Masthead

ଝିଆରୀକୁ ଦୁଷ୍କର୍ମ କଲା କାକା !

ମୁରିବାହାଲ (ବଡ ଖବର ବ୍ୟୁରୋ) : ଝିଅ, ଝିଆରୀ ସମାନ । କୋଳେଇ କାଖେଇ ବଡ଼ କରିଥିବା ଝିଅ ସମାନ ଝିଆରୀକୁ କାକା ଦୁଷ୍କର୍ମ କରିବା ଘଟଣା ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ୧୩ ବର୍ଷର ଝିଆରୀକୁ କାକା ଦୁଷ୍କର୍ମ କରିଥିବା ମୁରିବାହାଲ ଥାନାରେ ଅଭିଯୋଗ ହୋଇଛି । ନାବାଳିକା ଜଣକ ସକାଳେ ଗାଁ ନିକଟସ୍ଥ ଲାହାନ୍ତ ନଦୀକୁ ଗାଧେଇବା ପାଇଁ ଯାଇଥିଲେ। ଏହି ସମୟରେ ସମ୍ପର୍କୀୟ କାକା ମୁକେଶ ବଗର୍ତ୍ତି ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରିଥିଲା । କୌଶଳ କ୍ରମେ ନାବାଳିକା ଜଣକ ଖସି ଆସିଥିଲେ । ଘଟଣା ସମ୍ପର୍କରେ କାହାକୁ କହିଲେ ଜୀବନରୁ ମାରିଦେବାକୁ ମୁକେଶ ନାବାଳିକାଙ୍କୁ ଧମକ ଦେଇଥିଲା । ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ଥାନା ଆଇଆଇସି । ନାବାଳିକାଙ୍କ ପରିବାର ଲୋକ ମିଛ କହୁଛନ୍ତି । କଣ୍ଟାବାଞ୍ଜି ଏସଡିପିଓ ସମାନ କଥା ଦେହେରାଇଛନ୍ତି । ପୀଡ଼ିତାଙ୍କୁ ନ୍ୟାୟ ନ ମିଳିଲେ ଆତ୍ମହତ୍ୟା କରିବୁ ବୋଲି ପରିବାର ଲୋକେ କହିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ