Masthead

ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ

ପାପଡ଼ାହାଣ୍ଡି (ବଡ଼ ଖବର ବ୍ୟୁରୋ): ଅଷ୍ଟମ ଶ୍ରେଣୀରେ ପଢୁଥିବା ନାବାଳିକାକୁ ଅପହରଣ ଏବଂ ଦୁଷ୍କର୍ମ କରିଥିବା ନେଇ ଥାନାରେ ଏତଲା । ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଜଣେ ନାବାଳିକାକୁ ଅପହରଣ କରି ଦୁଷ୍କର୍ମ କରିଥିବା ନେଇ ଥାନାରେ ଏତଲା ଦେଲେ ନାବାଳିକାଙ୍କ ପରିବାର ଲୋକେ । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ଫାଣ୍ଡି ଅନ୍ତର୍ଗତ ତୁରୁଞ୍ଜିଆଗୁଡା ଗ୍ରାମରେ ଘଟିଅଛି ଏଭଳି ଘଟଣା । ତୁରୁଞ୍ଜିଆ ଗୁଡା ଗ୍ରାମର କୁମର ହରିଜନଙ୍କ ୧୩ ବର୍ଷ ର ଝିଅ ଯିଏକି ଅଷ୍ଟମ ଶ୍ରେଣୀ ରେ ପଢୁଥିଲା ।

ସେହି ଝିଅ ଗତ ୧୦ ତାରିଖ ରବିବାର ଦିନ ଅପରାହ୍ନ ସମୟରେ ତାଙ୍କ ଘର ପାଖରେ ଥିବା ପଡିଆକୁ ଶୌଚ ହେବାକୁ ଯାଇଥିଲେ । ସେହି ସମୟରେ ସେମଳା ଗ୍ରାମର ଦୁଇଜଣ ଯୁବକ ସନ୍ତୋଷ ଟାକ୍ରୀ ଏବଂ ଉମେଶ ହରିଜନ ଏକ ଧଳା ରଙ୍ଗର କାରରେ ଆସି ନାବାଳିକାକୁ ଅପହରଣ କରି ନେଇଥିଲେ । କୋରାପୁଟ ଜିଲ୍ଲାର ସୁନାବେଡା ଗ୍ରାମରେ ୩ଦିନ ଧରି ବନ୍ଧକ ରଖିଥିଲେ । ସନ୍ତୋଷ ଟାକ୍ରୀ ଦୁଷ୍କର୍ମ କରି ପୁଣି ସେମଳା ଗ୍ରାମକୁ ଧରି ଆସିବା ଖବର ଶୁଣିବାକୁ ପାଇଥିଲେ ।

ପରେ ନାବାଳିକାକୁ ପରିବାର ଲୋକେ ଉଦ୍ଧାର କରିଥିଲେ ଏବଂ ଥାନାରେ ଅଭିଯୋଗ କରିଥିଲେ । ନାବାଳିକାକୁ ଜୀବନରେ ମାରିଦେବାର ଧମକ ଦେଇ ବଳତ୍କାର କରାଯାଇଛି ବୋଲି ଅଭିଯୋଗରୁ ଜଣାପଡ଼ଛି । ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ନାବାଳିକା ଏବଂ ତାଙ୍କ ପରିବାର ଲୋକେ । ଏତଲା ପାଇବା ପରେ ପୋଲିସ ଅଭିଯୁକ୍ତ କୁ ଖୋଜୁ ଥିବା ବେଳେ ଅଭିଯୁକ୍ତ ଏବଂ ତାର ସହଯୋଗୀ ଫେରାର ଥିବା ଜଣାପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ