Masthead

ପୁଣି ହାତରେ ଗୀଟାର ଧରି ଗୀତ ଗାଇଲେ ଆଦିତ୍ୟ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ବଲିଉଡର ସୁପରଷ୍ଟାର ଆକ୍ଟର ଆଦିତ୍ୟ ରୟ କପୁର ଫିଲ୍ମ ‘ଆଶିକି-୨’ରୁ ନିଜର ଏକ ପରିଚୟ ତିଆରି କରିଥିଲେ । ୨୦୧୩ରେ ବି-ଟାଉନରେ ଏହା ରିଲିଜ୍ ହେବା ପରେ ଦର୍ଶକଙ୍କ ମନକୁ ବେଶ୍ ଛୁଇଁଥିଲା । ଖାସ୍ କରି ଆଦିତ୍ୟ ଓ ଶ୍ରଦ୍ଧାଙ୍କ ଯୋଡି ସୁପରହିଟ୍ ହୋଇଥିଲା ପରଦାରରେ । ଫିଲ୍ମରେ ଆଦିତ୍ୟଙ୍କୁ ଦେଖିବାକୁ ମିଳିଥିଲା ଏକ ସିଙ୍ଗର ଭାବରେ । ତାଙ୍କ ଭୂମିକାର ନାଁ ଥଲା ରାହୁଲ୍ ଜୟକର୍ । ହାତରେ ଗୀଟାର ଧରି ସେ ଷ୍ଟେଜ୍ ରେ ଗାଉଥିଲେ ଗୀତ ଏବଂ ଅନେକ ସଙ୍ଗୀତପ୍ରେମୀ ମାନଙ୍କ ହୃଦୟରେ ଜାଗା ତିଆରି କରୁଥିଲେ । ତେବେ ଆଦିତ୍ୟଙ୍କର ସେହି ଅବତାରକୁ ଭୁଲି ପାରି ନାହାଁନ୍ତି ଦର୍ଶକ । ସେଥିପାଇଁ ଆଦିତ୍ୟ ରୟ କପୁର ପୁଣି ଥରେ ସେହି ଅବତାରରେ ବ୍ୟାକ୍ କରୁଛନ୍ତି ପରଦାକୁ । ନିକଟରେ ସେ ତାଙ୍କ ଅପକମିଙ୍ଗ ଫିଲ୍ମର ସୁଟିଂ କରୁଥିବା ବେଳେ ସ୍ପଟ୍ ହୋଇଛନ୍ତି । ଦିଲ୍ଲୀ ଏନ୍‌ସିଆର କ୍ୟାମ୍ପସ୍‌ରେ ସୁଟିଂରେ ବ୍ୟସ୍ତ ରହିଛନ୍ତି ଆଦିତ୍ୟ। ଏଠାରେ ଥିବା ଗୁରୁଗ୍ରାମ ସାଇବର ହବ୍‌ରେ ଆଦିତ୍ୟଙ୍କୁ ଦେଖିବାକୁ ମିଳିଛି। ‘ଆଶିକ୍-୨’ ପରି ପୁଣି ସେ ହାତରେ ଗୀଟାର ଧରିଛନ୍ତି ଓ ଗୀତ ଗାଉଛନ୍ତି। ତାଙ୍କ ଆଗାମୀ ଫିଲ୍ମରେ ହୁଏତ ସେ ପୁଣି ସେହି ଗେଟ୍ ଅପ୍ ରେ ନଜର ଆସିବେ ବୋଲି ଏବେ ଚର୍ଚ୍ଚା ଆରମ୍ଭ ହୋଇ ଗଲାଣି । ଏହା ବ୍ୟତିତ ତାମିଲ ଫିଲ୍ମ ‘ଥାଡାମ୍’ ର ହିନ୍ଦି ରିମେକ୍ ରେ ମଧ୍ୟ ଖୁବ୍ ଶୀଘ୍ର ଦେଖିବାକୁ ମିଳିବେ ଆଦିତ୍ୟ । ଫିଲ୍ମରେ ତାଙ୍କ ବିପକ୍ଷର ନାୟିକା ସାଜିଛନ୍ତି ମୃଣାଳ ଠାକୁର ଓ ବେଦିକା ପିଣ୍ଟୋ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼