Masthead

ପ୍ରତିଟିି ଓଡ଼ିଆ ପାଇଁ ଆଜି ଏକ ଐତିହାସିକ ଦିନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବ୍ୟାସକବି ଫକୀର ମୋହନ ସେନାପତି,  ବାରିଷ୍ଟର ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ର, କୃଷ୍ଣଚନ୍ଦ୍ର ଗଜପତିଙ୍କ ସମେତ ବହୁ ମନିଷୀଙ୍କ ପ୍ରବଳ ଉଦ୍ୟମରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ପରିକଳ୍ପନା କରାଯାଇଥିଲା । ଏହି ଜାତିପ୍ରାଣ ଜସସ୍ୱିଙ୍କର ନିରନ୍ତର ପ୍ରଚେଷ୍ଟା ଯୋଗୁଁ ୧୯୩୬ ଏପିଲ ୧ରେ ଗଠନ ହେଲା ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ । ଭାଷାଭିତିରେ ଗଢି ଉଠିଲା ଓଡ଼ିଶା । ତଥାପି ମଞ୍ଜୁସା, ସଢେଇକଳା, ଖରସୁଆଁ ଓଡ଼ିଶାରେ ରହିଲା ନାହିଁ ।

ଓଡ଼ିଆ ଭାଷାଭିତିରେ ଓଡ଼ିଶା ଗଠନ ହୋଇଥିଲା । ଭାରତର ସମ୍ବିଧାନ ଦେଇଥିଲା ସ୍ୱୀକୃତି । ଆମର ମୁଦ୍ରା ଟଙ୍କାରେ ମଧ୍ୟ ଲେଖା ଯାଉଥିଲା ଓଡ଼ିଶା । କିନ୍ତୁ ଇଂରାଜୀରେ ଓରିଶା ଲେଖାଯାଉଥିଲା । ବାରମ୍ବାର ଦାବି ସତ୍ତେ୍ୱ ଏଥିରେ ପରିବର୍ତ୍ତନ ଆସିନଥିଲା । ବହୁ ନେତା ଓଡ଼ିଆ ଭାଷା ପ୍ରେମୀ ଚଳାଇଥିଲେ ନିରନ୍ତର ଆନ୍ଦୋଳନ । ଦୀର୍ଘ ୭୫ ବର୍ଷର ଆନ୍ଦୋଳନ ପରେ ମିଳିଲା ସଫଳତା । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଓରିଶା ବଦଳରେ ଇଂରାଜୀରେ ଓଡ଼ିଶା ଲେଖିବାକୁ ଜାରି କଲେ ବିଜ୍ଞପ୍ତି ।

୨୦୧୧ ନଭେମ୍ବର ୧ ତାରିଖରେ ପାର୍ଲାମେଣ୍ଟର ଅନୁମୋଦନକୁ ରାଷ୍ଟ୍ରପତି ମୋହର ମାରିଲେ । ସେହି ଦିନଠାରୁ ଇଂରାଜୀରେ ଓରିଶା ବଦଳରେ ଲେଖା ଯାଉଛି ଓଡ଼ିଶା । ବଦଳିଛି ସରକାରୀ ନଥିପତ୍ର । ବଦଳିଛି ନାମ ଫଳକ । ଇଂରାଜୀରେ ଓରିଶା ବଦଳରେ ଲେଖାଯାଉଛି ଓଡ଼ିଶା । ଓରିଆ ପରିବର୍ତ୍ତେ ଓଡ଼ିଆ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ