୧୨ ଘଣ୍ଟିଆ କୁଚିଣ୍ଡା ବନ୍ଦ 

କୁଚିଣ୍ଡା (ବଡ଼ ଖବର ବ୍ୟୁରୋ):  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଚିଣ୍ଡା ଗସ୍ତ ଅବସରରେ ଅନ୍ୟ ଜିଲ୍ଲାରୁ ଆସିଥିବା ଶାସକ ବିଜୁ ଜନତା ଦଳର ଗୁଣ୍ଡରାଜ ବିରୁଦ୍ଧରେ ବିଜେପି କୁଚିଣ୍ଡା ପକ୍ଷରୁ ଆଜି ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ୧୨ ଘଣ୍ଟିଆ କୁଚିଣ୍ଡା ବନ୍ଦ ଡାକରା ଦିଆଯାଇଛି ।  ଗରିବ,  ସରଳ, ନିରୀହ, ଆଦିବାସୀ ବହୁଳ ଶାନ୍ତିପ୍ରିୟ କୁଚିଣ୍ଡା ଅଞ୍ଚଳରେ ଆଜି ଶାସକ ବିଜୁ ଜନତା ଦଳର ପଦାଧିକାରୀ ଓ କାର୍ଯ୍ୟକର୍ତ୍ତାମାନେ ଯେଭଳି ହିଂସାକାଣ୍ଡ ଘଟାଇଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ ଓ ଅଗଣତାନ୍ତ୍ରିକ ।

ଏହି ବନ୍ଦ ଡାକରାଟି ସମ୍ପୂର୍ଣ୍ଣ କୁଚିଣ୍ଡା ଉପଖଣ୍ଡ ପାଇଁ ରଖା ଯାଇଛି । କୁଚିଣ୍ଡା ମାଟିର ମାନ, ସମ୍ମାନ ଓ ସ୍ୱାଭିମାନର ଏହି ଲଢେଇରେ ସମସ୍ତ କୁଚିଣ୍ଡାବାସୀ ସାମିଲ ହୋଇ ଏହି ବନ୍ଦ ଡାକରାକୁ ସମର୍ଥନ କରନ୍ତୁ ବୋଲି ପୂର୍ବତନ କୁଚିଣ୍ଡା ବିଧାୟକ ତଥା ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ରବି ନାରାୟଣ ନାୟକ ସମସ୍ତଙ୍କୁ ସଂଗ୍ରାମୀ ଆହ୍ୱାନ ଓ ବିନୀତ ଅନୁରୋଧ କରିଛନ୍ତି । ଏହି ବନ୍ଦ ଡାକରାରୁ ଆମ୍ବୁଲାନ୍ସ ସେବା ସମେତ ଅନ୍ୟାନ୍ୟ ସମସ୍ତ ପ୍ରକାର ଜରୁରୀକାଳୀନ ସେବା ବାଦ ରହିବ ବୋଲି ବିଜେପି କ୍ଷେତ୍ରିୟ ପ୍ରବକ୍ତା ତଥା ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ଗଣମାଧ୍ୟମକୁ ସୂଚନା ଦେଉଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହ୍ବାଏ ଆଇ ଷ୍ଟାଣ୍ଡ ଫର୍ ମିଟିଂ ପାଲଟିଲା ରଣକ୍ଷେତ୍ର 🔴 ସରିଲା ପ୍ରଚାର, ଆଜି ‘‘WHY I STAND FOR’ ମିଟିଂ 🔴 ଗ୍ୟାସ୍ ପାଇପ୍ ଲାଇନ୍ ଫାଟି ଅଗ୍ନିକାଣ୍ଡ 🔴 ସୁକମାରେ ବିପୁଳ ମାଓ ଡମ୍ପ ଜବତ 🔴 ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା 🔴 ୧୩ରେ ଲଘୁଚାପ! 🔴 ଆଜି ଦିଲ୍ଲୀରେ ପୁଣି କଂଗ୍ରେସର ପ୍ରତିବାଦ 🔴 ନେପାଳରେ ପୁଣି ଭୟଙ୍କର ବନ୍ୟା, ଭାସିଗଲା ଅନେକ ଘର 🔴 ରୋଷେଇ ବେଳେ ଫାଟିଲା ଗ୍ୟାସ ଟାଙ୍କି, ଶିଶୁ କନ୍ୟାର ମୃତ୍ୟୁ 🔴 ଆଜି ପୁଣି ଜୋରଦାର ହୋଇପାରେ CJP ଆନ୍ଦୋଳନ 🔴 ହ୍ବାଏ ଆଇ ଷ୍ଟାଣ୍ଡ ଫର୍ ମିଟିଂ ପାଲଟିଲା ରଣକ୍ଷେତ୍ର 🔴 ସରିଲା ପ୍ରଚାର, ଆଜି ‘‘WHY I STAND FOR’ ମିଟିଂ 🔴 ଗ୍ୟାସ୍ ପାଇପ୍ ଲାଇନ୍ ଫାଟି ଅଗ୍ନିକାଣ୍ଡ 🔴 ସୁକମାରେ ବିପୁଳ ମାଓ ଡମ୍ପ ଜବତ 🔴 ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା 🔴 ୧୩ରେ ଲଘୁଚାପ! 🔴 ଆଜି ଦିଲ୍ଲୀରେ ପୁଣି କଂଗ୍ରେସର ପ୍ରତିବାଦ 🔴 ନେପାଳରେ ପୁଣି ଭୟଙ୍କର ବନ୍ୟା, ଭାସିଗଲା ଅନେକ ଘର 🔴 ରୋଷେଇ ବେଳେ ଫାଟିଲା ଗ୍ୟାସ ଟାଙ୍କି, ଶିଶୁ କନ୍ୟାର ମୃତ୍ୟୁ 🔴 ଆଜି ପୁଣି ଜୋରଦାର ହୋଇପାରେ CJP ଆନ୍ଦୋଳନ