ରଖିଥିବା ମାଣିକାଗୋଡା ଗାଁରେ କିନ୍ତୁ ଚଳିତବର୍ଷ କରୋନା କଟକଣା ପାଇଁ ଫିକାପଡିଛି ଏହି ପର୍ବ । କରୋନା ପାଇଁ ନିରାଡମ୍ବର ଭାବେ ଦଶହରା ପାଳନ କରାଯାଉଥିବା ବେଳେ କେବଳ ପରମ୍ପରା ରକ୍ଷା ପାଇଁ ମୁସଲମାନ ଦଳବେହେରା ଓ ହିନ୍ଦୁ ପୁଜକଙ୍କ ଉପସ୍ଥିତିରେ କରାଯାଉଛି ମାଁ ଙ୍କ ପୂଜା । ବିନା ଭକ୍ତରେ ପୂଜା ଫିକା ପଡିଥିଲେ ମଧ୍ୟ ଉଭୟ ସମ୍ପ୍ରଦାୟ କିନ୍ତୁ ମା’ଙ୍କ ପରମ୍ପରା ରକ୍ଷା ପାଇଁ ପୂଜାରେ ସହଯୋଗ ଦେବା ସହ ଗାଁର ମଙ୍ଗଳ କାମନା କରିଛନ୍ତି । କେବଳ ସେତିକି ନୁହେଁ ମୁସଲମାନଙ୍କ ପର୍ବରେ ମଧ୍ୟ ହିନ୍ଦୁମାନେ ସହଯୋଗ ଯୋଗାଇ ଦେଇ ସାମ୍ପ୍ରଦାୟୀକ ବିଭେଦକୁ ଦୁରକରିବା ସହ ଭାଇଚାରାକୁ ଦ୍ରୁଢିଭୁତ କରିଥିବା କହିଛନ୍ତି ଉଭୟ ସାମ୍ପ୍ରଦାୟର ଲୋକେ ।
ସେଥିପାଇଁ ଗାଁରେ ଥିବା ମନ୍ଦିର ଓ ମସଜିଦ ଗୋଟିଏ ଜାଗାରେ ଗ୍ରାମବାସୀ ତିଅ।ରି କରି ଧାର୍ମିକ ସହନଶୀଳତାର ଦେଖାଇଛନ୍ତି ଅପୂର୍ବ ନିଦର୍ଶନ । ମାନବଧର୍ମ ହିଁ ପ୍ରକୃତ ଧର୍ମ । ଧର୍ମ ଧର୍ମ ମଧ୍ୟରେ ବିଦ୍ଵେଶ ନୁହେଁ ସହନଶିଳତା ଓ ସହୋଜୋଗ ମନୋବୃତ୍ତି ହିଁ କେବଳ ଗୋଟିଏ ଗାଁରେ ନୁହେଁ ସାରା ବିଶ୍ଵରେ ଶାନ୍ତି ପ୍ରତିଷ୍ଠା କରିପାରିବ । ଦଶହରା ପର୍ବରେ ଏପରି ବାର୍ତ୍ତା ଦେଉଛନ୍ତି ମାଣିକାଗୋଡା ଗ୍ରାମବାସୀ ।