Masthead

ଆଜି ଶ୍ରୀମନ୍ଦିରରେ କୁମାର ପୂର୍ଣ୍ଣିମା, ଜୁଆ ଖେଳରେ ହାରି ବନ୍ଧା ପଡ଼ିବେ ମହାପ୍ରଭୁ

ପୁରୀ(ବଡ଼ ଖବର ବ୍ୟୁରୋ) : ଆଜି ଶ୍ରୀମନ୍ଦିରରେ କୁମାର ପୂର୍ଣ୍ଣିମା ଉପଲକ୍ଷେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି । ଶ୍ରୀକ୍ଷେତ୍ରରେ ମାନବୀୟ ଲୀଳା କରୁଥିବା ମହାପ୍ରଭୁ ଆଜି ପରମ୍ପରା ଅନୁଯାୟୀ ମହାଲକ୍ଷ୍ମୀ ଓ ପ୍ରଭୁ ନାରାୟଣଙ୍କ ଭିତରେ ଦ୍ୟୁତ କ୍ରୀଡା ତଥା ଜୁଆ ଖେଳିବେ ଜୁଆ ଖେଳରେ ହାରି ପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀ ମାଧବ ସାତଦିନ ପର୍ଯ୍ୟନ୍ତ ଲକ୍ଷ୍ମୀ ମନ୍ଦିରରେ ବନ୍ଧା ରହିବେ । ସନ୍ଧ୍ୟା ଧୂପ ପରେ ଭିତରଚ୍ଛ ମହାପାତ୍ର, ମୁଦିରସ୍ଥ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା’ ଲକ୍ଷ୍ମୀଙ୍କ ପ୍ରତିନିଧି ରୂପେ କଉଡ଼ି ଖେଳିବେ ।

ମହାପ୍ରଭୁ ଏହି ଦ୍ୟୁତ କ୍ରୀଡାରେ ହାରି ଯାଆନ୍ତି । ଶେଷରେ ମହାପ୍ରଭୁ ଲକ୍ଷ୍ମୀଙ୍କ ନିକଟରେ ବନ୍ଧା ପଡିବେ । ଖେଳରେ ହାରିବା ପରେ ଆଜି ଠାରୁ 7 ଦିନ ଯାଏଁ ମହାପ୍ରଭୁ ରତ୍ନ ସିଂହାସନ ଛାଡି ଲକ୍ଷ୍ମୀଙ୍କ ଜଗ ମୋହନରେ ରହିବେ । ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀମାଧବ ବନ୍ଧା ପଡନ୍ତି । ଅଷ୍ଟମୀ ତିଥିରେ ଅବକାଶ ପୂଜା ପରେ ମହାପ୍ରଭୁ ରତ୍ନ ସିଂହାସନରେ ପୁନର୍ବାର ବିଜେ କରିବେ । ତେବେ ଏହି ନୀତି ମାଧ୍ୟମରେ ମହାପ୍ରଭୁ ସମସ୍ତଙ୍କୁ ସଚେତନ କରେଇଥାନ୍ତି । ଯେତେ ପ୍ରଭାବଶାଳୀ ଲୋକ କେହି ହୁଅନ୍ତୁ ନା କାହିଁ ଜୁଆ ଖେଳ ଖେଳିଲେ ନିଜର ଅଧପତନ ହୋଇଥାଏ ବୋଲି ଜଣାଯାଏ ।

ସେପଟେ ଆସନ୍ତାକାଲି ଠାରୁ କାର୍ତ୍ତିକ ବ୍ରତ ଆରମ୍ଭ ହେଉଥିବା ବେଳେ ହବିଷ୍ୟାଳୀ ମାନେ କାର୍ତ୍ତିକ ବ୍ରତ ପାଳନ କରିବେ । ଭକ୍ତଙ୍କ  ଭିଡକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ ସହ ସୁରୁଖୁରୁରେ ମହାପ୍ରସାଦ ପାଇ ପାରିବାର ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା