Masthead

ସାଂସଦ ପଦରୁ ଇସ୍ତଫା ଦେବେ ବାବୁଲ ସୁପ୍ରିୟୋ

କୋଲକାତା(ଖବର ବ୍ୟୁରୋ): ଗାୟକରୁ ରାଜନେତା । ପ୍ରଥମେ ବିଜେପି ପରେ ଟିଏମସି । ଆମେ କହୁଛୁ ବିଜେପିରୁ ଲଢିଥିବା ଯିତିଥିବା ବର୍ତ୍ତମାନର ଟିଏମସି ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କ କଥା । ଏବେ ଖରବ ଆସୁଛି ସାଂସଦ ପଦରୁ ସେ ଇସ୍ତଫା ଦେବେ । ଗତ ମାସରେ ଟିଏମସିରେ ମିଶିଥିବା ବାବୁଲ ସୁପ୍ରିୟୋ ନିଜ ସାଂସଦ ପଦ ଛାଡ଼ିବେ । ବାଚସ୍ପତି ଓମ ବିର୍ଲାଙ୍କୁ ମଙ୍ଗଳବାର ଭେଟି ନିଜ ଇସ୍ତଫା ପତ୍ର ଦେବେ ବାବୁଲ । ସାଂସଦ ପଦରୁ ଇସ୍ତଫା ଦେବାର ଆନୁଷ୍ଠାନିକତା ପୂରଣ କରିବାକୁ ସୁପ୍ରିୟୋ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ପତ୍ର ଲେଖିଥିଲେ । ଏହାପରେ ତାଙ୍କୁ ମଙ୍ଗଳବାର ୧୧ଟା ସମୟ ଦିଆଯାଇଛି ।

ତେବେ ସୂଚନା ଅନୁସାରେ, ସୁପ୍ରିୟୋ ମଙ୍ଗଳବାର ସକାଳେ ଦିଲ୍ଲୀ ଯିବେ ଏବଂ ନିଜ ଇସ୍ତପା ପତ୍ର ପୂରଣ କରିବେ । ପୂର୍ବରୁ ଟିଏମସିରେ ଯୋଗ ଦେବା ପରେ ସୁପ୍ରିୟୋ ସ୍ପଷ୍ଟ କରିଥିଲେ ଯେ, ସେ ଆଉ ସାଂସଦ ଭାବେ କାର୍ଯ୍ୟ କରିବେ ନାହିଁ । କାରଣ ଏହା ଅନୈତିକ ଅଟେ । ସେ ବିଜେପି ଟିକେଟରେ ଆସନସୋଲର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ଏବେ ସେ ଆଉ ବିଜେପିରେ ନାହାନ୍ତି । ସେପ୍ଟେମ୍ବର ୧୮ରେ ଟିଏମସିରେ ଯୋଗ ଦେଇଥିବା ସୁପ୍ରିୟୋ ରାଷ୍ଟ୍ରପତିଙ୍କୁ ଭେଟିବା ପରେ ଇସ୍ତଫା ଦେବେ ବୋଲି ପୂର୍ବରୁ ଘୋଷଣା କରିଥିଲେ ।

ଏପରି ବହୁ ଉଦାହରଣ ରହିଛି ଦଳ ଛାଡ଼ିବା ପରେ ମଧ୍ୟ ସାଂସଦ ବା ବିଧାୟକ ନିଜ ପଦ ଛାଡ଼ନ୍ତି ନାହିଁ । ୨୦୧୪ ଓ ୨୦୧୯ରେ ଆସନସୋଲ ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି ବାବୁଲ । ନରେନ୍ଦ୍ର ମୋଦିଙ୍କ ମନ୍ତ୍ରୀମଣ୍ଡଳରେ କେନ୍ଦ୍ର ରାଜ୍ୟମନ୍ତ୍ରୀ ମଧ୍ୟ ରହିସାରିଛନ୍ତି । କିନ୍ତୁ କ୍ୟବିନେଟର ପୁନଃ ନିର୍ମାଣରେ ତାଙ୍କୁ ମନ୍ତ୍ରୀ ପଦ ଆଉ ମିଳି ନଥିଲା । ଯାହାପରେ ସେ ରାଜନୀତି ଛାଡ଼ିବେ ବୋଲି ଘୋଷଣା କରିଥିଳେ । କିନ୍ତୁ ପରେ ସେ ଟିଏମସିରେ ଯୋଗ ଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି