Masthead

ବିଜେପି କଂଗ୍ରେସ ସେଟିଂ ଚାଲିଛି: ମମତା ବାନାର୍ଜୀ

କୋଲକାତା(ବଡ଼ ଖବର ବ୍ୟୁରୋ): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀ ଓ କଂଗ୍ରେସ ସମ୍ପର୍କ ବଢ଼ୁଥିବା କିଛି ଦିନ ତଳେ ଶୁଣିବାକୁ ମିଳୁଥିଲା । ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କ ସହ ସାକ୍ଷାତ ପରେ ଟିଏମସି ଓ କଂଗ୍ରେସ ଏକାଠି ଲଢ଼ିବେ ବୋଲି ଆଲୋଚନା ହେଉଥିଲା । ସେହିପରି ପ୍ରଶାନ୍ତ କିଶୋରଙ୍କ ଆଭିମୁଖ୍ୟ ବି କଂଗ୍ରେସ ଓ ଟିଏମସିକୁ ନେଇ ସ୍ପଷ୍ଟ ରହିଆସିଥିଲା । କିନ୍ତୁ ଏବେ ଏସବୁ ଅଙ୍କକୁ ଭୁଲ କରିଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ୱାନ ମ୍ୟାନ ଆର୍ମି ଭଳି ବିଜେପିକୁ ସବୁବେଳେ ଟାର୍ଗେଟ କରିଆସୁଥିବା ଦିଦି ଏବେ କଂଗ୍ରେସକୁ ଶାସକ ଦଳର ଟିମ ବୋଲି କହିଛନ୍ତି । କୋଲକାତାର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ବିଜେପି ଓ କଂଗ୍ରେସ ମଧ୍ୟରେ ସେଟିଂ ହୋଇଛି । ଏହା କରିବା ସହ କଂଗ୍ରେସ ଦଳ ଲୋକମାନଙ୍କ ଭରଷା ବି ହରାଇସାରିଛନ୍ତି । କାଳିପୂଜା ଉଦଘାଟନୀ ଉତ୍ସବରେ ଯୋଗ ଦେଇ କଂଗ୍ରେସ ଉପରେ ଏଭଳି ବର୍ଷିଛନ୍ତି ଦିଦି । ମମତା ଆହୁରି ମଧ୍ୟ କହିଛନ୍ତି ଯେ, ଯେବେଠାରୁ ମୋଦି କ୍ଷମତାକୁ ଆସିଛନ୍ତି ସେବେଠୁ କଂଗ୍ରେସ କୌଣସି ବଡ଼ ଲଢ଼େଇ ଲଢ଼ିନାହିଁ ।

ନିର୍ବାଚନ ଆସିଲେ କଂଗ୍ରେସ କେବଳ ବଡ଼ ବଡ଼ କଥା କୁହେ କିନ୍ତୁ ସରକାରଙ୍କୁ ଘେରିବାକୁ କେବେ ବାହାରେ ନାହିଁ । ତୃଣମୂଳ ସରକାର ସବୁବେଳେ ବିଜେପିକୁ ବିରୋଧ କରି ଆସିଛି । ଯେଉଁ କାରଣରୁ ରାଜ୍ୟରେ ଟିଏମସିର ଲୋକପ୍ରିୟତା ବଢ଼ିବାରେ ଲାଗିଛି ।

ସେ କଂଗ୍ରେସକୁ ସମାଲୋଚନା କରିବା ସହ କହିଛନ୍ତି ଯେ, ‘ଦିନ ଥିଲା ମୁଁ ବି କଂଗ୍ରେସରେ ଥିଲି କିନ୍ତୁ ମୁଁ କାହିଁକି ଦଳ ଛାଡିଲି ? କାରଣ କଂଗ୍ରେସ ଧୋକା ଦେଲା । କଂଗ୍ରେସ ଜନତାଙ୍କ ସହିତ ମଧ୍ୟ ଧୋକାବାଜି କରିଛି ।’ ତେବେ କଂଗ୍ରେସକୁ ଏପରି କଡ଼ା ଭାଷାରେ ସମାଲୋଚନା କରିବା ପରେ କଂଗ୍ରେସ ଓ ଟିଏମସିର ସମ୍ପର୍କ ଆଗକୁ କ’ଣ ରହିବ ସେଥିରେ ମଧ୍ୟ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ